ETV Bharat / sports

ବିଶ୍ବକପ: ରୋହିତଙ୍କ ୱିକେଟ ହରାଇଲା ଭାରତ - West Indies

ବିଶ୍ବକପ ଲଢେଇରେ ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବଲା ହେଉଛି । ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି । ରୋହିତ ଶର୍ମା ପୁଣିଥରେ ଶୀଘ୍ର ଆଉଟ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 27, 2019, 4:09 PM IST

ମାଞ୍ଚେଷ୍ଟର: ବିଶ୍ବକପ ଲଢେଇରେ ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବଲା ହେଉଛି । ଟସ ଜିତି କ୍ୟାପଟେନ କୋହଲି ବ୍ୟାଟିଂ ନିଷ୍ପତି ନେଇଛନ୍ତି । ତେବେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି । ରୋହିତ ଶର୍ମା ପୁଣିଥରେ ଶୀଘ୍ର ଆଉଟ ହୋଇଛନ୍ତି ।

ଭାରତର ସ୍କୋର 29 ରନ ଥିବା ବେଳେ ରୋହିତ 18 ରନ କରି ଆଉଟ ହୋଇଛନ୍ତି । କେମାର ରୋଚଙ୍କ ବଲ ରୋହିତଙ୍କ ବ୍ୟାଟକୁ ଛୁଇଁ ୱିକେଟ କିପରଙ୍କ ପାଖକୁ ଯାଇଥିଲା । ଅମ୍ପାୟାର ଏହାକୁ ନଟଆଉଟ କହିଥିଲେ ମଧ୍ୟ ଇଣ୍ଡିଜ ରିଭ୍ୟୁର ସାହାଯ୍ୟ ନେଇଥିଲା । ଫଳରେ ରୋହିତ ଆଉଟ ବୋଲି ଜଣା ପଡିଥିଲା । 12 ଓଭର ସୁଦ୍ଧା ଭାରତର ସ୍କୋର 61/1 ରହିଛି ।

ୱେଷ୍ଟଇଣ୍ଡିଜ 6 ଟି ମ୍ୟାଚରୁ 4ଟି ପରାଜୟ ସହ ସେମିଫାଇନାଲ ରେସରୁ ବାଦ ପଡିଛି । ତେବେ ଆଜିର ମ୍ୟାଚ ଭାରତ ପାଇଁ ଗୁରୁତ୍ତ୍ବପୂର୍ଣ୍ଣ ହୋଇଛି । ଆଜିର ମ୍ୟାଚକୁ ଜିତି ସେମିଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

Intro:Body:

fsfds

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.