ହାଇଦ୍ରାବାଦ: ବିଶ୍ବକପ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ । ସବୁ କ୍ରିକେଟ ଖେଳାଳିଙ୍କ ନିଜ ଦେଶକୁ ବିଶ୍ବକପ ଜିତାଇବା ପାଇଁ ସ୍ବପ୍ନ ଥାଏ । ତେବେ ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବାକୁ ଥିବାବେଳେ କେବେ କେବେ ପ୍ରକୃତି ଦାଉ ସାଧିଥାଏ । ଖରାପ ପାଗ ବା ବର୍ଷା କାରଣରୁ ଅନେକ ମ୍ୟାଚ ବାତିଲ ହୋଇଯାଏ ।
ତେବେ 1975ରୁ ଆରମ୍ଭ ହୋଇଥିବା କ୍ରିକେଟ ବିଶ୍ବକପ ଇତିହାସରେ ଚଳିତ ବିଶ୍ଥବକପରେ ସର୍ବାଧିକ ଥର ମ୍ୟାଚ ବାତିଲ ହୋଇଛି । 18ଟି ମ୍ୟାଚରୁ 4ଟି ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇସାରିଲାଣି । ଅନ୍ୟଏକ ମ୍ୟାଚକୁ 41 ଓଭରକୁ କମାଇ ଦିଆଯାଇଥିଲା । ଆଗକୁ ଏହି ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
ତେବେ 1975ରୁ ଆରମ୍ଭ ହୋଇଥିବା କ୍ରିକେଟ ବିଶ୍ବକପରେ କେତେଥର ବର୍ଷା ବାଧକ ସାଜିଛି ଓ ମ୍ୟାଚକୁ ବାତିଲ କରାଯାଇଛି ବା କୌଣସି ଫଳାଫଳ ଆସିନାହିଁ ନଜର ପକାନ୍ତୁ:
1975 ବିଶ୍ବକପ-0
1979 ବିଶ୍ବକପ-ରେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା ।
1983 ବିଶ୍ବକପ-0
1987 ବିଶ୍ବକପ-0
1192 ବିଶ୍ବକପ-2ଟି ମ୍ୟାଚ
1996 ବିଶ୍ବକପ-1ମ୍ୟାଚ
1999 ବିଶ୍ବକପ-1ମ୍ୟାଚ
2003 ବିଶ୍ବକପ-2ଟି ମ୍ୟାଚ
2007 ବିଶ୍ବକପ-0
2011 ବିଶ୍ବକପ-1ମ୍ୟାଚ
2015 ବିଶ୍ବକପ-1ମ୍ୟାଚ
2019 ବିଶ୍ବକପ-4ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଛି