ETV Bharat / sports

କୋଚ ବାଛିବେ କପିଲ ଦେବ !

ଟିମ ଇଣ୍ଡିଆର ବିଶ୍ବକପ ବିଜେତା କ୍ୟାପଟେନ ତଥା କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଏବେ ଭାରତୀୟ କ୍ରିକେଟରେ ନୂଆ ଦାୟିତ୍ବ ତୁଲାଇବେ । ସୁପ୍ରିମକୋର୍ଟ ଘୋଷଣା କରିଥିବା ତିନିଜଣିଆ ଆଡ-ଏଚଓସି କମିଟିର ମୁଖ୍ୟ ଦାୟିତ୍ବ ତୁଲାଇବେ କପିଲ ଦେବ । ଏହି କମିଟି ଟିମ ଇଣ୍ଡିଆର ନୂଆ କୋଚ ଚୟନ କରିବେ ।

author img

By

Published : Jul 18, 2019, 1:07 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଟିମ ଇଣ୍ଡିଆର ବିଶ୍ବକପ ବିଜେତା କ୍ୟାପଟେନ ତଥା କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଏବେ ଭାରତୀୟ କ୍ରିକେଟରେ ନୂଆ ଦାୟିତ୍ବ ତୁଲାଇବେ । ସୁପ୍ରିମକୋର୍ଟ ଏକ ତିନିଜଣିଆ ନୂଆ କମିଟି ଘୋଷଣା କରିଛି । ଏହି କମିଟିର ନାଁ ରହିଛି ଆଡ-ଏଚଓସି କମିଟି । ଏକ ନିର୍ଦ୍ଦିଷ୍ଟ ପ୍ରକାର କାର୍ଯ୍ୟକୁ ତଦାରଖ କିମ୍ବା ସଂପୂର୍ଣ୍ଣ କରିବା ପାଇଁ ସୁପ୍ରିମକୋର୍ଟ ଏପ୍ରକାର କମିଟି ଜାରି କରିଥାଏ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କପିଲ ଦେବଙ୍କୁ ଏହି କମିଟିର ମୁଖ୍ୟଭାବେ ନିଯୁକ୍ତ କରାଯାଇଛି । ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ କିଏ ହେବ, କପିଲ ଦେବଙ୍କ ନେତୃତ୍ବାଧୀନ କମିଟି ଏହାର ବିଚାର କରିବ ।

2019 ବିଶ୍ବକପ ସେମିଫାଇନାଲରେ ଟିମ ଇଣ୍ଡିଆ ପରାଜିତ ହୋଇଥିଲା । ତେବେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଦଳ ଏଭଳି ପ୍ରଦର୍ଶନକୁ ସହଜରେ ହଜମ କରିପାରିନଥିଲା ବିସିସିଆଇ । ଫଳରେ ଆଗାମୀ ବିଶ୍ବକପର ଆୟୋଜକ ଭାରତ ହୋଇଥିବାରୁ, ଦଳକୁ ପୁନର୍ବାର ଶକ୍ତିଶାଳୀ କରିବାକୁ ବିସିସିଆଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି । ସେଥିପାଇଁ ଟିମକୁ ମଜବୁତ କରିବାକୁ ଜୋର ଲଗାଇଛି ବିସିସିଆଇ ।

ପରାଜୟ ପରେ ବର୍ତ୍ତମାନର କୋଚ ରବି ଶାସ୍ତ୍ରୀଙ୍କ ଉପରେ ଆଙ୍ଗୁଳି ଉଠିଥିଲା । ଅଭିଜ୍ଞ ମହେନ୍ଦ୍ରେ ସିଂ ଧୋନିଙ୍କୁ ପହୁତ ପଛରେ ବ୍ୟାଟିଂ ଅର୍ଡରରେ ଶାସ୍ତ୍ରୀ ପଠାଇଥିବା ଅଭିଯୋଗ ହୋଇଥିଲା । ସେଥିପାଇଁ ନୂଆ କୋଚ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଛି ବିସିସିଆଇ । କୋଚ ପଦ ପାଇଁ ଆବେଦନକାରୀ ଜୁଲାଇ 30 ପର୍ଯ୍ୟନ୍ତ ଆବେଦନ କରିପାରିବେ । ତେବେ ଏହା ଉପରେ ଶେଷ ନିଷ୍ପତ୍ତି ନେବ କପିଲ ଦେବଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ ଆଡ-ଏଚଓସି କମିଟି । କିନ୍ତୁ ଏହି କମିଟିର ସ୍ବତନ୍ତ୍ରତା, ଅଧିକାର ଏ କାର୍ଯ୍ୟକାରିତା ନେଇ ଖୁବ ଶୀଘ୍ର ପୁନର୍ବାର ପକ୍ଷ ରଖିବ ସୁପ୍ରିମକୋର୍ଟ ।

Intro:Body:

asc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.