ETV Bharat / sports

ବିଶ୍ବକପ: ଭାଙ୍ଗିଲା ଭାରତର ଅପରାଜେୟ ଧାରା, 31 ରନରେ ଜିତିଲା ଇଂଲଣ୍ଡ - world cup

ବିଶ୍ବକପରେ ଭାଙ୍ଗିଲା ଭାରତର ଅପରାଜେୟ ଧାରା । ଘରୋଇ ଦଳ ଇଂଲଣ୍ଡ ଠାରୁ 31 ରନରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 1, 2019, 3:18 AM IST

Updated : Jul 1, 2019, 7:14 AM IST

ବର୍ମିଂହାମ: ଚଳିତ ବିଶ୍ବକପରେ ଭାରତର ହାତରେ ଲାଗିଛି ପ୍ରଥମ ପରାଜୟ । ଘରୋଇ ଇଂଲଣ୍ଡ ଭାରତକୁ 31 ରନରେ ହରାଇଛି । ଏହି ବିଜୟ ଇଂଲଣ୍ଡର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି । 338 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 301 ରନ ସ୍କୋର କରିପାରିଥିଲା । ଫଳରେ ବିଜୟ ଠାରୁ 31 ରନ ପଛରେ ରହିଯାଇଥିଲା ଭାରତ ।

ଏହି ପରାଜୟ ପରେ ବିରାଟ ବାହିନୀର ଚଳିତ ବିଶ୍ବକପରେ ଅପରାଜେୟ ଧାରା ଭଙ୍ଗ ହୋଇଛି । ରୋହିତ ଶର୍ମାଙ୍କ ଶତକ ବିଫଳ ହୋଇଯାଇଛି । ରୋହିତ 109 ବଲରେ 102 ରନର ପାଳି ଖେଳିଥିଲେ । କୋହଲି 76 ବଲରୁ 66 ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 33ବଲରେ ଦ୍ରୁତ 45 ରନ କରିଥିଲେ । ସେହିପରି ଧୋନି 31 ବଲରୁ 42 ରନର ପାଳି ଖେଳିଥିଲେ ।

ଇଂଲଣ୍ଡ ପକ୍ଷରୁ ଲିଆମ ପ୍ଲଙ୍କେଟ ସର୍ବାଧିକ 3ଟି ୱିକେଟ ନେଇଥିଲେ । କ୍ରିସ ୱର୍କ୍ସ 2ଟି ୱିକେଟ ନେଇଥିଲେ ।

ପୂର୍ବରୁ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ବେୟାରଷ୍ଟୋଙ୍କ ଶତକ ବଳରେ 337 ରନ କରିଥିଲା । ବେୟାରଷ୍ଟୋଙ୍କ ଏହି ମ୍ୟାଚ ବିଜୟୀ ପାଳି ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି । ଜୋ ରୁଟ 44, ଜେସନ ରୟ 66 ଓ ବେନ ଷ୍ଟୋକ୍ସ 79 ରନର ପାଳି ଖେଳିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ 5ଟି ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

RRR

Conclusion:
Last Updated : Jul 1, 2019, 7:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.