ହାଇଦ୍ରାବାଦ: ଆନ୍ତଜାର୍ତିକ କ୍ରିକେଟକୁ ଅଲରାଉଣ୍ଡର ଯୁବରାଜ ସିଂ ଅଲବିଦା କହିଛନ୍ତି । 17 ବର୍ଷର ଆନ୍ତର୍ଜାତିକ କ୍ରିକେଟ କ୍ୟାରିୟରରେ ସେ ଅନେକ ସଫଳତା ପାଇଛନ୍ତି । ତାଙ୍କ କ୍ୟାରିୟର ଯେତିକି ଲମ୍ବା, ସଫଳତାର ଚିଠା ମଧ୍ୟ ସେତିକି ଲମ୍ବା । ଜଣେ ସାହସୀ, ଦୃଢ ମନୋବଳ ସଂପର୍ଣ୍ଣ କ୍ରିକେଟର ଭାବେ ସେ ପରିଚିତ ।
କ୍ରିକେଟରେ ଅନେକ ମହାନ ଖେଳାଳି ଅଛନ୍ତି କିନ୍ତୁ ଯୁବରାଜ ସିଂହ ସଂପୂର୍ଣ୍ଣ ନିଆରା । କ୍ରିକେଟର ସବୁ ବିଭାଗରେ ତାଙ୍କର ପାରଦର୍ଶିତା, ତାଙ୍କୁ ଅନନ୍ୟ କହିବାକୁ ବାଧ୍ୟ କରେ । କ୍ରିକେଟର ସବୁ ବିଭାଗରେ ସେ ଥିଲେ ପାରଙ୍ଗମ ଖେଳାଳି । ବ୍ୟାଟିଂ,ବୋଲିଂ ହେଉ କିମ୍ବା ଫିଲ୍ଡିଂ ସବୁଥିରେ ଯୁବି ଥିଲେ ଫିଟ । ସବଠୁ ବଡ କଥା ହେଲା ମ୍ୟାଚର ପ୍ରତିକୂଳ ସ୍ଥିତିରେ ସେ ବୋଲିଂ କରୁଥିଲେ । ଯେକୌଣସି ବ୍ୟାଟିଂ ଅର୍ଡରରେ ବ୍ୟାଟିଂ ପାଇଁ ପ୍ରସ୍ତୁତ ଥିଲେ ।
ଆସନ୍ତୁ ନଜର ପକାଇବା ଯୁବରାଜଙ୍କ କ୍ରିକେଟ କ୍ୟାରିୟର ଉପରେ ।
ଆନ୍ତର୍ଜାତିକ କ୍ରିକେଟରେ ଯୁବରାଜ ବିତାଇଛନ୍ତି ଜୀବନର17 ବର୍ଷ । ମୋଟ 402ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି । 34ଥର ରହିଛନ୍ତି ମ୍ୟାନ ଅଫ ଦି ମ୍ୟାଚ । 8ଥର ଜିତିଛନ୍ତି ମ୍ୟାନ ଅଫ ଦି ସିରିଜ ଆୱର୍ଡ । 391 ଇନିଂସରୁ 35.05 ହାରରେ 11,778 ରନ କରିଛନ୍ତି । ତା ମଧ୍ୟରୁ ସେ 55ଥର ରହିଛନ୍ତି ନଟଆଉଟ । ସେଥିମଧ୍ୟରେ ସାମିଲ ଅଛି 17ଟି ଶତକ ଓ 71ଟି ଅର୍ଧଶତକ । 2ଥର 150ରୁ ଅଧିକ ସ୍କୋର କରିଛନ୍ତି । ଯୁବରାଜଙ୍କ ସର୍ବାଧିକ ସ୍କୋର ହେଉଛି 169ରନ । ଯୁବରାଜଙ୍କ ବ୍ୟାଟିଂ କ୍ୟାରିୟରରେ 1245ଟି ଚୌକା ଓ 251ଟି ଛକା ମାରିଛନ୍ତି ।
ବୋଲିଂରେ 148ଟି ୱିକେଟ ୟୁଭିଙ୍କ ନାଁରେ ଥିବାବେଳେ, ଗୋଟିଏ ଥର 5ୱିକେଟ ନେବାରେ ସେ ସଫଳ ହୋଇଛନ୍ତି । 31ରନ ବ୍ୟୟ କରି 5ୱିକେଟ ନେବା ଯୁବରାଜଙ୍କ ବୋଲିଂ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ।
ଯୁବରାଜ ଥିଲେ ଟିମ ଇଣ୍ଡିଆର ଦକ୍ଷ ଫିଲ୍ଡର । 137ଟି ଆକର୍ଷଣୀୟ କ୍ୟାଚ ଏହାର ପ୍ରମାଣ । ଲମ୍ବା ପାଳି ଖେଳି ଟିମକୁ ବିଜୟ କରାଉଥିଲେ ଯୁବରାଜ । ନିଜେ ଧୈର୍ଯ୍ୟର ସହ ଖେଳିବା ସହ ଅନ୍ୟ ଖେଳାଳିଙ୍କ ସହ ପାର୍ଟନରସିପ କରୁଥିଲେ । 46ଥର 100ରୁ ଅଧିକଥର ପାର୍ଟନରସିପ କରିଛନ୍ତି ଯୁବରାଜ । 300ରୁ ଅଧିକ ଥରେ ଓ 200ରନରୁ ଅଧିକ 4ଥର ପାର୍ଟନରସିପ ଯୁବକାଙ୍କ ନାଁ ରେ ରହିଛି ।