ETV Bharat / sports

ବିଶ୍ବକପ: ଆଫଗାନ ବୋଲରଙ୍କ ସୁପର ସୋ, 224ରେ ଅଟକିଲା ଟିମ୍ ଇଣ୍ଡିଆ - AFGANISTAN

ଆଫଗାନ ଟିମର ଜବରଦସ୍ତ ବୋଲିଂ । ମାତ୍ର 224 ରନରେ ଅଟକିଲା ଟିମ୍ ଇଣ୍ଡିଆ । ଆଫଗାନିସ୍ତାନ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ଫେଲ ମାରିଲା ବିଶ୍ବକପର ହଟ୍ ଫେଭରେଟ୍ ଭାରତୀୟ ଦଳର ବ୍ୟାଟିଂ ଲାଇନ ଅପ୍ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@Cricketworldcup)
author img

By

Published : Jun 22, 2019, 7:07 PM IST

Updated : Jun 22, 2019, 7:22 PM IST

ସାଉଥମ୍ପଟନ: ବିଶ୍ବକପ ଲଢେଇରେ ଶନିବାର ଭାରତ ଆଫଗାନିସ୍ତାନ ମୁକାବଲା ହେଉଛି । ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ।

ତେବେ ଆଫଗାନ ଟିମର ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଥିଲା । ଭାରତକୁ ମାତ୍ର 224 ରନରେ ଅଟକାଇଛି ଆଫଗାନିସ୍ତାନ । ମୁଜିବ ଅର ରେହମାନ 10 ଓଭରରେ ମାତ୍ର 26ରନ ବ୍ୟୟ କରି ରୋହିତ ଶର୍ମାଙ୍କ ୱିକେଟ ହାତେଇଥିଲେ । କ୍ୟାପଟେନ ଗୁବାଦ୍ଦିନ ନୈବ 2ଟି ଓ ମହମ୍ମଦ ନବି 2ଟି ୱିକେଟ ନେଇଥିଲେ । ଷ୍ଟାର ସ୍ପିନର ରସିଦ ଖାନଙ୍କୁ ପୁଣି ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିଥିଲା । 10ଓଭର ବୋଲିଂ କରି ମାତ୍ର 38 ରନ ବ୍ୟୟ କରି ଧୋନୀଙ୍କୁ ଆଉଟ କରିଥିଲେ । ଅଫତାବ ଆଲାମ ଓ ରହମତ ସାହ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଦଳୀୟ ସ୍କୋର ମାତ୍ର 7ରନ ଥିବାବେଳେ ରୋହିତ ଶର୍ମା ଆଉଟ ହୋଇଥିଲେ । ଚଳିତ ବିଶ୍ବକପରେ ପ୍ରଥମ ଥର ରୋହିତ ଫେଲ ମାରିଥିଲେ । ବିରାଟ କୋହଲି 67, କେଦାର ଯାଦବ 52 ରନର ପାଳି ଖେଳିଥିଲେ । ଧୋନୀ 28, ବିଜୟ ଶଙ୍କର 29 ଓ ଲୋକେଶ ରାହୁଲ 30 ରନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK 

Conclusion:
Last Updated : Jun 22, 2019, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.