ETV Bharat / sports

ବିଶ୍ବକପ: ସାକିବଙ୍କ ସ୍ପିନ ଯାଦୁରେ ଆଫଗାନର ଆତ୍ମସମର୍ପଣ, 62ରନରେ ଜିିତିଲା ବାଂଲାଦେଶ - AFGANISTAN

ବିଶ୍ବକପ ଲଢେଇରେ ବାଂଲାଦେଶ ଆଫଗାନିସ୍ତାନକୁ 62 ରନରେ ହରାଇଛି । ଷ୍ଟାର ଅଲରାଉଣ୍ଡର ସାକିବ ପୁଣି ସାଜିଛନ୍ତି ବାଂଲା ବିଜୟର ହିରୋ । 263 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ 47ତମ ଓଭରରେ 200ରନ କରି ଅଲଆଉଟ ହୋଇଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 25, 2019, 1:10 AM IST

ସାଉଥମ୍ପଷ୍ଟନ: ବିଶ୍ବକପ ଲଢେଇରେ ବାଂଲାଦେଶ ଆଫଗାନିସ୍ତାନକୁ 62 ରନରେ ହରାଇଛି । ଷ୍ଟାର ଅଲରାଉଣ୍ଡର ସାକିବ ପୁଣି ସାଜିଛନ୍ତି ବାଂଲା ବିଜୟର ହିରୋ । ବିଶ୍ବକପ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ବୋଲିଂ କରିଛନ୍ତି ସାକିବ-ଅଲ-ହସନ । 10 ଓଭର ବୋଲିଂ କରି ମାତ୍ର 29 ରନ ବ୍ୟୟ କରି ଗୋଟିଏ ମେଡେନ ସହ 5ଟି ୱିକେଟ ଦଖଲ କରିଛନ୍ତି ସାକିବ । ମୁସ୍ତାଫିଜୁର ରେହମାନ 2ଟି ଓ ମୋସଦେକ ହୁସେନ ଗୋଟିଏ ୱିକେଟ ନେଇଥିଲେ ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

263 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ 47ତମ ଓଭରରେ 200ରନ କରି ଅଲଆଉଟ ହୋଇଯାଇଛି । କ୍ୟାପଟେନ ଗୁଲବାଦିନ ନୈବ 47, ରହମ୍ମତ ସାହା 24, ଓ ଅସଘର ଆଫଗାନ 20 ରନ କରିଥିଲେ । ତେବେ ଶେଷ ଭାଗରେ ସାମ୍ୟୁଲ୍ଲା ସିନୱାରି 51 ବଲରେ 49 ଓ ନଜିବୁଲ୍ଲା 23 ରନ କରି ଲଢେଇ କରିଥିଲେ । କିନ୍ତୁ ଏହା ଆଫଗାନ ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । ବିଜୟଠୁ 63 ରନ ଦୂରରେ ସମସ୍ତ ୱିକେଟ ହରାଇଥିଲା ଆଫଗାନିସ୍ତାନ ।

ପ୍ରଥମରୁ ବ୍ୟାଟିଂ କରି ବାଂଲାଦେଶ 7ୱିକେଟ ହରାଇ 262 ରନର ଲକ୍ଷ୍ୟ ରଖିଥିଲା । ମୁସଫିକର ରହିମ ବାଂଲାଦେଶ ପକ୍ଷରୁ ସର୍ବାଧିକ 83 ରନ କରିଥିଲେ । ଅଲରାଉଣ୍ଡର ସାକିବ-ଅଲ-ହସନ ଆଉ ଏକ ଅର୍ଧଶତକୀୟ ଇନିଂସ ଖେଳିଥିଲେ । 69 ବଲରୁ 51 ରନ ର ପାଳି ଖେଲିଥିଲେ ସାକିବ । ତମିମ ଇକବାଲ 36, ମହମ୍ମୁଦୁଲ୍ଲା 27 ରନ କରିଥିଲେ । ତେବେ ମୋସଦେକ ହୁସେନ ଶେଷ ଭାଗରେ 24 ବଲରେ ଦ୍ରୁତ 35 ରନ କରି ବାଂଲାଦେଶର ସ୍କୋରକୁ 250 ପାର କରାଇଥିଲେ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
ଆଫଗାନିସ୍ତାନ ପକ୍ଷରୁ ମୁଜିବ ସର୍ବାଧିକ 3ଟି, କ୍ୟାପଟେନ ଗୁଲବାଦିନ 2ଟି ୱିକେଟ ନେଇଥିଲେ । ନବି ଓ ଜର୍ଡାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ଷ୍ଟାର ସ୍ପିନର ରସିଦ ଖାନ ୱିକେଟ ଶୂନ୍ୟ ରହିଥିଲେ ।

Intro:Body:

dfx

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.