ETV Bharat / sports

ବିଶ୍ବକପ୍‌ ଉଦ୍‌ଘାଟନୀ ମ୍ୟାଚ: ନଜର ଆସିଲେ ଧୋନିଙ୍କ କୁନି ବିଦେଶୀ ପ୍ରଶଂସକ

କେବଳ ଯେ ଭାରତରେ ଧୋନିଙ୍କ ପ୍ରଶଂସକ ଅଛନ୍ତି ତାହା ନୁହେଁ, ଦେଶ ବାହାରେ ମଧ୍ୟ ଦେଖିବାକୁ ମିଳୁଛି ଧୋନିଙ୍କ ଫ୍ୟାନ୍ସଙ୍କୁ। ଏଥର ବିଶ୍ବକପ୍‌ ଉଦଘାଟନୀ ମ୍ୟାଚରେ ଦେଖିବାକୁ ମିଳିଥିଲା ଇଂଲଣ୍ଡରେ ଥିବା ଧୋନିଙ୍କ ଦୁଇଜଣ କୁନି ଫ୍ୟାନ୍ସଙ୍କୁ ।

author img

By

Published : May 31, 2019, 11:48 PM IST

ଫଟୋ ସୌଜନ୍ୟ: ସୌସିଆଲ ମିଡିଆ/ଟ୍ୱିଟର @lk_karthik

ଲଣ୍ଡନ: ଗୁରୁବାର ଆରମ୍ଭ ହୋଇଛି ବିଶ୍ବକପ ପାଇଁ ବିଶ୍ବଯୁଦ୍ଧ । 10 ଦେଶ ପ୍ରସ୍ତୁତ ହୋଇ ସାରିଛନ୍ତି ପରସ୍ପର ସହ ମୁକାବିଲା ପାଇଁ । ତେବେ ଗୁରୁବାର ଉଦ୍‌ଘାଟନୀ ମ୍ୟାଚରେ ମୁହାଁ ମୁହିଁ ହୋଇଥିଲେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଉଭୟ ଟିମ ପାଇଁ ଷ୍ଟାଡିୟମକୁ ଛୁଟିଥିଲା ପ୍ରଶଂସକଙ୍କ ସୁଅ । ନିଜ ଟିମ ପାଇଁ ଚିୟର କରିବା ପାଇଁ ଭିଡ ଜମାଇଥିଲେ ଫ୍ୟାନ୍ସ । ଇତି ମଧ୍ୟରେ କିନ୍ତୁ ଷ୍ଟାଡିୟମ ବାହାରେ ଦେଖିବାକୁ ମିଳିଥିଲେ ଦୁଇଜଣ କୁନି ପ୍ରଶଂସକଙ୍କୁ । ସେମାନେ କିନ୍ତୁ ଇଂଲଣ୍ଡ କିମ୍ବା ଦକ୍ଷିଣ ଆଫ୍ରିକା ପାଇଁ ଆସିନଥିଲେ । ଏଇ କୁନି ଫ୍ୟାନ ଦୁଇଜଣ ଥିଲେ ଧୋନିଙ୍କ ଫ୍ୟାନ ।

not only, india, dhoni, fever, england, ଲଣ୍ଡନ, ବିଶ୍ବକପ , cricket

ଦେଶ ବିଦେଶରେ ଧୋନିଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ଭାରତ ସହ ବିଦେଶରେ ବି ଏବେ ମାହି ମାନିଆଁ । ଗୁରୁବାର ମ୍ୟାଚରେ ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗ୍‌ସର ଜର୍ସି ପିନ୍ଧି ଇଂଲଣ୍ଡର ଦୁଇ ଜଣ ଶିଶୁଙ୍କୁ ଦେଖିବାକୁ ମିଳିଥିଲା ଷ୍ଟାଡିୟମ ବାହାରେ । ଖାଲି ସେତିକି ନୁହେଁ ଧୋନିଙ୍କ ନାଁ ଲେଖାଯାଇଥିବା 7 ନମ୍ବରର ଜର୍ସି ପିନ୍ଧିଥିଲେ ଧୋନିଙ୍କ ଦୁଇ କୁନି ଫ୍ୟାନ । ତେବେ ଏଥିରୁ ସ୍ପଷ୍ଟ ଯେ ଧୋନି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଓ ବୃଦ୍ଧ ସଭିଙ୍କ ପ୍ରିୟ ଖେଳାଳି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.