ETV Bharat / sports

ଅମ୍ପାୟାରଙ୍କ ସହ ଧକ୍କା ହୋଇ ସେଞ୍ଚୁରୀ ସେଲିବ୍ରେଟ କଲେ ରଏ

ଶତକ ପୁରା କରିବା ବେଳେ ଅମ୍ପାୟାରଙ୍କ ସହ ଧକ୍କା ହେଲେ ଇଂଲଣ୍ଡ ଖେଳାଳି ଜେସନ ରଏ । 153 ରନ କରି ବାଂଲାଦେଶ ପାଇଁ ଛିଡା କରିଥିଲେ ଏକ ବଡ ସ୍କୋର ।

author img

By

Published : Jun 9, 2019, 3:03 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର @cricketworldcup

କାର୍ଡିଫ: ସୋଫିଆ ଗାର୍ଡେନ୍ସରେ ଇଂଲଣ୍ଡ ବନାମ ବାଂଲାଦେଶ ମ୍ୟାଚରେ ଦେଖିବାକୁ ମିଳିଥିବା ଇଲଂଣ୍ଡର ଦମଦାର ବ୍ୟାଟିଂ । ନିର୍ଦ୍ଧାରିତ 50 ଓଭରରେ 386 ରନର ବିଶାଳ ସ୍କୋର କରିଥିଲା କରିଥିଲା ଇଂଲଣ୍ଡ । ଆଉ ଏଥିରେ ପ୍ରମୁଖ ଭୂମିକା ନିଭାଇଥିଲେ ଜେସନ ରଏ । 153 ରନ କରି ବାଂଲାଦେଶ ପାଇଁ ଛିଡା କରିଥିଲେ ଏକ ବଡ ସ୍କୋର । ତେବେ ରଏଙ୍କ ଶତକ ଥିଲା ଇଂଲଣ୍ଡ ପାଳିର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ।

Jason Roy, collision, umpire, delays, century, celebrations

ଶତକ ପୂରା କରିବା ପାଇଁ ରଏ ସଟ ଖେଳି ରନ ନେବା ପାଇଁ ଦୌଡିଥିଲେ ଆଉ ତାଙ୍କ ନଜର ଥିଲା ବଲ ଉପରେ । ଅନ୍ୟମନସ୍କ ହୋଇ ଦୌଡୁଥିବା ଜେସନ ଦେଖିପାରିନଥିଲେ ଅମ୍ପାୟାର ଜୋଏଲ ୱିଲସନଙ୍କ ପୋଜିସନ ଓ ଦୌଡି ଯାଇ ବାଡେଇ ହୋଇଯାଇଥିଲେ ତାଙ୍କ ଦେହରେ । ୱିଲସନ ମଧ୍ୟ ଜାଣି ପାରିନଥିଲେ ରଏ ତାଙ୍କ ଆଡକୁ ଆସୁଛନ୍ତି ଓ ଦୁହେଁ ଧକ୍କା ହୋଇଯାଇଥିଲେ ।

28 ବର୍ଷୀୟ ରଏ ନିଜ ଶତକର ଖୁସି ମନାଇବା ଆଗରୁ ଅମ୍ପାୟାରଙ୍କୁ ତଳୁ ଉଠାଇ ତାଙ୍କ ଆହତ ହୋଇନଥିବା ନିଶ୍ଚିତ କରିଥିଲେ । ସେପଟେ ଡ୍ରେସିଂ ରୁମରେ ଥିବା ଖେଳାଳି ରଏଙ୍କ ଶତକ ପାଇଁ ତାଳି ମାରିବା ସହ ଏହି ଘଟଣା ଦେଖି ହସି ହସି ବେଦମ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର @marijjeep

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

xcxc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.