ETV Bharat / sports

‘ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ଖେଳାଳି ୱିଲିୟମସନ’

ନ୍ୟୁଜିଲାଣ୍ଡର ପୂର୍ବତନ କ୍ୟାପଟେନ ତଥା ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ଡାନିଏଲ ଭିଟୋରୀ ୱିଲିୟମସନଙ୍କୁ ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ଖେଳାଳି କହିଛନ୍ତି ।

author img

By

Published : Jun 20, 2019, 10:53 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ଲଣ୍ଡନ: କେନ ୱିଲିୟମସନ ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ଖେଳାଳି । ଏହା କହିଛନ୍ତି ପୂର୍ବତନ କିଓ୍ବି କ୍ୟାପଟେନ ଡାନିଏଲ ଭିଟୋରୀ । ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଏକଦା 80 ରନରେ 4 ୱିକେଟ ହରାଇ ନ୍ୟୁଜିଲାଣ୍ଡ ସଂକଟରେ ପଡିଥିଲା । ତେବେ ୱିଲିୟମସନ ଅପରାଜିତ 138 ବଲରେ 106 ରନ ସ୍କୋର କରି ନ୍ୟୁଜିଲାଣ୍ଡକୁ ଶେଷ ଓଭରରେ ବିଜୟୀ କରାଇଥିଲେ।

ଏହି ପ୍ରଦର୍ଶନ ପରେ ଭେଟେରାନ ଅଲରାଉଣ୍ଡର ୱିଲିୟମସନଙ୍କୁ ପ୍ରଶଂସା କରିଛନ୍ତି । ନ୍ୟୁଜିଲାଣ୍ଡ ପାଇଁ ଅନେକ ଖେଳାଳି ଖେଳିଛନ୍ତି । କିନ୍ତୁ ୱିଲିୟମସନ ସମସ୍ତଙ୍କଠୁ ଶ୍ରେଷ୍ଠ ଦିନିକିଆ ଖେଳାଳି ବୋଲି ସେ କହିଛନ୍ତି । ବହୁତ କମ ସମୟ ମଧ୍ୟରେ ୱିଲିୟମସନ ବହୁତ ସଫଳତା ପାଇଛନ୍ତି । 28 ବର୍ଷିୟ ୱିଲିୟମସନ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । 13 ହଜାରୁ ଅଧିକ ଅନ୍ତର୍ଜାତୀୟ ରନ ସ୍କୋର କରିଛନ୍ତି ୱିଲିୟମସନ ।

ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ଡାନିଏଲ ଭିଟୋରୀ । ସେ ପାଖାପାଖି 7000 ରନ କରିବା ସହ 705ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.