ଲଣ୍ଡନ: କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ପୁଣି ଏକ ନୂଆ କୀର୍ତ୍ତୀମାନ ଯୋଡିହୋଇଛି । ଏହି ମହାନ ଭାରତୀୟ କ୍ରିକେଟରଙ୍କୁ ଆସିସିସି 'ହଲ ଅଫ ଫେମ' ସମ୍ମାନରେ ସମ୍ମାନିତ କରାଯାଇଛି । ସଚିନଙ୍କ ନାମରେ ରହିଛି ଅବିଶ୍ବସନୀୟ 100 ଅନ୍ତଜାର୍ତୀୟ ଶତକ ।
![ICC Hall of Fame](https://etvbharatimages.akamaized.net/etvbharat/prod-images/3881344_sachn.jpg)
ସଚିନଙ୍କ ସମେତ ଦକ୍ଷିଣ ଆପ୍ରିକାର ଆଲାନ ଡୋନାଲ୍ଡ,, ଅଷ୍ଟ୍ରେଲିଆଲ ପୂର୍ବତନ କ୍ରିକେଟର କାଥରିନ ଫିଡପାଟ୍ରିକଙ୍କ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି ।
"ଆସିସିସିର 'ହଲ ଅଫ ଫେମ' ସମ୍ମାନ ପାଇବା ମୋ ପାଇଁ ଗର୍ବର ବିଷୟ" ଏହା ଖାଲି ଏକ ସମ୍ମାନ ନୁହେଁ ବରଂ କ୍ରିକେଟକୁ ଅବଦାନର ସ୍ମରଣୀୟ ସମ୍ମାନ ହେବ । "କ୍ରିକେଟକୁ ସମସ୍ତ କ୍ରିକେଟରଙ୍କ ଅବଦାନ ରହିଛି, ମୁଁ ମାତ୍ର ମୋର ଅଳ୍ପ ଭାଗ କରିଛି" ସଚିନ କହିଛନ୍ତି । ପରେ କୋଚ ରମାକାନ୍ତ ଆର୍ଚେରକର, ପିତାମାତା, ଭାଇ ଅଜିତ, ପତ୍ନୀ ଅଞ୍ଜଳି ଓ କ୍ରିକେଟ କ୍ୟାରିୟରରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ସଚିନ ଧନ୍ୟବାଦ ଜଣାଇଛନ୍ତି ।
ଏହା ସହ ବିସିସିଆଇ, ଏମସିଏ, ସମସ୍ତ କ୍ୟାପଟେନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସଚିନ ଅନ୍ତଜାର୍ତିୟ ଦିନିକିଆ କ୍ରିକେଟର ସର୍ବାଧିକ 18,426 ରନ କରିଛନ୍ତି । ଟେଷ୍ଟରେ ସଚିନ 15,921 ରନ କରିଛନ୍ତି । ଟି-20ରେ 200 ରନ କରିଛନ୍ତି ।