ETV Bharat / sports

ଟିମ ଇଣ୍ଡିଆ ସମର୍ଥନରେ ପାକ୍‌ ସମର୍ଥକ ! - ଭାରତ ବନାମ ଇଂଲଣ୍ଡ

ରବିବାର ବ୍ରିମିଙ୍ଗହମର ଏଜବାଷ୍ଟନରେ ଭାରତ-ଇଂଲଣ୍ଡ ମଧ୍ୟରେ କ୍ରିକେଟ ବିଶ୍ବକପର 38ତମ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ନେଇ ଯେତିକି ଉତ୍ସାହିତ ଭାରତୀୟ ସମର୍ଥକ, ସେତିକି ଭୟଭୀତ ପାକିସ୍ତାନ ପ୍ରଶଂସକ ।

ଫାଇଲ ଫଟୋ
author img

By

Published : Jun 29, 2019, 2:07 PM IST

Updated : Jun 29, 2019, 2:40 PM IST

ଏଜବାଷ୍ଟନ(ଇଂଲଣ୍ଡ): 70 ବର୍ଷ ତଳେ ଭାରତ-ପାକିସ୍ତାନକୁ ଅଲଗା କରିଥିଲେ ବ୍ରିଟିଶ ସରକାର । ଆଉ ରବିବାର ପୁଣି ଉଭୟଙ୍କୁ ଏକାଠି କରିବାକୁ ଯାଉଛି ଇଂଲଣ୍ଡ । ତେବେ ଏଥର ଭୌଗୋଳିକ ପୃଷ୍ଠଭୂମିରେ ନୁହେଁ, କ୍ରିକେଟ ମୈଦାନରେ ଉଭୟ ପଡୋଶୀ ଏକାଠି ହେବେ ବୋଲି ଆଶା କରାଯାଉଛି ।

ରବିବାର ବ୍ରିମିଙ୍ଗହମର ଏଜବାଷ୍ଟନରେ ଭାରତ-ଇଂଲଣ୍ଡ ମଧ୍ୟରେ କ୍ରିକେଟ ବିଶ୍ବକପର 38ତମ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ନେଇ ଯେତିକି ଉତ୍ସାହିତ ଭାରତୀୟ ସମର୍ଥକ, ସେତିକି ଭୟଭୀତ ପାକିସ୍ତାନ ପ୍ରଶଂସକ । କାରଣ ଇଂଲଣ୍ଡର ବିଜୟ ପାକିସ୍ତାନ ଲାଗି ବିଶ୍ବକପରେ ସେମିଫାଇନାଲ ରାସ୍ତା ବନ୍ଦ କରିଦେଇପାରେ । କିନ୍ତୁ ଭାରତ ଜିତିଲେ ପାକିସ୍ତାନର ରାସ୍ତା ସଫା ହୋଇଯିବ । ତେଣୁ ଏବେ ସବୁଆଡେ ଉଠୁଛି ଗୋଟିଏ ପ୍ରଶ୍ନ- କଣ ରବିବାର ମ୍ୟାଚରେ ଭାରତକୁ ସମର୍ଥନ କରିବେ ପାକିସ୍ତାନ ସମର୍ଥକ ?

world cup
ଫାଇଲ ଫଟୋ

ଇଂଲଣ୍ଡ ବିରୋଧରେ ନିଜ ପ୍ରଥମ ମ୍ୟାଚ ଜିତିସାରିଛି ପାକିସ୍ତାନ । ହେଲେ ଏହାପରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ । ଏପର୍ଯ୍ୟନ୍ତ ଭାରତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ଉଭୟ ଭାରତ ଓ ଇଂଲଣ୍ଡ ପ୍ରଦର୍ଶନ ଦେଖିଲେ ମ୍ୟାଚରେ ଭାରତ ଫେଭରାଇଟ ହେବା ସ୍ବାଭାବିକ । କିନ୍ତୁ ଘରୋଇ ପଡିଆରେ ଇଂଲଣ୍ଡ ମଧ୍ୟ ଚତ୍ମକାର ପ୍ରଦର୍ଶନ କରିଛି । ଏବେ ସୁଦ୍ଧା 7ଟି ମ୍ୟାଚରୁ 8 ପଏଣ୍ଟ ପାଇ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ପାକିସ୍ତାନ 7ଟି ମ୍ୟାଚରୁ 7 ପଏଣ୍ଟ ସହ 6ଷ୍ଠ ସ୍ଥାନରେ ରହିଛି । ଉଭୟଙ୍କର 2ଟି ମ୍ୟାଚ ଥିବାବେଳେ ଇଂଲଣ୍ଡର ଗୋଟିଏ ପରାଜୟ ପାକିସ୍ତାନ ଲାଗି ସେମିଫାଇନାଲ ରାସ୍ତା ସହଜ କରିଦେଇପାରେ । କାରଣ ପାକିସ୍ତାନର ଆଗାମୀ 2ଟି ମ୍ୟାଚ ଆଫଗାନିସ୍ତାନ ଓ ବାଂଲାଦେଶ ଭଳି ଦଳଙ୍କ ବିରୋଧରେ ରହିଛି ।

