ETV Bharat / sports

Cricket World Cup 2023: ନେଦରଲ୍ୟାଣ୍ଡ ଲୋକେ କ୍ରିକେଟରେ କ୍ୟାରିୟର ଗଢ଼ିବାକୁ ନାରାଜ, କାରଣ କହିଲେ ଆକାଶ ଚୋପ୍ରା - ଆକାଶ ଚୋପ୍ରା

ଫୁଟବଲ ଓ ହକି ଭଳି ଖେଳରେ ଅନ୍ତର୍ଜାତୀୟ ସ୍ତରରେ ଦବଦବା ରଖୁଥିବା ନେଦରଲ୍ୟାଣ୍ଡରେ ଲୋକେ କ୍ରିକେଟରେ କ୍ୟାରିୟର ଗଢ଼ିବାକୁ ନାରାଜ । ଏହାର କାରଣ କ୍ରିକେଟ୍‌ରେ ଟଙ୍କାର ଅଭାବ ବୋଲି କହିଛନ୍ତି ଆକାଶ ଚୋପ୍ରା । ଅଧିକ ପଢ଼ନ୍ତୁ

ନେଦରଲ୍ୟାଣ୍ଡ ଲୋକେ କାହିଁକି କ୍ରିକେଟରେ କ୍ୟାରିୟର ଗଢ଼ିବାକୁ ନାରାଜ ?

author img

By ETV Bharat Odisha Team

Published : Oct 18, 2023, 9:04 PM IST

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ ଆରମ୍ଭରୁ କ୍ରମାଗତ ଦୁଇ ଦୁଇଟି ବଡ଼ ବିଜୟ ସହ ନିଜର ଦବଦବା ରଖି ଆସିଥିବା ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡ ଠାରୁ ପ୍ରଥମ ପରାଜୟ ମିଳିଛି । ପ୍ରଥମେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ହରାଇ ଆଫଗାନିସ୍ତାନ ବିଶ୍ବକପ୍‌ ୨୦୨୩ରେ ପ୍ରଥମ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଏହାପରେ ମଙ୍ଗଳବାର ଧର୍ମଶାଳା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ୩୮ ରନରେ ଇନ୍‌-ଫର୍ମ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ବିତୀୟ ବିପର୍ଯ୍ୟୟ ଆଣିଛି ନେଦରଲ୍ୟାଣ୍ଡ । ଯାହାକୁ ନେଇ ବିଶ୍ବକପ୍‌ ଖେଳୁଥିବା ବଡ଼ ବଡ଼ ଦଳ ମଧ୍ୟରେ ବିପର୍ଯ୍ୟୟର ଛନକା ପଶିଛି । ନେଦରଲ୍ୟାଣ୍ଡ ପାଇଁ ଏହି ବିଜୟ ବିଶ୍ବକପ୍‌ ଇତିହାସରେ ତୃତୀୟ ହୋଇଥିବାବେଳେ ଏକ ଟେଷ୍ଟ ମାନ୍ୟତାପ୍ରାପ୍ତ ଟିମ୍‌କୁ ବିଶ୍ବକପ୍‌ରେ ହରାଇବା ଦଳ ପାଇଁ ପ୍ରଥମ ଅଭିଜ୍ଞତା । ଏହାରି ଭିତରେ ନେଦରଲ୍ୟାଣ୍ଡ ଭଳି ଦେଶରେ କ୍ରିକେଟ୍‌କୁ କଣ ପାଇଁ ଲୋକେ କ୍ୟାରିୟର ଭାବେ ବାଛନ୍ତି ନାହିଁ, ସେନେଇ ଆଲୋଚନା କରିଥିଲେ କ୍ରିକେଟ୍‌ ସମୀକ୍ଷକ ଆକାଶ ଚୋପ୍ରା ।

