ଲଣ୍ଡନ: ବିଶ୍ବକପ ମ୍ୟାଚ ଚାଲିଥିବାବେଳେ ଏକ ଅଭାବନୀୟ ଘଟିଛି । ନ୍ୟୁଜିଲାଣ୍ଡ ବ୍ୟାଟିଂ କରୁଥିବା ବେଳେ ଉଲଗ୍ନ ପଡିଆ ଭିତରକୁ ଜଣେ ଯୁବକ ପଶି ଆସିଥିଲେ । ବିଶ୍ବକପର ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମ୍ୟାଚର ନ୍ୟୁଜିଲାଣ୍ଡ ଇନିଂଲର 34ତମ ଓଭରର ଘଟିଛି ଏହି ଘଟଣା । ଫଳରେ ଖେଳ ପ୍ରାୟ 10 ମିନିଟ ବନ୍ଦ ରହିଥିଲା ।
ସୁରକ୍ଷାକର୍ମୀ ତାଙ୍କୁ ଧରିବାକୁ ନାକେଦମ ହୋଇଥିଲେ । ଯୁବକ ଜଣକ ସୁରକ୍ଷାକର୍ମୀଙ୍କୁ ଦେଖି ପଡିଆରେ ଦୌଡିବାକୁ ଲାଗିଥିଲେ । କିଛି ସମୟର ଚେଷ୍ଟା ପରେ ଶେଷରେ ସୁରକ୍ଷାକର୍ମୀ ସେହି ଯୁବକଙ୍କୁ କାବୁ କରିଥିଲେ । ଏହାସହ କପଡା ପିନ୍ଧାଇ ପଡିଆ ବାହାରକୁ ନେଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।