ETV Bharat / sports

2ୟ ଟେଷ୍ଟ: ସିରିଜ ବଞ୍ଚାଇବା ପାଇଁ ନେଟ୍ସରେ ଝାଳ ବୁହାଇଲା ବିରାଟ ବାହିନୀ - ରାଟ ବାହିନୀ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିଯିବା ପରେ ଏବେ 2ୟ ମ୍ୟାଚ ପାଇଁ ଜୋରଦାର ପ୍ରୟାସ ଜାରିରଖିଛି ଟିମ୍ ଇଣ୍ଡିଆ ।

watch-team-india-introduce-new-training-drill-called-turbo-touch
2ୟ ଟେଷ୍ଟ: ସିରିଜ ବଞ୍ଚାଇବା ପାଇଁ ନେଟ୍ସରେ ଝାଳ ବୁହାଇଲା ବିରାଟ ବାହିନୀ
author img

By

Published : Feb 28, 2020, 3:12 PM IST

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିଯିବା ପରେ ଏବେ 2ୟ ମ୍ୟାଚ ପାଇଁ ଜୋରଦାର ପ୍ରୟାସ ଜାରିରଖିଛି ଟିମ୍ ଇଣ୍ଡିଆ । ଦିନିକିଆ ସିରିଜ 5-0ରେ ମୂଳପୋଛ ହେବା ପରେ ଏବେ ଟେଷ୍ଟ ସିରିଜ ଉପରେ ଖଣ୍ଡା ଝୁଲୁଛି । ଯାହା ଫଳରେ ଶୁକ୍ରବାର ଭ୍ରମଣକାରୀ ଦଳ ପଡିଆରେ ଖୁବ ଝାଳ ବୁହାଇଛି ।

ବିସିସିଆଇର ଅଫିସିଆଲ୍ ହ୍ୟାଣ୍ଡେଲ୍ ଅଭ୍ୟାସ ଭିଡିଓ ପୋଷ୍ଟ କରିଛି । ଏଥିରେ ଦଳର ସମସ୍ତ ଖେଳାଳି ଅଭ୍ୟାସ କରୁଥିବାର ନଜର ଆସିଛନ୍ତି । ତେବେ ୱେଲିଙ୍ଗଟନ୍‌ରେ କିୱି ବିପକ୍ଷରେ ପ୍ରଥମ ଟେଷ୍ଟ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତକୁ ପ୍ରଥମ ପରାଜୟ ପାଇଥିଲା । ଫେବୃଆରୀ 29 ରୁ ମାର୍ଚ୍ଚ 4 ପର୍ଯ୍ୟନ୍ତ ଖ୍ରୀଷ୍ଟଚର୍ଚରେ ଚାଲିବାକୁ ଥିବା ଦୁଇ ମ୍ୟାଚ୍ ସିରିଜର ଏହା ଅନ୍ତିମ ମ୍ୟାଚ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.