ETV Bharat / sports

ବିଶ୍ବକପ: ଆଫଗାନ ବିପକ୍ଷ ମ୍ୟାଚ ଟିମ୍ ଇଣ୍ଡିଆ ପାଇଁ ବେଶ୍ ଖାସ - afganistan

ବିଶ୍ବକପରେ ଚାଲିଛି ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ । ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ଭାରତୀୟ ଟିମ ଆଜିର ମ୍ୟାଚ ଜିତିଲେ ଏକ ନୂଆ ରେକର୍ଡର ଅଧିକାରୀ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @BCCI
author img

By

Published : Jun 22, 2019, 6:34 PM IST

Updated : Jun 22, 2019, 8:59 PM IST

ସାଉଥହମ୍ପଟନ: ଆଜି (ଶନିବାର) ଭାରତ ରୋଜ ବାଉଲ ମଇଦାନରେ ଆଫଗାନିସ୍ତାନକୁ ଭେଟିଛି । ଭାରତୀୟ ଚିମ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନକୁ ହରାଇ ସାରିଛି । ତେବେ ଯଦି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ବିଜୟ ହୁଏ, ତେବେ ଭାରତୀୟ ଟିମ ଏକ ନୂଆ ରେକର୍ଡ ଠିଆ କରିବ ।

ଭାରତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଜିତିଲେ ପୂରା କରିବ ବିଶ୍ବକପରେ ବିଜୟର ଅର୍ଦ୍ଧଶତକ । 1975ରୁ ଏଯାବତ ଭାରତ 78ଟି ମ୍ୟାଚ ଖେଳିଛି । ସେଥିରୁ 49ଟି ମ୍ୟାଚରେ ହାସଲ କରିଛି ଜିତ । ତେବେ ଯଦି ଭାରତ ଆଜି (ଶନିବାର)ର ମ୍ଯାଚ ଜିତିନିଏ ତେବେ ବିଶ୍ୱକପରେ 50ଟି ମ୍ୟାଚ ଜିତିଥିବା ତୃତୀୟ ଟିମ ହେବ ।

ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ 67 ମ୍ୟାଚ ଜିତି ପ୍ରଥମରେ ରହିଥିବା ବେଳେ 52ଟି ମ୍ୟାଚ ସହ ଦ୍ୱିତୀୟରେ ରହିଛି ନ୍ୟୁଜିଲାଣ୍ଡ । ଇଂଲଣ୍ଡ ଭାଗରେ 45ଚି ବିଜୟ ଆସିଥିବା ବେଳେ, ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ଭାଗରେ ଯଥାକ୍ରମେ 42 ଓ 41ଟି ବିଜୟ ରହିଛି ।

ଚଳିତ ବିଶ୍ବକପରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଛି । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା, ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ ଦେଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ମ୍ୟାଚ ବାତିଲ ହେଇଥିଲା । ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତ ପାକିସ୍ତାନକୁ କରିଥିଲା ପରାଜିତ ।

ବିଶ୍ବକପ୍‌ (1975-2019): କିଏ ଜିତିଛି କେତୋଟି ମ୍ୟାଚ ?

ଅଷ୍ଟ୍ରେଲିଆ: 90 ମ୍ୟାଚ, 67 ବିଜୟ, 21 ପରାଜୟ, 1 ଟାଇ, 1 ଅମୀମାଂସିତ

ନ୍ୟୁଜିଲାଣ୍ଡ: 83 ମ୍ୟାଚ, 52 ବିଜୟ, 30 ପରାଜୟ, 0 ଟାଇ, 1 ଅମୀମାଂସିତ

ଭାରତ: 78 ମ୍ୟାଚ, 49 ବିଜୟ, 27 ପରାଜୟ, 1 ଟାଇ, 1 ଅମୀମାଂସିତ

ଇଂଲଣ୍ଡ: 78 ମ୍ୟାଚ, 45 ବିଜୟ, 31 ପରାଜୟ, 1 ଟାଇ, 1 ଅମୀମାଂସିତ

ୱେଷ୍ଟଇଣ୍ଡିଜ: 76 ମ୍ୟାଚ, 42 ବିଜୟ, 32 ପରାଜୟ, 0 ଟାଇ, 2 ଅମୀମାଂସିତ

ପାକିସ୍ତାନ: 75 ମ୍ୟାଚ, 41 ବିଜୟ, 32 ପରାଜୟ, 0 ଟାଇ, 2 ଅମୀମାଂସିତ

ଶ୍ରୀଲଙ୍କା: 77 ମ୍ୟାଚ, 37 ବିଜୟ, 37 ପରାଜୟ, 1 ଟାଇ, 2 ଅମୀମାଂସିତ

ଦକ୍ଷିଣ ଆଫ୍ରିକା: 61 ମ୍ୟାଚ, 36 ବିଜୟ, 22 ପରାଜୟ, 2 ଟାଇ, 1 ଅମୀମାଂସିତ

ବାଂଲାଦେଶ: 37 ମ୍ୟାଚ, 13 ବିଜୟ, 23 ପରାଜୟ, 0 ଟାଇ, 1 ଅମୀମାଂସିତ

ଜିମ୍ବାୱେ: 57 ମ୍ୟାଚ, 11 ବିଜୟ, 42 ପରାଜୟ, 1 ଟାଇ, 3 ଅମୀମାଂସିତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank 

Conclusion:
Last Updated : Jun 22, 2019, 8:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.