ETV Bharat / sports

ବିଶ୍ବକପ: ଷ୍ଟାର୍କ-ବେହେଣ୍ଡ୍ରଫଙ୍କ ଘାତକ ବୋଲିଂ, 64 ରନରେ ଅଷ୍ଟ୍ରେଲିଆ ବିଜୟୀ

ଇଂଲଣ୍ଡ ଅଷ୍ଟ୍ରେଲିଆ ଟକ୍କରରେ ବାଜି ମାରିଛି ଅଷ୍ଟ୍ରେଲିଆ । ଷ୍ଟାର୍କ, ବେହେଣ୍ଡ୍ରଫଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡକୁ 64 ରନରେ ହରାଇଛି ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ।

author img

By

Published : Jun 25, 2019, 11:37 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@worldcup)

ଲର୍ଡ୍ସ: ଇଂଲଣ୍ଡ ଅଷ୍ଟ୍ରେଲିଆ ଟକ୍କରରେ ବାଜିମାରିଛି ଅଷ୍ଟ୍ରେଲିଆ । ଘରୋଇ ଇଂଲଣ୍ଡକୁ 64 ରନରେ ହରାଇଛି ଡିଫେଣ୍ଡିଙ୍ଗ ଚମ୍ପିଆନ। ଅନ୍ୟ ପାଇଁ ପକାଇଥିବା ଫାସରେ ନିଜେ ପଡିଯାଇଛି ଇଂଲଣ୍ଡ ଦଳ । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ଇଂଲଣ୍ଡ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ, ଫିଞ୍ଚଙ୍କ ଶତକ ଓ ୱାର୍ଣ୍ଣଙ୍କ ଅର୍ଧଶତକ ବଳରେ 285 କରିଥିଲା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@worldcup)
ICC

286 ରନର ଟାର୍ଗେଟକୁ ହାସଲ ପାଇଁ ପଡିଆକୁ ପାଦ ଦେଇଥିଲେ ଇଂଲଣ୍ଡ ଓପନର । ତେବେ ଆରମ୍ଭରୁ ହିଁ ଡିଫେଣ୍ଡିଙ୍ଗ ଚମ୍ପିଆନ ପ୍ରଭାବି ଖେଳ ପ୍ରଦର୍ଶନ କରିଥିଲା । ପ୍ରଥମ ଓଭରର 2ୟ ବଲରେ ବେହେଣ୍ଡ୍ରଫ ଶୂନରେ ଜେମ୍ସ ଭିନ୍ସଙ୍କୁ ଆଉଟ କରିଥିଲେ । ପରେ ଷ୍ଟାର୍କ, ବେହନଣ୍ଡ୍ରଫ ଓ କମିନ୍ସଙ୍କ ଯୋଡି ରୁଟ, ମୋର୍ଗାନ, ବେଷ୍ଟୋଙ୍କୁ ଆଉଟ କରି ଇଂଲଣ୍ଡର ବିଜୟକୁ ମୁସ୍କିଲ କରିଦେଇଥିଲେ ।

ଇଂଲଣ୍ଡ 15 ଓଭର ସୁଦ୍ଧା ମାତ୍ର 54 ରନରେ 4ୱିକେଟ ହରାଇ ସଂକଟରେ ପଡିଥିଲା । ତେବେ ବେନ ଷ୍ଟୋକ୍ସ ଓ ବଟଲର କିଛିଟା ଆଶା ଭରିଥିଲେ । ଷ୍ଟୋକ୍ସ 115 ବଲରେ 89 ରନ କରି ଆଉଟ ହେବା ପରେ ଇଂଲଣ୍ଡର ବିଜୟ ଆଶା ଶେଷ ହୋଇଯାଇଥିଲା ।

ବଟଲର 25, କ୍ରିସ ୱର୍କ୍ସ 26 ଓ ଆଦିଲ ରସିଦଙ୍କ 25 ରନର ପାଳି ଇଂଲଣ୍ଡ ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । 44.4 ଓଭରରେ 221 ରନରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଫଳରେ 64ରନରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ଆରୋନ ଫିଞ୍ଚଙ୍କ ଶତକୀୟ ପାଳି ପାଇଁ ପ୍ଲେଆର ଅଫ ଦି ମ୍ୟାଚ ହୋଇଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ବେହେଣ୍ଡ୍ରଫ ସର୍ବାଧିକ 5ଟି ୱିକେଟ ନେଇଥିଲେ । ମିଚେଳ ଷ୍ଟାର୍କ 4ଟି ଓ କମିନ୍ସ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.