ETV Bharat / sports

World Cup 2023: ପିଠିରେ ଯନ୍ତ୍ରଣା ପରେ 4 ୱିକେଟ ହାତେଇଲେ ଆଡାମ ଜାମ୍ପା, ଦଳକୁ ଦେଲେ ପ୍ରଥମ ବିଜୟ

author img

By ETV Bharat Odisha Team

Published : Oct 17, 2023, 9:58 AM IST

ଦିନିକିଆ କ୍ରିକେଟ ବିଶ୍ବକପ 2023ରେ ଅଷ୍ଟ୍ରେଲିଆ ପ୍ରଥମ ବିଜୟ ହାସଲ କରିଛି । ଆଡାମ ଜାମ୍ପା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ମ୍ୟାଚ ସମୟରେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

Adam Zampa after win aganist srlanka
Cricket World Cup 2023

ଲକ୍ଷ୍ନୌ: ଚଳିତ ବିଶ୍ବକପରେ ବିଜୟ ଖାତା ଖୋଲିଛି ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚ୍‌ରେ ଭାରତ ଓ ଦ୍ବିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠୁ ପରାସ୍ତ ହେବା ପରେ ପ୍ରଥମ ବିଜୟ ହାସଲ କରିଛି କଙ୍ଗାରୁ ଦଳ । ବିଶ୍ବକପ 2023ର 14ତମ ଲିଗ ମ୍ୟାଚରେ ଶ୍ରୀଲଙ୍କାରୁ 5 ୱିକଟେର ହରାଇ ପ୍ରଥମ ବିଜୟ ସ୍ବାଦ ଚାଖିଛି 5 ଥର ବିଶ୍ବ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ । ଏହି ମ୍ୟାଚ୍‌ରେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ ଆଡାମ ଜାମ୍ପା । 47 ରନ୍‌ ଦେଇ 4 ୱିକେଟ ହାସଲ କରି ଦଳକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି । ମ୍ୟାଚ୍‌ ସମୟରେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିବା କଥା କହିଛନ୍ତି । ପିଠିରେ ଯନ୍ତ୍ରଣା ପରେ 4 ୱିକେଟ୍‌ ହାତେଇ ଦଳକୁ ପ୍ରଥମ ବିଜୟ ଭେଟି ଦେଇଥିଲେ ଜାମ୍ପା ।

ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ ପରେ ଲେଗ ସ୍ପିନର ଆଡାମ ଜାମ୍ଫା ପ୍ରତିକ୍ରିୟା ରଖି ରହି କହିଛନ୍ତି, "ମ୍ୟାଚ୍‌ ଚାଲିଥିବା ସମୟରେ ମୋ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲି । ତେଣୁ ମ୍ୟାଚରେ ବିଜୟ ପରେ ଅସୁସ୍ଥ ଅନୁଭବ ହେଉଛି । ସତ କହିବାକୁ ଗଲେ କିଛି ଦିନ ହେବ ମୋର ପିିଠିରେ ଯନ୍ତ୍ରଣା ଅନୁଭବ କରୁଥିଲି । ଆଜି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ସମୟରେ ମଧ୍ୟ ମୋ ପିଠିରେ ଯନ୍ତ୍ରଣା ହୋଇଥିଲା । ମାତ୍ର ଆଜି ବୋଲିଂ କରି ସଫଳ ହୋଇଛି । ବ୍ୟକ୍ତିଗତ ଭାବରେ ମୁଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିନାହିଁ । ଶେଷ ଗେମ୍‌ରେ ମୋତେ ଲାଗିଲା କି ମୁଁ ଆହୁରି ଉନ୍ନତ ପ୍ରଦର୍ଶନ କରିବି । ମୋର କାମ ହେଉଛି ମିଡଲ ଅର୍ଡରରେ ଦଳକୁ ୱିକେଟ ଦେବା । ପୂର୍ବ ମ୍ୟାଚରେ ମୁଁ ଭଲ ପ୍ରଦର୍ଶନ କରି ନଥିଲି । ଗେମ୍‌କୁ ଫେରିବାକୁ ଟିକେ ସମୟ ଲାଗିଲା । ଆଜି ଭଲ ଅନୁଭବ କରୁଛି ।"

ଏହା ବି ପଢନ୍ତୁ...Cricket World Cup 2023: ୫ ୱିକେଟ୍‌ରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ, ଶ୍ରୀଲଙ୍କାର ପରାଜୟଧାରା ଜାରି

ପ୍ରକାଶ ଥାଉ କି, ଚଳିତ ବିଶ୍ବକପର 14ତମ ମ୍ୟାଚ୍‌ ଲକ୍ଷ୍ନୌର ଏକ୍କନା ଷ୍ଟାଡିୟମରେ 5ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ୨୦୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । 210 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା କଙ୍ଗାରୁ ଦଳ 5 ୱିକେଟ ବିନିୟମରେ ଟାର୍ଗେଟ ହାସଲ କରିଥିଲା । ଏହା ସହତି ଦଳ ବିଜୟ ଖାତା ଖୋଲିଛି । ଆଡାମ ଜାମ୍ପା 4ଟି ୱିକେଟ୍‌ ହାସଲ କରି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ । ଅକ୍ଟୋବର 25 ତାରିଖରେ ନେଦରଲାଣ୍ଡସ ବିପକ୍ଷରେ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.