ETV Bharat / sports

ଜାଣନ୍ତୁ, ପାକିସ୍ତାନ ଟିମ୍‌ର କାହାକୁ ‘କୋହଲି’ କହିଲେ କ୍ଳାର୍କ - michel crarke

ପାକିସ୍ତାନର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ବାବର ଆଜମଙ୍କୁ ପାକିସ୍ତାନର ବିରାଟ କୋହଲି ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଳାର୍କ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 27, 2019, 1:28 PM IST

ହାଇଦ୍ରାବାଦ: ପାକିସ୍ତାନ ଟିମରେ ଅଛନ୍ତି ବିରାଟ କୋହଲି । କଥାଟି ଶୁଣିବାକୁ ଅଡୁଆ ଲାଗୁଥିବ । ତେବେ ଏହା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଳାର୍କ । ପାକିସ୍ତାନର ଟପଅର୍ଡର ବ୍ୟାଟ୍ସମ୍ୟାନ ବାବାର ଆଜମଙ୍କୁ ପାକିସ୍ତାନର ବିରାଟ କୋହଲି ବୋଲି କହିଛନ୍ତି କ୍ଳାର୍କ।

ଆଇସିସି ମାନ୍ୟତାର ବିଶ୍ବର ନମ୍ବର ୱାନ ଖେଳାଳି ହେଉଛନ୍ତି ବିରାଟ । ଭାରତୀୟ ଦଳର କ୍ୟାପଟେନ । ବିରାଟ ବ୍ୟାଟ ଧରି ପଡିଆକୁ ଆସିଲେ ରନ ବର୍ଷା ହୁଏ । ତାସହିତ ଅନେକ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ହୁଏ । ସେଥିପାଇଁ ତାଙ୍କୁ ରନ ମେସିନ ବୋଲି କୁହାଯାଏ । ଲମ୍ବା ପାଳି ସହିତ ଦଳକୁ ବିଜୟୀ କରାନ୍ତି ବିରାଟ । ତେଣୁ ବିଶ୍ବକପ ଅନ୍ତରାଳେ ବିରାଟ ସବୁଠୁ ଚର୍ଚ୍ଚାର ଆଗରେ ରହିଛନ୍ତି ।

ଆଗାମୀ ବିଶ୍ବକପ ପୂର୍ବରୁ ପାକିସ୍ତାନ ଓ ଆଫଗାନିସ୍ତାନ ଅଭ୍ୟାସ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ । ତେବେ ଏହି ମ୍ୟାଚରେ ଆଫଗାନିସ୍ତାନଠାରୁ ହାରିଥିଲା ପାକିସ୍ତାନ । ବାବର ଆଜମ ପାକିସ୍ତାନ ପକ୍ଷରୁ ଶତକୀୟ ପାଳି ଖେଳିଥିଲେ । ସେ 108 ବଲରେ 112ରନର ପାଳି ଖେଳିଥିଲେ । ଏହି ମ୍ୟାଚ ପରେ ବାବରଙ୍କୁ କ୍ଳାର୍କ ପାକିସ୍ତାନର ବିରାଟ କୋହଲି ବୋଲି କହିଛନ୍ତି ।

ବାବାର ଆଜମ ମାତ୍ର 100ଟି ମ୍ୟାଚ ଖେଳିଛନ୍ତି । କିନ୍ତୁ ତାଙ୍କର ବ୍ୟାଟ ଅନେକ ରେକର୍ଡକୁ ଅତିକ୍ରମ କରିଛି । ଟି-20 ରେ ସବୁଠୁ କମ ମ୍ୟାଚରୁ 1000 ରନ କରିବାରେ ସେ ପ୍ରଥମ ଏବଂ ଦିନିକିଆରେ ମାତ୍ର 21 ଇଂନିସରେ ବାବର 1000ରନ ପୂରଣ କରିଛନ୍ତି । ଗତ ଦୁଇବର୍ଷ ଧରି ତାଙ୍କ ଷ୍ଟ୍ରାଇକ ରେଟ ପାଖାପାଖି 80 ରହିଛି । ଅଧିକ ଲମ୍ବା ପାଳି ଖେଳି ଟିମର ସ୍କୋରକୁ ବଢାଇବା ସର୍ବଦା ତାଙ୍କର ଦାୟିତ୍ବ ବୋଲି ବାବାର ଆଜାମ ପ୍ରତିକ୍ରିୟାରେ କହିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.