ETV Bharat / sports

ବିଶ୍ବକପ ଫାଇନାଲ: ବିଶ୍ବବିଜେତା କ୍ରାଉନ ଲାଗି ଇଂଲଣ୍ଡ ସମ୍ମୁଖରେ 242 ବିଜୟଲକ୍ଷ୍ୟ

ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଧୀମା ବ୍ୟାଟିଂ । ଇଂଲଣ୍ଡକୁ ଚମ୍ପିଆନ ହେବା ପାଇଁ 242 ରନର ବିଜୟଲକ୍ଷ୍ୟ ମିଳିଛି ।

author img

By

Published : Jul 14, 2019, 8:12 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@cricketworldcup

ଲର୍ଡ୍ସ: କ୍ରିକେଟ ବିଶ୍ବକପର ଚମ୍ପିଆନ ଲଢେଇ ଆଜି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେଉଛି । ବ୍ୟାଟ୍ସମ୍ୟାନଙ୍କ ଧୀମା ବ୍ୟାଟିଂ ଫଳରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ 241 ରନ କରିଛି । ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ 55 ରନର ପାଳି ଖେଳିଛନ୍ତି ଓପନର ହେନରି ନିକୋଲାସ ।

ଅନ୍ୟତନ ଓପନର ମାର୍ଟିନ ଗପ୍ଟିଲ ଫାଇନାଲ ମୁକାବିଲାରେ ବଡ ସ୍କୋର କରିବେ ବୋଲି ଆଶା କରାଯାଉଥିଲା । ତେବେ ଗପ୍ଟିଲ ମାତ୍ର 19 ରନ କରିବାକୁ ସମର୍ଥ ହୋଇଥିଲେ । କ୍ୟାପଟେନ ୱିଲିୟମସନ 30 ଓ ଭେଟେରାନ ରସ ଟେଲର ମାତ୍ର 15 ରନ କରି ଆଉଟ ହୋଇଛନ୍ତି । ତେବେ ଷ୍ଟାଇଲିଷ୍ଟ ଟମ ଲାଥମ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି 56 ବଲରେ 47 ରନର ପାଳି ଖେଳିଥିଲେ । ନିସାମ 19 ଓ ଗ୍ରାଣ୍ଡହୋମ 16 ରନର ଯୋଗଦାନ ଦେଇଥିଲେ ।

ଘରୋଇ ମାଟିରେ ପ୍ରଥମ ଥର ଚମ୍ପିଆନ ହେବା ପାଇଁ ସମସ୍ତ ଜୋର ଲଗାଇଛି ଇଂଲଣ୍ଡ । ଆକର୍ଷଣୀୟ ଫିଲ୍ଡିଂ ସାଙ୍ଗକୁ ଜବରଦସ୍ତ ବୋଲିଂ କରିଥିଲେ ଇଂଲଣ୍ଡର ପେସ ବାହିନୀ । କ୍ରିସ ୱକ୍ସ, ଜୋଫ୍ରା ଆର୍ଚର, ଲିଆମ ପ୍ଲଙ୍କେଟ, ମାର୍କ ଉଡ ଚମତ୍କାର ବୋଲିଂ କରି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ ଖେଳିବା ପାଇଁ ସୁଯୋଗ ଦେଇନଥିଲେ । ଏହାସହ ନିୟମିତ ବ୍ୟବଧାନରେ ୱିକେଟ ନେଇ ରନ ଗତିକୁ ମଧ୍ୟ ମନ୍ଥର କରିଦେଇଥିଲେ ।

ଦଳ ପକ୍ଷରୁ କ୍ରିସ ଓ ପ୍ଲଙ୍କେଟ 3ଟି ଲେଖାଏଁ ୱିକେଟ ନେଇଥିଲେ । ଜୋଫ୍ରା ଆର୍ଚର ଓ ମାର୍କ ଉଡ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ତେବେ ଇଂଲଣ୍ଡକୁ ଚମ୍ପିଆନ ହେବା ପାଇଁ 242 ରନର ବିଜୟଲକ୍ଷ୍ୟ ରହିଛି । ଅନ୍ୟପଟେ ଶକ୍ତିଶାଳୀ ବୋଲିଂ ୟୁନିଟ ସହ ସେମିରେ ନ୍ୟୁଜିଲାଣ୍ଡ 240 ରନକୁ ମଧ୍ୟ ଡିଫେଣ୍ଡ କରିଥିଲା । ଉଭୟ ଦଳ ମଧ୍ୟରୁ ବିଜେତା ଦଳ ପ୍ରଥମଥର ବିଶ୍ବକପ ଚମ୍ପିଆନ ହେବ ।

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.