ଲଣ୍ଡନ: ବିଶ୍ବକପରେ ଭାରତ ପାକିସ୍ତାନ ମହାମୁକାବଲା ସରିଛି । ଭାରତ ପାକିସ୍ତାନକୁ ଚିତପଟାଙ୍ଗ କରି 7ମ ଥର ପାଇଁ ବିଶ୍ବକପରେ ଅପରାଜେୟ ରେକର୍ଡ କରିଛି । ତେବେ ଏହି ମ୍ୟାଚକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।
ମ୍ୟାଚରେ ପ୍ରଥମ ୱିକେଟ ଶୀଘ୍ର ହରାଇଥିଲା ପାକିସ୍ତାନ । ତେବେ ଦ୍ବିତୀୟ ୱିକେଟ ଯୋଡିରେ ଏକ ବଡ ପାର୍ଟନରସିପ ଆଡକୁ ଗତି କରୁଥିଲା ପାକିସ୍ତାନ । ତେବେ ବ୍ୟାଟ୍ସମ୍ୟାନ ବାବାର ଆଜାମଙ୍କୁ ଏକ ପରଫେକ୍ଟ ଡ୍ରିମ ସ୍ପିନ ବଲରେ କ୍ଳିନବୋଲ୍ଡ କରିଦେଇଥିଲେ କୂଲଦୀପ । ଏହି ବଲକୁ ଶତାବ୍ଦିର ଶ୍ରେଷ୍ଠ ବଲ ବୋଲି କୁହାଯାଉଛି ।
ପୂର୍ବରୁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣଙ୍କ ଏକ ବଲ ପିଚର ଶେଷ ଭାଗରୁ ଟର୍ଣ୍ଣ ହୋଇ ୱିକେଟରେ ଲାଗିଥିଲା । ଏହି ବଲକୁ ସେବେଠୁ ଶତାବ୍ଦି ଶ୍ରେଷ୍ଠ ବଲ କୁହାଯାଉଥିଲା । ସେନ ୱାର୍ଣ୍ଣଙ୍କ ବଲ 14ଡିଗ୍ରୀ ଟର୍ଣ୍ଣ ହୋଇ ୱିକେଟରେ ଲାଗିଥିଲା । କୁଲଦୀପଙ୍କର 5.80 ଡିଗ୍ରୀ ଟର୍ଣ୍ଣ ହୋଇ ୱିକେଟରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