ETV Bharat / sports

ବିଶ୍ବକପ ଜିତିପାରିବ ତ ‘କ୍ଲାନ୍ତ ଟିମ୍ ଇଣ୍ଡିଆ’ ?

ଆଇପିଏଲର ମୁକାବିଲା ପରେ ଟିମ ପ୍ରସ୍ତୁତ ହୋଇଛି ବିଶ୍ବକପ ପାଇଁ । କିନ୍ତୁ କ୍ଲାନ୍ତ ଓ ବିଶ୍ରାମ ପାଇ ନଥିବା ଟିମ ସଦସ୍ୟ ବିଶ୍ବକପ୍ ପାଇଁ ପ୍ରସ୍ତୁତ ହେବା ନେଇ ଉଠୁଛି ପ୍ରଶ୍ନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@BCCI
author img

By

Published : May 16, 2019, 12:07 AM IST

ମୁମ୍ବାଇ: ‘‘ଆମ ମାନଙ୍କ ମଧ୍ୟରୁ କେତେଜଣଙ୍କୁ କିଛି ଦିନ ପାଇଁ ଆଉ କ୍ରିକେଟ ବ୍ୟାଟ ଦେଖିବାକୁ ଇଚ୍ଛା ହେଉନି ।’’ ଏମିତି କିଛି କହିଥିଲେ 1992 ବିଶ୍ବକପର ଜଣେ ସଦସ୍ୟ । ମହମ୍ମଦ ଆଜାରୁଦ୍ଦିନଙ୍କ ନେତୃତ୍ବରେ ବିଶ୍ବକପ ଖେଳିବା ପାଇଁ ଟିମ୍ ଯିବା ପୂର୍ବରୁ ଭାରତୀୟ ଟିମ ଅଷ୍ଟ୍ରେଲିଆ ଗସ୍ତ କରଥିଲା । ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ଓ ତାପରେ ଟ୍ରାଇ ସିରିଜ ଖେଳି ଥକି ଯାଇଥିଲା ଟିମ୍ ଇଣ୍ଡିଆ । ଆଉ ତାପରେ ଖେଳାଳିଙ୍କ ଏପରି ମନ୍ତବ୍ୟ ଦେବ ସ୍ବାଭାବିକ ।

ipl, world cup, india, manage, tired, team
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@ChennaiIPL

2019ରେ ମଧ୍ୟ ଏଭଳି କିଛି ଶୁଣିବାକୁ ନ ମିଳୁ ବିଶ୍ବକପ ଟିମ ପାଖରୁ । ଆଇପିଏଲର ମୁକାବିଲା ପରେ ଟିମ ପ୍ରସ୍ତୁତ ହେଉଛି ବିଶ୍ବକପ ପାଇଁ । କିନ୍ତୁ ଦେଢ଼ମାସ ଧରି 14ରୁ 17ଟି ମ୍ୟାଚ ଖେଳିଛନ୍ତି ଖେଳାଳି । ଏପରିକି ସମ୍ପୂର୍ଣ୍ଣ ‘‘ଭାରତ ଦର୍ଶନ’’ ବି କରିସାରିଥିବା ଟିମ୍ ଖେଳାଳି ବିଶ୍ବକପ ପୂର୍ବରୁ ଥକି ପଡିନାହାଁନ୍ତି ତ ?

ଧୋନି ତାଙ୍କ ଟିମ ଚେନ୍ନାଇ ସୁପର କିଙ୍ଗ୍‌ସ ସହ ଏୟାରପୋର୍ଟରେ ଶୋଇବାର ଦୃଶ୍ୟ କହୁଥିଲା ଏହି କାହାଣୀ । ଆଇପିଏଲର ସିଡ୍ୟୁଲ ଏପରି ହୋଇଥିଲା ଯେଉଁଥିରେ ଆଖି ପଲକ ପକାଇବାକୁ ବି ସମୟ ପାଇନଥିଲେ ଖେଳାଳି । ଆଇପିଏଲରେ ଶାରିରୀକ ଓ ମାନସିକ ଚାପ ପରେ ପ୍ରଶ୍ନ ଉଠୁଛି ଖେଳାଳିଙ୍କୁ ବିଶ୍ରାମ ପାଇଁ ସମୟ ମିଳିଛି ତ ? ବିଶ୍ବକପ ଖେଳିବା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ତ ? ବିଶ୍ବକପ ଜିତିବା ପାଇଁ ଟିମ ପ୍ରସ୍ତୁତ ଅଛି ତ ?

‘‘ଏଥର 4 ଓଭର ନୁହେଁ 10 ଓଭର ବୋଲିଂ କରିବେ ବୋଲର । ଟି-20 ଫର୍ମାଟରୁ ସଙ୍ଗେସଙ୍ଗେ ଦିନିକିଆ ଫର୍ମାଟକୁ ଫେରିବାକୁ ପଡିବ ଖେଳାଳିଙ୍କୁ ।’’ ଏଭଳି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ଖେଳାଳୀ ଦିଲ୍ଲୀପ ଭେଙ୍ଗସରକାର ।

ତେବେ ଖେଳାଳିଙ୍କ କ’ଣ ରହିଛି ବିଶ୍ବକପ ପ୍ଲାନ, କ୍ଲାନ୍ତ ଓ ବିଶ୍ରାମ ପାଇ ନଥିବା ଦେହରେ ବିଶ୍ବକପ ପାଇଁ ସେମାନେ କେତେ ପ୍ରସ୍ତୁତ ତାହା ବିଶ୍ବକପ ବେଳେ ହିଁ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.