ବର୍ମିଂହାମ: ଭାରତୀୟ ଟିମର ସବୁଠାରୁ ବଡ ମହିଳା ସମର୍ଥକ । ହ୍ବିଲ ଚେୟାରରେ ବସି ଟିମ୍ ଇଣ୍ଡିଆକୁ କରୁଛନ୍ତି ଚିୟର ଅଫ୍ । ଏ ହେଉଛନ୍ତି 87 ବର୍ଷୀୟ ଚାରୁଲତା ପଟେଲ । ସେ ଯେଉଁଭଳି ଭାବେ ଟିମ୍ ଇଣ୍ଡିଆର ମନବଳ ବଢାଇଛନ୍ତି ତାହା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି ।
ମଙ୍ଗଳବାର ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳା ଯାଇଥିଲା ବିଶ୍ବକପ ମ୍ୟାଚ । ଏହି ମ୍ୟାଚରେ ଟିମ ଇଣ୍ଡିଆ ସମର୍ଥନରେ ଏହି ବୟୋଜ୍ୟୋଷ୍ଠଙ୍କ ସମର୍ଥନ ଦେଖିବାକୁ ମିଳିଥିଲା । ହ୍ବିଲ ଚେୟାରରେ ବସି ସେ ବଢାଇଥିଲେ ଟିମ୍ ଇଣ୍ଡିଆର ମନବଳ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଟିମ୍ ଇଣ୍ଡିଆର ପ୍ରଦର୍ଶନ ନେଇ ସେ କହିଥିଲେ, ଭାରତ ବିଶ୍ବକପ ଜିତିବ । ଏନେଇ ମୁଁ ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରୁଛି । ମୁଁ ଟିମ୍ ଇଣ୍ଡିଆକୁ ଆର୍ଶୀବାଦ ଦେଉଛି ।