ଓଭାଲ: ଆଇସିସି କ୍ରିକେଟ ବିଶ୍ବକପର ପ୍ରଥମ ମ୍ୟାଚ ଆସନ୍ତା 30ରେ ଖେଳାଯିବ । ତା' ପୂର୍ବରୁ ଇଂଲଣ୍ଡର ଓଭାଲ କ୍ରିକେଟ ପଡିଆରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 39.2 ଓଭରରେ ମାତ୍ର 179 ରନରେ ଅଲଆଉଟ ହୋଇଯାଇଛି । ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ 180 ରନର ଲକ୍ଷ୍ୟ ରଖିଛି ।
ଏହି ଅଭ୍ୟାସ ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ରୋହିତ ଶର୍ମା ମାତ୍ର 2 ରନ କରି ପାଭିଲିୟନ ଫେରିଥିଲେ । ଟ୍ରେଣ୍ଟବୋଲ୍ଟଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ ସେ । ପରେ ଶିଖର ଧାୱନ 2 ଓ ଲୋକେଶ ରାହୁଲ 6ରନ କରି ଆଉଟ ହୋଇଥିଲେ । ଉଭୟଙ୍କ ୱିକେଟ ମଧ୍ୟ ବୋଲ୍ଟ ନେଇଥିଲେ ।
ପରେ ନ୍ୟୁଜିଲାଣ୍ଡ ବୋଲର ଘାତକ ବୋଲିଂ କରି ଭାରତର ବ୍ୟାଟିଂ ଅର୍ଡରକୁ ଭୁଶୁଡ଼ି ପଡ଼ିଥିଲା ।ନିୟମିତ ବ୍ୟବଧାନରେ ଦଳ ଓ୍ବିକେଟ ହରାଇଥିଲା । ବିରାଟ 24 ବଲରେ 18 ରନ, ହାର୍ଦ୍ଦିକ ପାଣ୍ଡ୍ୟ 37 ବଲରୁ 30ରନ, ଧୋନୀ 17 ରନ କରି ଆଉଟ ହୋଇଥିଲେ । କେଏଲ ରାହୁଲ ଓ ଦିନେଶ କାର୍ତ୍ତିକ ନିରାଶ କରିଥିଲେ ।
ଭାରତ ପକ୍ଷରୁ ସର୍ବାଧିକ ରନ କରିଥିଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । 50 ବଲରୁ 54ରନର ଉପଯୋଗୀ ଅର୍ଧଶତକୀୟ ପାଳି ଖେଳିଥିଲେ ଜାଡେଜା । ଏହି ପାଳିରେ 6ଟି ଚୌକା ଓ 2ଟି ଛକା ରହିଛି । କୁଲଦୀପ ଭରପୁର ସାଥ ଦେଇଥିଲେ । ଶେଷ ଖେଳାଳି ଭାବେ ଆଉଟ ହେବା ପୂର୍ବରୁ 36 ବଲରୁ 19ରନ କରିଥିଲେ କୁଲଦୀପ ।
ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ 4ଟି, ଜେମସ ନିଶାନ 3 ୱିକେଟ ନେଇଥିଲେ ସାଉଦି, ଗ୍ରାଣ୍ଡହୋମ ଓ ଫର୍ଗୁସନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।