ETV Bharat / sports

ବିଶ୍ବକପ୍‌ 2019: ବାଂଲାଦେଶ ରଚିଲା ଇତିହାସ, 330 ରନ୍‌ କରି ସୃଷ୍ଟି କଲା ରେକର୍ଡ - ବଂଲାଦେଶ

ନିଜର ରେକର୍ଡ ଭାଙ୍ଗିଲା ବାଂଲାଦେଶ । ନିଜର ଦିନିକିଆ ମ୍ୟାଚ୍‌ରେ ଆଜି କରିଛି ସର୍ବାଧିକ ସ୍କୋର ।

ଫଟୋ ସୌଜନ୍ଯ: ସୋସିଆଲମିଡିଆ
author img

By

Published : Jun 2, 2019, 11:48 PM IST

ଲଣ୍ଡନ: ରବିବାର ଦିନ ବିଶ୍ବକପ୍‌ର 5ମ ମୁକାବିଲା ବାଂଲାଦେଶ- ଦ.ଆଫିକ୍ରା ମଧ୍ୟରେ ଚାଲିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି 330ରନ୍‌ର ବିଶାଳ ସ୍କୋର ଛିଡା କରିଛି । ତେବେ ବର୍ତ୍ତମାନ ସୁଦ୍ଧା ବାଂଲା ଦିନିକିଆ ମ୍ୟାଚ୍‌ରେ କରିଥିବା ସ୍କୋର ମଧ୍ୟରେ ଏହା ସର୍ବାଧିକ ସ୍କୋର ।

ଏଥିସହ ଚଳିତ ଓ୍ବାର୍ଲ୍ଡ କପ୍‌ରେ ଏଯାଏଁ 300ରନରୁ ଅଧିକ ସ୍କୋର କରିଥିବା ଟିମ୍‌ ରେ ପ୍ରଥମ ଏସିଆ ଟିମ୍‌ ହେଉଛି ବାଂଲାଦେଶ ।

world cup
ଫଟୋ ସୌଜନ୍ଯ: ସୋସିଆଲମିଡିଆ@cricketworldcup

ସୂଚନାଥାଉକି, ବାଂଲାଦେଶ ଏଯାଏଁ ଦିନିକିଆ ମ୍ୟାଚ୍‌ରେ କରିଥିବା ସ୍କୋର ମଧ୍ୟରେ ଆଜିର ସ୍କୋର ସର୍ବାଧିକ । ଏହା ପୂର୍ବରୁ 2015ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ 322ରନ କରିଥିଲା ।

bangladesh
ଫଟୋ ସୌଜନ୍ଯ: ସୋସିଆଲମିଡିଆ@cricketworldcup

ତେବେ ଦ.ଆଫ୍ରିକା ବିପକ୍ଷରେ ପ୍ରଥମ ଥର ପାଇଁ 300ରୁ ଊର୍ଦ୍ଧ୍ବ ରନ୍‌ କରିଛି ବାଂଲା । ଏହାପୂର୍ବରୁ 2017ରେ ଦ.ଆଫ୍ରିକାକୁ 279ରନ୍‌ର ଟାର୍ଗେଟ ଦେଇଥିଲା ।

ଆଜିର ଏହି ମ୍ୟାଚ୍‌ରେ ବାଂଲାଦେଶ ଖେଳାଳୀ ସାକିବ ଅଲ ହସନ ଓ ମୁସଫିକର ରହିମ 142ରନ୍‌ର ପାର୍ଟନରସିପ୍‌ କରିଛନ୍ତି । ଯାହା ବିଶ୍ବକପ୍‌ରେ ବାଂଲାଦେଶର ସବୁଠାର ବଡ ପାର୍ଟନରସିପ୍‌ ସ୍କୋର । ଏହା ପୂର୍ବରୁ 2015ରେ ଇଂଲଣ୍ଡ ବିପକ୍ଷରେ ମୁସଫିକର ରହିମ ଓ ମହମୁଦୁଲ୍ଲାହ 141ରନ୍‌ର ପାର୍ଟନରସିପ୍‌ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.