ଲଣ୍ଡନ: ବିଶ୍ବକପ ପୂର୍ବରୁ ବିରାଟ କହିଥିଲେ ଇଂଲଣ୍ଡ 500 ରନ କରିପାରେ । ବିଶ୍ବକପ ପୂର୍ବରୁ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ଘରୋଇ ସିରିଜ ଖେଳିଥିଲା । ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ ଇଂଲିଶ ବ୍ୟାଟ୍ସମ୍ୟାନ । 5 ଟିକିଆ ଦିନିକିଆ ସିରିଜରେ 2 ଥର 400ରୁ ଅଧିକ ସ୍କୋର ମଧ୍ୟ ଦେଖିବାକୁ ମିଳିଥିଲା । ଏହି ବ୍ୟାଟିଂ ପ୍ରଦର୍ଶନକୁ ଦେଖି ବିରାଟ ଇଂଲଣ୍ଡ 500 ରନ କରିବାରେ ପ୍ରଥମ ଦଳ ହୋଇପାରେ ବୋଲି କହିଥିଲେ ।
ତେବେ ବିଶ୍ବକପରେ କେବଳ ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ଛାଡିଲେ ଇଂଲଣ୍ଡର ପ୍ରଦର୍ଶନ ଏତେଟା ଭଲ ହୋଇନାହିଁ । ସ୍ଥିତି ଏଭଳି ହୋଇଛି ଯେ, ସେମିଫାଇନାଲ ଖେଳିବାକୁ ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚକୁ ଜିତିବାକୁ ହେବ । ଗୋଟିଏ ମ୍ୟାଚରେ ପରାଜୟ ଇଂଲଣ୍ଡକୁ ବିଶ୍ବକପରୁ ବିଦାୟର ରାସ୍ତା ଦେଖାଇପାରେ ।
ତେବେ ଆଜିର ମ୍ୟାଚରେ ଇଂଲିଶ ଓପନର ଦମଦାର ଆରମ୍ଭ କରିଥିଲେ । ପ୍ରଥମ ୱିକେଟ ଯୋଡିରେ 160ରନ ସଂଗ୍ରହ କରିଥିଲେ 2 ଓପନର । ତେବେ ବେୟାରଷ୍ଟୋ ଶତକ ପୁରା କରି ଖେଳିଥିବା ବେଳେ, 57 ବଲରୁ 66 ରନ କରି ଜେସନ ରୟ ଆଉଟ ହୋଇଥିଲେ । ଇଂଲଣ୍ଡର ରନ ରେଟ 7.00ରୁ ଅଧିକ ରହିଛି । ତେଣୁ ଏକ ବଡ ସ୍କୋର ଆଡକୁ ଇଂଲଣ୍ଡ ଗତି କରିଥିଲେ ମଧ୍ୟ ଭାରତକୁ 338 ରନର ଟାର୍ଗେଟ ଦେଇଛି ।