ETV Bharat / sports

ଆଜି ବିଶ୍ବକପରେ ଇଂଲଣ୍ଡ ବାଲାଂଦେଶ ଲଢେଇ - Preview

ଆଜି ବିଶ୍ବକପରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଘରୋଇ ଇଂଲଣ୍ଡକୁ ଭେଟିବ ବାଂଲାଦେଶ । 2011 ବିଶ୍ବକପ ଓ 2015 ବିଶ୍ବକପରେ ଇଂଲଣ୍ଡକୁ ହରାଇଥିଲା ବାଂଲାଦେଶ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ଆଇସିସି)
author img

By

Published : Jun 8, 2019, 1:16 PM IST

Updated : Jun 8, 2019, 2:37 PM IST

କାର୍ଡିଫ: ଆଜି ବିଶ୍ବକପରେ ଦୁଇଟି ମ୍ୟାଚ ଖେଳାଯିବ । ଇଂଲଣ୍ଡ ବନାମ ବାଂଲାଦେଶ ଓ ଆଫଗାନିସ୍ତାନ ବନାମ ନ୍ୟୁଜିଲାଣ୍ଡ । ପ୍ରଥମ ମ୍ୟାଚରେ ଘରୋଇ ଇଂଲଣ୍ଡକୁ ଭେଟିବ ବାଂଲାଦେଶ । ଭାରତୀୟ ସମୟ ଅପରାହ୍ନ 3.00ରେ ଏହି ମ୍ୟାଚ ଆରମ୍ଭ ହେବ ।

world cup
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ଆଇସିସି)

2011 ବିଶ୍ବକପ ଓ 2015 ବିଶ୍ବକପରେ ଇଂଲଣ୍ଡକୁ ହରାଇଥିଲା ବାଂଲାଦେଶ । ତେବେ ଏହା ପରେ ଇଂଲଣ୍ଡ ଟିମ ଶକ୍ତିଶାଳୀ ହୋଇଛି ଓ ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷରେ ପହଞ୍ଚିଛି । ବାଂଲାଦେଶ ଆଇସିସି ମାନ୍ୟତାର 7ନଂ ସ୍ଥାନରେ ରହିଛି । ଶେଷ 5ଟି ଦିନିକିଆ ମୁକାବଲାରେ ଇଂଲଣ୍ଡ 3ଟି ଓ ବାଂଲାଦେଶ 2ଟିରେ ବିଜୟୀ ହୋଇଛି । ଶେଷ 3ଟି ବିଶ୍ବକପ ମ୍ୟାଚରେ ଇଂଲଣ୍ଡକୁ 2ଥର ମାତ ଦେଇଛି ବାଂଲାବାହିନୀ ।

world cup
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ଆଇସିସି)

କେବେ ବିଶ୍ବକପ ଜିତିନଥିବା ଇଂଲଣ୍ଡକୁ ଚଳିତ ବିଶ୍ବକପର ନଂ1 ଫେବରିଟ ଦଳ କୁହାଯାଉଛି । ଉଦ୍ଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ସହଜରେ ହରାଇ ଶକ୍ତିପ୍ରଦର୍ଶନ କରିଥିଲା ଇଂଲଣ୍ଡ । ତେବେ ଦ୍ବିତୀୟ ମ୍ୟାଚରେ ପାକିସ୍ତାନ ଠାରୁ ହାରିଯାଇଥିଲା । 349ରନର ବିଜୟ ଲକ୍ଷ୍ୟକୁ ପିଛା କରି 15ରନ ପଛରେ ରହିଯାଇଥିଲା ଇଆନ ମୋର୍ଗାନଙ୍କ ଦଳ । ତେବେ 2ଟି ମ୍ୟାଚରୁ ଗୋଟିଏ ବିଜୟସହ 2 ପଏଣ୍ଟରେ, ପଏଣ୍ଟ ଟେବୁଲର 6ନଂ ସ୍ଥାନରେ ରହିଛି ଇଂଲଣ୍ଡ ।

ଅନ୍ୟପଟେ ବାଂଲାଦେଶ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ କମଜୋର ନୁହେଁ ବୋଲି ପ୍ରମାଣ ଦେଇଛି । ତେବେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟର ମୁହଁ ଦେଖିଛି ଦଳ । 2ପଏଣ୍ଟ ସହ ପଏଣ୍ଟ ଟେବୁଲର 8ମ ସ୍ଥାନରେ ରହିଛି ବାଂଲାଦେଶ ।
ଆଜିର ମ୍ୟାଚରେ ଉଭୟ ଦଳ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛନ୍ତି । ତେବେ ପ୍ରଦର୍ଶନ ଓ ଘରୋଇ ପରିବେଶ ପାଇଁ ବାଂଲାଦେଶ ଉପରେ ଇଂଲଣ୍ଡ ଭାରି ପଡିପାରେ ।

ବାଂଲାଦେଶ ସମ୍ଭାବ୍ୟ ଏକାଦଶ: ତମିମ ଇକବାଲ, ସୌମ୍ୟ ସରକାର, ସାକିବ ଅୱ ହସନ, ମୁସଫକର ରହିମ(ୱିକେଟକିପର), ମହମ୍ମଦ ମିଥୁନ, ମହମ୍ମଦୁଲ୍ଲା, ମୋସାଦେକ ହୁସେନ, ମହମ୍ମଦ ସୈଫଉଦ୍ଦିନ, ମେହେଦୀ ହସନ, ମସରଫେ ମୋର୍ତାର୍ଜା(କ୍ୟାପଟେନ), ମୁସ୍ତାଫିଜୁର ରେହମାନ ।

ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ: ଜସନ ରୟ, ଜନ୍ନି ବେଷ୍ଟୋ, ଜୋ ରୁଟ, ଇଆନ ମୋର୍ଗାନ(କ୍ୟାପଟେନ), ବେନ ଷ୍ଟୋକ୍ସ, ଜସ ବଟଲର, ମୋଇନ ଅଲ୍ଲୀ, କ୍ରିସ ୱର୍କ୍ସ, ଲିଆମ ପ୍ଲଙ୍କେଟ, ଜୋଫ୍ରା ଆର୍ଚର, ମାର୍କ ଉଡ ।

ଗଛ କାଟିବା ହେଲା କାଳ। ଗଛ କାଟିବା ବେଳେ  ଉପରେ ଗଛ ପଡି ଘଟଣା ସ୍ଥଳରେ ଜଣଙ୍କର ମୂର୍ତ୍ୟୁ ହୋଇଛି । ମୃତକ ଜଣଙ୍କ  ହେଲେ ଶ୍ରୀକାନ୍ତ ବେହେରା । ତାଙ୍କ ଘର ଢେଙ୍କାନାଳ ଜିଲା କାମାକ୍ଷା ନଗର ଥାନା କମ୍ରଡା ଗାଁ ରେ  ।  ଏପରି ଏକ  ଅଘଟଣ  ଘଟିଛି ଅନୁଗୋଳ ଜିଲା  ତାଳଚେର ଅଞ୍ଚଳ ରେ । ତଳଚେର ଥାନା ତାଳବେଡା ଗାଁ ସୌଭାଗ୍ୟନଗର ସାହି ରେ । ଶ୍ରୀକାନ୍ତ ଦିନମଜୁରିଆ ଭାବରେ କାର୍ଯ୍ୟକରନ୍ତି । ସେ  ତାଳଚେର ବାଲୁଗାଁ ରେ ରହୁଥିଲେ ।
Visual on FTP 
Last Updated : Jun 8, 2019, 2:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.