ମାଞ୍ଚେଷ୍ଟର: ବିଶ୍ବକପ ଲଢେଇରେ ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବଲା ହେଉଛି । ଟସ ଜିତି କ୍ୟାପଟେନ କୋହଲି ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଭାରତ ଆଜିର ମ୍ୟାଚରେ ମହମ୍ମଦ ସାମିଙ୍କୁ ପୁଣି ଏକ ସୁଯୋଗ ଦେଇଛି । ପୂର୍ବ ମ୍ୟାଚରେ ଭୁବନେଶ୍ବର କୁମାର ଆହତ ଯୋଗୁଁ ଖେଳିନଥିଲେ । ତାଙ୍କ ସ୍ଥାନରେ ସାମି ଖେଳିଥିଲେ ଓ ଚଳିତ ବିଶ୍ବକପର ପ୍ରଥମ ହାଟ୍ରିକ ହାସଲ କରିଥିଲେ ।

ୱେଷ୍ଟଇଣ୍ଡିଜ 6ଟି ମ୍ୟାଚରୁ 4ଟି ପରାଜୟ ସହ ସେମିଫାଇନାଲ ରେସରୁ ବାଦ ପଡିଛି । ତେବେ ଆଜିର ମ୍ୟାଚ ଭାରତ ପାଇଁ ଗୁରୁତ୍ତ୍ବପୂର୍ଣ୍ଣ ହୋଇଛି । ଆଜିର ମ୍ୟାଚକୁ ଜିତି ସେମିଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।