ETV Bharat / sports

ବିରାଟଙ୍କ ବିରଳ ବିଶ୍ବରେକର୍ଡ, ସବୁଠୁ କମ ଇଂନିସରେ 20ହଜାର ରନ

ବିଶ୍ବକ୍ରିକେଟର ଅନେକ ମହାନତମ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇ ସବୁଠୁ କମ ଇଂନିସରେ 20,000 ଅନ୍ତଜାର୍ତିକ ରନ ହାସଲ କରିଛନ୍ତି ବିରାଟ ।

author img

By

Published : Jun 27, 2019, 5:52 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

ମାଞ୍ଚେଷ୍ଟର: ରନ ମେସିନ ବିରାଟ କୋହଲି ପୁଣି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ବିଶ୍ବକ୍ରିକେଟର ଅନେକ ମହାନତମ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇଛନ୍ତି ବିରାଟ । ସବୁଠୁ କମ ଇଂନିସରେ 20,000 ଅନ୍ତଜାର୍ତିକ ରନ ହାସଲ କରିଛନ୍ତି ବିରାଟ । 417 ଇନିଂସରୁ ବିରାଟ ଏହି ରେକର୍ଡକୁ ନିଜ ନାଁରେ କରିଛନ୍ତି ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ବିରାଟ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ 44 ରନ କରିବା ପରେ ଏହି ବିରାଟ ମାଇଲଷ୍ଟୋନକୁ ଅତିକ୍ରମ କରିଥିଲେ । ପୂର୍ବରୁ କମ ଇନିଂସରେ 20,000 ରନ ପୂରଣ କରିବାର ରେକର୍ଡ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁରକରଙ୍କ ନାଁରେ ରହିଥିଲା । ସଚିନ 453 ଇନିଂସରେ ଏହି କରିସ୍ମା କରିଥିଲେ । ସଚିନଙ୍କ ପଛକୁ ଅଷ୍ଟ୍ରଲିଆର କ୍ରିମ୍ବଦନ୍ତୀ କ୍ରିକେଟର ରିକି ପଏଣ୍ଟିଂ ଏହି ତାଲିକାରେ ରହିଛନ୍ତି । ପଏଣ୍ଟିଂ 464 ଇନିଂସରୁ 20,000 ଅନ୍ତର୍ଜାତିକ ରନ ପୂରଣ କରିଥିଲେ । ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ 483 ଇନିଂସରୁ 20,000 ରନ ପୂରଣ କରିଥିଲେ । ଜ୍ୟାକ କାଲିସ 491 ଓ ରାହୁଲ ଦ୍ରାବିଡ 492 ଇଂନିଂସରୁ 20,000 ଅନ୍ତଜାର୍ତିକ ରନ ହାସଲ କରିଥିଲେ ।

Intro:Body:

fsfds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.