world cup
ଫାଇଲ ଫଟୋ

ଆଉ ଇଂଲଣ୍ଡ ଭଳି ଦଳ ବିରୋଧରେ ବିଜୟ କେବଳ ଭାରତ ହିଁ ଆଣିପାରିବ ବୋଲି ପାକିସ୍ତାନ ଆଶା ରଖିଛି । ଭାରତ ଠାରୁ ପରାଜୟ ପରେ ପାକିସ୍ତାନର ଭାଗ୍ୟ ଯେପରି ବଦଳିଯାଇଛି । ନିଜର ପରବର୍ତ୍ତୀ ସମସ୍ତ ମ୍ୟାଚରେ ବିଜୟ ହୋଇ ଏହା ସେମିଫାଇନାଲ ଦୌଡରେ ରହିଛି । ତେଣୁ ଇଂଲଣ୍ଡ ବିରୋଧରେ ଭାରତର ମ୍ୟାଚ ପାକ ଲାଗି ଭାରତ-ପାକିସ୍ତାନ ମ୍ୟାଚ ଠାରୁ ଅନେକ ମହତ୍ତ୍ବ ରଖୁଛି । ଏପରିକି ଭାରତର ବିଜୟ ପରେ ସେମିଫାଇନାଲ କିମ୍ବା ଫାଇନାଲରେ ଭାରତ-ପାକ୍‌ ମୁକାବିଲା ହେବ ବୋଲି ଅନେକ ସମର୍ଥକ ଆଶା ରଖିଛନ୍ତି ।

world cup
ଫାଇଲ ଫଟୋ

ଭାରତଠାରୁ ହାରିଥିଲେ ମଧ୍ୟ କିଛି ପାକିସ୍ତାନ ସମର୍ଥକ ଇଂଲଣ୍ଡ ମ୍ୟାଚରେ ଭାରତକୁ ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି । ପାକିସ୍ତାନର ପ୍ରସିଦ୍ଧ ଚାଚା କ୍ରିକେଟ ଚୌଧୁରୀ ଅବଦ୍ଦୁଲ ଜଲିଲ କହିଛନ୍ତି ଯେ ପାକିସ୍ତାନର ସେମିଫାଇନାଲ ଆଶା ଲାଗି ଆମେ ଚାହୁଁ ଭାରତ ଇଂଲଣ୍ଡକୁ ହରାଉ । ବିଶ୍ବକପର ସେମିଫାଇନାଲ କିମ୍ବା ଫାଇନାଲରେ ଭାରତ ସହ ଆମର ମୁକାବିଲା ହେବାର ଆଶା ରହିଛି । ତେବେ ଏଥିଲାଗି ଭାରତ ଇଂଲଣ୍ଡକୁ ହରାଇବା ଜରୁରୀ ।

ଭାରତ-ପାକିସ୍ତାନ ମ୍ୟାଚ ଠାରୁ ବଡ ରୋମାଞ୍ଚକର ମୂହୁର୍ତ୍ତ ଆଉ କିଛି ନାହିଁ । ଏହା କେବଳ ମ୍ୟାଚ ନୁହେଁ, ଉଭୟ ଦେଶ ଲାଗି ଏହା ରାଷ୍ଟ୍ରବାଦ ସହ ଜଡିତ । ସେଥିପାଇଁ ଉଭୟ ଦେଶର ଅନେକ ସମର୍ଥକ ଏବେ ବି ଆଶା ବାନ୍ଧିଛନ୍ତି ଯେ ବିଶ୍ବକପର ଫାଇନାଲରେ ଭାରତ-ପାକିସ୍ତାନ ମୁକାବିଲା ହେବ । କେବଳ ଏଥିଲାଗି ରବିବାର ଅନେକ ପାକିସ୍ତାନ ସମର୍ଥକ ଭାରତକୁ ସମର୍ଥନ କରିବାର ଆଶା କରାଯାଉଛି । ତେବେ ଇଂଲଣ୍ଡ ବିରୋଧରେ ଉଭୟ ଦେଶର ତିକ୍ତତା ରାଜନୈତିକ ସ୍ତରରେ ମଧ୍ୟ ରହିଛି । କାରଣ 70 ବର୍ଷ ତଳେ ଉଭୟଙ୍କୁ ଅଲଗା କରିଥିବା ବ୍ରିଟିଶ ସରକାର ବିରୋଧରେ ସେମାନେ ଆଜି ପଡିଆରେ ଲଢେଇ କରୁଛନ୍ତି ।

