ETV Bharat / sports

ଟିମ ଇଣ୍ଡିଆର ରକ୍ଷା କବଚ ଧୋନି: କୋହଲି - WORLD CUP

କେଉଁ ପରିସ୍ଥିତିରେ କିପରି ଖେଳିବାକୁ ହେବ ଧୋନିଙ୍କୁ କହିବାର ଆବଶ୍ୟକତା ନାହିଁ । ଧୋନିଙ୍କ ପରି ଏମିତି ଜଣେ ଖେଳାଳି ମୁଁ ଦେଖିନାହିଁ । ତାଙ୍କୁ କଣ ଆବଶ୍ୟକ କହିବାକୁ ପଡେନି । ତାଙ୍କ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି କୋହଲି କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)
author img

By

Published : Jun 29, 2019, 5:45 PM IST

Updated : Jun 30, 2019, 12:04 AM IST

ଲଣ୍ଡନ: ଚଳିତ ବିଶ୍ବକପର ସେମିଫାଇନାଲ ଦ୍ବାରଦେଶରେ ପହଞ୍ଚିସାରିଛି ଟିମ ଇଣ୍ଡିଆ । ରବିବାର ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତର ମ୍ୟାଚ ରହିଛି । ଏହି ମ୍ୟାଚ ପୂର୍ବରୁ କ୍ୟାପଟେନ କୋହଲି ସାମ୍ବାଦିକ ସମ୍ମିଳନୀରେ ଦଳର ପକ୍ଷ ରଖିଛନ୍ତି ।

INDIA
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

କୋହଲି ସ୍ପଷ୍ଟ ଭାବେ ଧୋନିଙ୍କୁ ଟିମ ଇଣ୍ଡିଆର ରକ୍ଷା କବଚ କହିଛନ୍ତି । ଧୋନିଙ୍କୁ ଭଲଭାବେ ଜଣା ତାଙ୍କୁ କଣ କରିବାକୁ ହେବ । ଦଳ ପାଇଁ କଣ ଆବଶ୍ୟକ ଓ କେଉଁ ପରିସ୍ଥିତିରେ କିପରି ଖେଳିବାକୁ ହେବ ସେ କଥା ଧୋନିଙ୍କୁ ଭଲଭାବେ ଜଣା । କେଉଁ ପରିସ୍ଥିତିରେ କିପରି ଖେଳିବାକୁ ହେବ ଧୋନିଙ୍କୁ କହିବାର ଆବଶ୍ୟକତା ନାହିଁ । ଧୋନିଙ୍କ ପରି ଏମିତି ଜଣେ ଖେଳାଳିଙ୍କୁ ମୁଁ ଦେଖିନାହିଁ । ଯାହାଙ୍କୁ କଣ ଆବଶ୍ୟକ କହିବାକୁ ପଡେନି ବୋଲି କହିଛନ୍ତି କୋହଲି ।

ତାଙ୍କ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି । ଦଳ ପାଇଁ ଏକାକି ଅନେକବାର ସେ ପ୍ରାଚୀର ହୋଇ ଛିଡା ହୋଇଛନ୍ତି । ଧୋନିଙ୍କ ଚଳିତ ବର୍ଷର ପ୍ରଦର୍ଶନ ଦମଦାର ରହିଛି । ସବୁ ମ୍ୟାଚରେ ଯେ ସବୁ ବ୍ୟାଟ୍ସମ୍ୟାନ ରନ ସ୍କୋର କରିବେ ଏହା ସମ୍ଭବ ନୁହେଁ । ଗୋଟଏ 2ଟି ମ୍ୟାଚର ପ୍ରଦର୍ଶନକୁ ନେଇ ଆଲୋଚନା କରିବା ଠିକ ନୁହେଁ । ଡ୍ରେସିଂରୁମ ବାହାରେ କଣ ଘଟୁଛି ଆମେ ସେଥିପ୍ରତି ଧ୍ୟାନ ଦେବାକୁ ଚାହୁଁନୁ । ଆମର କେବଳ ଫୋକସ ପ୍ରତି ମ୍ୟାଚରେ ବିଜୟୀ ହେବା ଉପରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : Jun 30, 2019, 12:04 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.