ETV Bharat / sports

ବିଶ୍ବକପ: ସେମି ଖେଳିବାକୁ ଭାରତର ସାହାଯ୍ୟ ମାଗିଲା ପାକିସ୍ତାନ - Shoaib Akhtar

ବିଶ୍ବକପରେ ସେମିଫାଇନାଲ ପ୍ରବେଶ ପାଇଁ ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଭାରତର ସାହାଯ୍ୟ ଲୋଡିଛି ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ
author img

By

Published : Jun 27, 2019, 6:37 PM IST

ଲଣ୍ଡନ: କ୍ରିକେଟ ବିଶ୍ବକପରେ ଆରମ୍ଭ ହୋଇଗଲାଣି ସେମିଫାଇନାଲ କାଉନଣ୍ଡାଉନ । ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ବିଶ୍ବକପ 2019 ସେମିଫାଇନାଲରେ ପ୍ରବେଶ କରିସାରିଛି । ତେବେ ଏସବୁ ଭିତରେ ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସେମିଫାଇନାଲ ପ୍ରବେଶ ପାଇଁ ଭାରତର ସାହାଯ୍ୟ ଲୋଡିଛି । ପାକର ପୂର୍ବତନ ଷ୍ଟାର ପେସ ବୋଲର ସୋଏବ ଅଖତର କହିଛନ୍ତି, ପାକିସ୍ତାନ ସେମିରେ ପହଞ୍ଚିବା ପାଇଁ ଭାରତ ସହାୟତା କରୁ ।

ICC
ଫଟୋ ସୌଜନ୍ୟ: ଫାଇଲ ଫଟୋ

ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ଜିତିବା ପରେ ଦଳର ସେମିଫାଇନାଲ ଖେଳିବା ନେଇ ସୁଯୋଗ ସୃଷ୍ଟି ହୋଇଛି । ତେବେ ସେମିରେ ପହଞ୍ଚିବା ପାଇଁ ପାକିସ୍ତାନକୁ ବାକି ଥିବା 2ଟି ମ୍ୟାଚରୁ ବିଜୟ ହାସଲ କରିବାକୁ ପଡିବ । ଭାରତ ଇଂଲଣ୍ଡକୁ ହରାଇଲେ ପାକିସ୍ତାନ 11 ପଏଣ୍ଟ ସହିତ ସେମିଫାଇନାଲରେ ଚତୁର୍ଥ ଦଳ ଭାବେ ପ୍ରବେଶ କରିପାରିବ ।

ବାକି 3 ଟି ସ୍ଥାନ ପାଇଁ 6ଟି ଦଳ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ତେବେ ସବୁଠୁ ସୁବିଧା ସ୍ଥିତିରେ ରହିଛି ଭାରତ । କାରଣ ଏଯାବତ କୌଣସି ମ୍ୟାଚରେ ଭାରତ ପରାଜିତ ହୋଇନାହିଁ ଏବଂ ସବୁଠୁ କମ ମ୍ୟାଚ ଖେଳି ପଏଣ୍ଟ ଟେବୁଲର 3ୟ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ଜିତିଲେ ଭାରତ, ନ୍ୟୁଜିଲାଣ୍ଡକୁ ପଛକୁ ଠେଲି ପଏଣ୍ଟ ଟେବୁଲର 2ୟ ସ୍ଥାନରେ ପହଞ୍ଚିଯିବ । ଏହା ସହିତ ସେମିଫାଇନାଲ ଖେଳିବା ଏକପ୍ରକାର ନିଶ୍ଚିତ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.