ଏହା ବି ଏକ ଭାବାବେଗପୂର୍ଣ୍ଣ କାରଣ ହୋଇପାରେ ଯେ ଇଂଲଣ୍ଡ ବିରୋଧରେ ବିଜୟ ଲାଗି ପାକିସ୍ତାନ ଭାରତକୁ ସମର୍ଥନ ଦେବ । ଇଂଲଣ୍ଡ ବିରୋଧରେ ଏହା ପୂର୍ବରୁ ବିଜୟ ହୋଇସାରିଥିବାବେଳେ ଏବେ ଭାରତ ମଧ୍ୟ ଜିତୁ ବୋଲି ଏହାର ସମର୍ଥକ ଚାହିଁବେ । ଯଦିଚ ଏହା ଏକ ଦୃଢ କାରଣ ବା ଆକଳନ ନୁହେଁ ତେବେ ଏହା ଉପରେ ମତ ଦେଇ ଜଣେ ପ୍ରବାସୀ ପାକିସ୍ତାନ ଯିଏ ଏବେ ଇଂଲଣ୍ଡରେ ବ୍ୟବସାୟ କରୁଛନ୍ତି କହିଛନ୍ତି ଯେ ପୂର୍ବରୁ ଭାରତ ସହ ମିଶି ଆମେ ବର୍ଣ୍ଣବୈଷ୍ଣମବାଦ ବିରୋଧରେ ଲଢେଇ କରୁଥିଲୁ । କିନ୍ତୁ ଏବେ କିଛି ନୂଆ ଲୋକ ଆସି ଉଭୟ ଦେଶ ମଧ୍ୟରେ ଘୃଣା ଭାବ ବଢାଇଛନ୍ତି । ତେବେ ଇଂଲଣ୍ଡରେ ମଧ୍ୟ ଅନେକ ପାକିସ୍ତାନ ଅନେକ ବର୍ଷ ହେଲା ରହିଆସିଛନ୍ତି । ଇଂଲଣ୍ଡରେ ଅନେକ ପାକିସ୍ତାନୀ ଦୀର୍ଘ ବର୍ଷ ହେଲା ବସବାସ କରିଛନ୍ତି । ତେଣୁ ସେମାନଙ୍କ ମଧ୍ୟରେ କିଛି ଲୋକେ ଘରୋଇ ଦଳକୁ ସମର୍ଥନ ଦେବାର ଆଶା ରହିଛି ।

ତେବେ କାରଣ ଯାହା ହେଉନା କାହିଁକି କ୍ରିକେଟ ପଡିଆରେ ଏହି ମୁକାବିଲାକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଏକ ନୂଆ ସମ୍ପର୍କ ଆସିପାରେ । କିଛିଦିନ ପୂର୍ବରୁ ଟ୍ବିଟରରେ ଏହା ଉପରେ ପ୍ରସଙ୍ଗ ଆରମ୍ଭ ହୋଇଯାଇଛି । ଇଂଲଣ୍ଡର ପୂର୍ବତନ ଖେଳାଳି ନାସିର ହୁସେନ ଏହି ପ୍ରଶ୍ନ ଉଠାଇ ପଚାରିଥିଲେ ଯେ ସମସ୍ତ ପାକିସ୍ତାନ ପ୍ରଶଂସକଙ୍କୁ ପ୍ରଶ୍ନ- ରବିବାର କାହାକୁ ସମର୍ଥନ କରିବେ ? ଭାରତ ନା ଇଂଲଣ୍ଡ ? ତେବେ ଉପରୋକ୍ତ ସମସ୍ତ ପ୍ରସଙ୍ଗ ଉପରେ ନଜର ପକାଇଲେ ରବିବାର ମ୍ୟାଚରେ ଭାରତକୁ ପାକିସ୍ତାନ ସମର୍ଥକଙ୍କ ସମର୍ଥନ ମିଳିବାର ଅନେକ ଆଶା ରହିଛି ।

Intro:Body:Conclusion:
Last Updated : Jun 29, 2019, 2:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.