ETV Bharat / sports

ଧୋନିଙ୍କ ସଫଳତା ପଛରେ ‘ସ୍ପେଶାଲ ବ୍ୟାଟ’

ମାହି ଏବେ ଫୁଲ ଫର୍ମରେ । ବାଲାଂଦେଶ ଅଭ୍ୟାସ ମ୍ୟାଚରେ 113 ରନର ପାଳି ଖେଳି ସୂଚାଇ ଦେଇଛନ୍ତି ବିଶ୍ବକପ ପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

author img

By

Published : Jun 5, 2019, 11:49 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@BCCI

ହାଇଦ୍ରାବାଦ: 2018ରେ ବ୍ୟାଟରେ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିବା ପୂର୍ବତନ ଭାରତୀୟ ଅଧିନାୟକ ବିଶ୍ବକପ ପାଇଁ ନିଜକୁ ପ୍ରସ୍ତୁତ କରିବା ବେଳେ କୌଣସି ସୁଯୋଗକୁ ହାତଛଡା କରି ନାହାଁନ୍ତି । ସେ ଚଳିତ ବିଶ୍ବକପକୁ ସବୁଠାରୁ ସ୍ମରଣୀୟ କରିବା ପାଇଁ କରିଛନ୍ତି ସମସ୍ତ ପ୍ରଚେଷ୍ଟା । ତେବେ ଗତ କିଛି ଦିନ ଧରି ହେଉଥିବା ଚର୍ଚ୍ଚାରୁ ସ୍ପଷ୍ଟ ଯେ ଧୋନିଙ୍କର ଏହା ଶେଷ ବିଶ୍ବକପ । ତେଣୁ ଧୋନି ଏହି ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଅନ୍ତ କରିବାକୁ ଚାହୁଁଥିବା ଭଳି ଜଣାପଡୁଛି । କାରଣ ଅଭ୍ୟାସ ମ୍ୟାଚରେ ସେ ଯେଭଳି ପ୍ରଦର୍ଶନ କରିଥିଲେ ସେଥିରୁ ଏହା ସ୍ପଷ୍ଟ ହେଉଥିଲା । ତେବେ ଧୋନିଙ୍କ ବିଶ୍ବକପ ପାଇଁ ପ୍ରସ୍ତୁତି ନେଇ ଆସିଛି କିଛି ରୋଚକ ତଥ୍ୟ ।

World Cup, MS Dhoni, three, different bats, key, success, ଧୋନି
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@msdfansofficial

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପୂର୍ବରୁ ବାଲାଂଦେଶ ବିପକ୍ଷରେ ହୋଇଥିବା ଅଭ୍ୟାସ ମ୍ୟାଚରେ ଧୋନିଙ୍କ ଧୂଆଁଧାର 113ରନର ପାଳି ଖେଳିଥିଲା । ଆଉ ସେହି ମ୍ୟାଚରେ ଆଉ ଏକ କଥା ମଧ୍ୟ ଘଟିଥିଲା । ଧୋନି ସେହି ମ୍ୟାଚରେ ତିନିଥର ନିଜର ବ୍ୟାଟ ବଦଳାଇଥିଲେ । ତେବେ ଏହା ଧୋନିଙ୍କ ସଫଳତା ରହସ୍ୟ ହୋଇପାରେ ବୋଲି ଅନେକେ ଚର୍ଚ୍ଚା କରୁଛନ୍ତି ।

ଗତ କିଛି ମାସ ଧରି ଧୋନି ଯେତେବେଳେ ବ୍ୟାଟିଂ କରିବାକୁ ଆସନ୍ତି ତାଙ୍କର ନିୟମିତ ବ୍ୟାଟ ନେଇ ଆସନ୍ତି । କିଛି ସମୟ ପଡିଆରେ ସେଟ ହେବା ପରେ ସେ ଆଉ ଗୋଟିଏ ହାଲୁକା ବ୍ୟାଟ ମଗାଇଥାନ୍ତି । ନୂଆ ବ୍ୟାଟଟି 20 ଗ୍ରାମ ହାଲୁକା ହେବା ସହ ତାର ହ୍ୟାଣ୍ଡେଲ ମଧ୍ୟ ଅଧିକ ଚଉଡା ଥାଏ । ତାପରେ ପୁଣି ଥରେ ସେ ସେହି ପ୍ରଥମ ବ୍ୟାଟକୁ ଆଣନ୍ତି ମ୍ୟାଚ ଫିନିସ କରିବା ପାଇଁ ।

ବିଏଏସ କ୍ରିକେଟ କିଟ କମ୍ପାନିର ମାଲିକ ସୋମି କୋହଲି କହିଛନ୍ତି ଯେ ‘‘ଧୋନି ବିଶ୍ବକପ୍‌ ପାଇଁ ସ୍ବତନ୍ତ୍ର ବ୍ୟାଟ ତିଆରି ପାଇଁ କହିଥିଲେ । ହାଲୁକା ବ୍ୟାଟ ତିଆରି ପାଇଁ କହିଥିଲେ । ଆମେ 10ରୁ 20 ଗ୍ରାମ କମ କରି ତାଙ୍କ ପାଇଁ ବ୍ୟାଟ ତିଆରି କରିଛୁ ।’’

ଚଳିତ ବିଶ୍ବକପରେ ଧୋନି ନିଶ୍ଚିତ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଥିବେ । କାରଣ ଧୋନିଙ୍କୁ ଚଳିତ ବିଶ୍ବକପରେ ଟିମ ଇଣ୍ଡିଆର ଏକ ଗୁରୁତ୍ବପୁର୍ଣ୍ଣ ଅସ୍ତ୍ର ଭାବେ ଗ୍ରହଣ କରାଯାଉଛି । ଗତ କିଛି ମ୍ୟାଚରେ ଧୋନି କ୍ରମାଗତ ଅର୍ଦ୍ଧଶତକ ହାସଲ କରିବା ସହ ନ୍ୟୁଜିଲାଣ୍ଡ ଗସ୍ତରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।

ଧୋନିଙ୍କୁ ଏବେ ନେଟରେ ମଧ୍ୟ ସବୁ ଦିଗରେ ହିଟ କରୁଥିବା ଦେଖିବାକୁ ମିଳିଛି । ମୋଟ ଉପରେ କହିବାକୁ ଗଲେ ମାହି ଏବେ ଫୁଲ ଫର୍ମରେ । ତିନୋଟି ବିଶ୍ବକପ ଖେଳି ସାରିଥିବା ଧୋନିଙ୍କ ଅଭିଜ୍ଞତା ଏହି ବିଶ୍ବକପରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

cccd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.