ETV Bharat / sports

ବିଶ୍ବକପ: ଟିମ୍ ଇଣ୍ଡିଆ ପ୍ରାକ୍ଟିସ ସେସନରେ ଯୋଗଦେଲେ ଧଓ୍ବନ

ଆହାତ ଧୱନ ଫେରିଲେ ମଇଦାନକୁ ! ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚର ପୂର୍ବରୁ ଅଭ୍ୟାସ ବେଳେ ଆସିଲେ ନଜର । 10-12 ଦିନରେ ଟିମକୁ ଫେରିବା ନେଇ ସୂଚନା ଦେଲେ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI
author img

By

Published : Jun 12, 2019, 10:41 PM IST

ନଟିଂହମ: ଟିମ ଇଣ୍ଡିଆର ଓପନର ଧଓ୍ବନଙ୍କ ଆହତ ଘଟଣାକୁ ନେଇ ଆସିଲା ଭଲ ଖବର । ଭାରତୀୟ ଟିମର ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର କହିଛନ୍ତି, ଧୱନ 10-12 ଦିନରେ ସୁସ୍ଥ ହୋଇ ଟିମକୁ ଫେରି ପାରନ୍ତି । ଏହାସହ ସେ କହିଛନ୍ତି ଯେ ଋଷଭ ପନ୍ତ ଧଓ୍ବନଙ୍କ ଷ୍ଟାଣ୍ଡବାଏ ଭାବେ ରହିବେ । ତେବେ ଆହତ ହୋଇଥିବା ସତ୍ତ୍ୱେ ନଟିଂହମ ଟ୍ରେଣ୍ଟବ୍ରିଜ ଠାରେ ଭାରତୀୟ ଟିମର ଅଭ୍ୟାସ ବେଳେ ତାଙ୍କୁ ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

ବାଙ୍ଗର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଧୱନଙ୍କ ଫ୍ରାକ୍ଚର ଉପରେ ଆମେ ନଜର ରଖିଛୁ । ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ 10ରୁ 12 ଦିନ ସମୟ ଲାଗିବ । ଆମେ ତାଙ୍କୁ ସାହାଯ୍ୟ କରିବୁ । ଦରକାର ପଡିଲେ ବିଜୟ ଶଙ୍କରଙ୍କୁ ଆମେ ବିକଳ୍ପ ଭାବେ ନେବୁ । ବିକଳ୍ପ ଖେଳାଳି ରଖିବା ଠିକ ହେବ । ଋଷଭ ପନ୍ତ ମଧ୍ୟ ମଞ୍ଚେଷ୍ଟର ଠାରେ ରହିବେ ।’

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@BCCI

ବର୍ତ୍ତମାନ କିନ୍ତୁ ଧୱନ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷ ଉଭୟ ମ୍ୟାଚ ଖେଳିପାରିବେ ନାହିଁ । କୋଚ ବାଙ୍ଗର ଆହୁରି ମଧ୍ୟ କହିଛନ୍ତି ଯେ, ‘ଧୱନ ବର୍ତ୍ତମାନ ବିସିସିଆଇ ମେଡିକାଲ ଟିମର ନିରୀକ୍ଷଣରେ ଅଛନ୍ତି । ଟିମ ମ୍ୟାନେଜମେଣ୍ଟ ନେଇ ନିଷ୍ପତ୍ତି ନେଇଛି ଯେ ଧୱନ ଇଂଲଣ୍ଡରେ ରହିବେ ଓ ତାଙ୍କ ଆଘାତ ଉପରେ ନଜର ରଖାଯିବ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.