ନେଦରଲ୍ୟାଣ୍ଡ ଏକ ଭଲ ଫୁଟ୍‌ବଲ ଖେଳୁଥିବା ଦେଶ ଭାବେ ବେଶ ଜଣାଶୁଣା । ଗତ ୨୦୧୪ ଫିଫା ବିଶ୍ବକପ୍‌ରେ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିବା ଡଚ୍‌ ଟିମ୍‌ ୨୦୧୦ ଫିଫା ବିଶ୍ବକପ୍‌ରେ ରନର୍ସ ଅପ୍‌ ହୋଇଥିଲା । ଅନ୍ତର୍ଜାତୀୟ ହକିରେ ମଧ୍ୟ ଏହି ଦେଶ ଭଲ ରାଙ୍କ୍‌ରେ ରହିଛି । ହେଲେ ଦେଶର ବହୁତ କମ ଲୋକ କ୍ରିକେଟ୍‌କୁ ନିଜ କ୍ୟାରିୟର ଭାବେ ବାଛିଥାନ୍ତି । ଏହାର କାରଣ କହିବାକୁ ଯାଇ କ୍ରିକେଟ୍‌ ସମୀକ୍ଷକ ତଥା ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା କହିଛନ୍ତି, "ନେଦରଲ୍ୟାଣ୍ଡ ଦଳରେ ଅନେକ ଖେଳାଳି ନିଜର ଖୁସି ପାଇଁ କ୍ରିକେଟ ଖେଳୁଛନ୍ତି । ହେଲେ ସେମାନଙ୍କ ମଧ୍ୟରେ ବହୁତ ଅଳ୍ପ ଖେଳାଳି ରହିଛନ୍ତି, ଯେଉଁମାନେ କ୍ରିକେଟକୁ ନିଜର କ୍ୟାରିୟର ଭାବେ ବାଛିଛନ୍ତି । ଏହାର ପ୍ରମୁଖ କାରଣ ହେଉଛି ଏଥିରେ ସେମାନଙ୍କର ଭଲ ରୋଜଗାର ହୁଏନାହିଁ । ଭାରତ ବା ଅନ୍ୟ ଦେଶ ପରି ସେମାନଙ୍କ ଦେଶରେ କୌଣସି କ୍ରିକେଟ୍‌ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଅନ୍ତର୍ଭୁକ୍ତ କରାଯାଇନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ ବିପର୍ଯ୍ୟୟରେ କପିଲ ଦେବଙ୍କ ୩୬ ବର୍ଷର ରେକର୍ଡ ଭାଙ୍ଗିଲେ ଡଚ୍‌ କ୍ୟାପ୍ଟେନ୍‌

ଆକାଶ ଆହୁରି କହିଛନ୍ତି, "ସେମାନେ ଖେଳାଳି ତ ରଖନ୍ତି, ହେଲେ ଏହା ନିର୍ଭର କରେ ଯେ ଉକ୍ତ ଖେଳାଳି କେତେ ମ୍ୟାଚ୍‌ ଖେଳିବ । ଏପରିକି ବିଶ୍ବକପ୍‌ ୨୦୨୩ ପୂର୍ବରୁ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ ନେଦରଲ୍ୟାଣ୍ଡ ଦଳରେ ସେମାନଙ୍କର ୭ ଜଣ ପ୍ରମୁଖ ଖେଳାଳି ଖେଳୁନଥିଲେ । ସେହି ସମୟରେ ସେମାନେ କାଉଣ୍ଟି କ୍ରିକେଟ୍‌ ଖେଳୁଥିଲେ । ଯଦିଓ ବସ୍‌ ଡିଲେଡ୍‌ଙ୍କ ଭଳି ଖେଳାଳି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଆସିଥିଲେ, ହେଲେ ଟଙ୍କା ନମିଳିବାରୁ ସେ ମଧ୍ୟ ଫେରିଗଲେ । ଏହି କାରଣରୁ ଯଦି ନେଦରଲ୍ୟାଣ୍ଡରେ ଲୋକେ କ୍ରିକେଟ୍‌ ଖେଳିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି, ଟଙ୍କାର ଅଭାବ ସେମାନଙ୍କୁ ପଛକୁ ଫେରିଯିବା ପାଇଁ ବାଧ୍ୟ କରୁଛି । ହେଲେ ନେଦରଲ୍ୟାଣ୍ଡ ଦଳ ବଡ଼ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ଭଳି କ୍ଷମତା ରଖିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଏହି ଦଳ ଏହାକୁ ପ୍ରମାଣ କରିଦେଖାଇଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.