ETV Bharat / sports

'ବିରାଟ-ବୁମ୍ରା' ଆଇସିସି ମ୍ୟାନ୍ୟତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ-ବୋଲର - ବିରାଟ-ବୁମ୍ରା

ପ୍ରକାଶ ପାଇଲା ଆଇସିସି  ବ୍ୟାଟିଂ ଓ ବୋଲିଂ ମାନ୍ୟତା । ଭାରତୀୟ କ୍ୟାପଟେନ ବିରାଟ କୋହଲି 891 ପଏଣ୍ଟ ସହ, ଆଇସିସି ମାନ୍ୟତାର 1ନଂ ବ୍ୟାଟ୍ସମାନ ସ୍ଥାନରେ ଅଛନ୍ତି । ବୁମ୍ରା ବୋଲିଂ ମାନ୍ୟତାର 1ନଂ ସ୍ଥାନରେ ରହିଛନ୍ତି । ବାଂଲାଦେଶ ଅଲରାଉଣ୍ଡର ସାକିବ-ଅଲ-ହସନ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ସ୍ଥାନ ପକ୍କା କରିଛନ୍ତି ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ
author img

By

Published : Jul 7, 2019, 10:48 PM IST

ହାଇଦ୍ରାବାଦ: ପ୍ରକାଶ ପାଇଲା ଆଇସିସି ବ୍ୟାଟିଂ ଓ ବୋଲିଂ ମାନ୍ୟତା । ଏହି ତାଲିକାର ଉଭୟ ବ୍ୟାଟିଂ ଓ ବୋଲିଂରେ ଶୀର୍ଷ ସ୍ଥାନରେ ରହିଛନ୍ତି ଭାରତୀୟ କ୍ରିକେଟର । ଭାରତୀୟ କ୍ୟାପଟେନ ବିରାଟ କୋହଲି 891 ପଏଣ୍ଟ ସହ, ଆଇସିସି ମାନ୍ୟତାର 1ନଂ ବ୍ୟାଟ୍ସମାନ ସ୍ଥାନରେ ଅଛନ୍ତି । ବୁମ୍ରା ବୋଲିଂ ମାନ୍ୟତାର 1ନଂ ସ୍ଥାନରେ ରହିଛନ୍ତି । ବାଂଲାଦେଶ ଅଲରାଉଣ୍ଡର ସାକିବ-ଅଲ-ହସନ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ସ୍ଥାନ ପକ୍କା କରିଛନ୍ତି ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

885 ପଏଣ୍ଟ ସହ ଭାରତର ରୋହିତ ଶର୍ମା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାର 2ୟ ସ୍ଥାନରେ ରହିଛନ୍ତି ।

ପାକିସ୍ତାନର ବାବାର ଆଜାମ 4 ପଏଣ୍ଟ ଉପରକୁ ଉଠି 827 ପଏଣ୍ଟ ସହ ମାନ୍ୟତାର 3ୟ ସ୍ଥାନରେ ରହିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା କ୍ୟାପଟେନ ଫାଫ ଡୁପ୍ଲେସିସ 820 ପଏଣ୍ଟରେ 4ର୍ଥ ସ୍ଥାନରେ ରହିଛନ୍ତି । ଡୁପ୍ଲେସିସ ମଧ୍ୟ 2ପଏଣ୍ଟ ଉପରକୁ ଉଠିଛନ୍ତି । ନ୍ୟୁଜିଲାଣ୍ଡର ଭେଟେରାନ ବ୍ୟାଟ୍ସମ୍ୟାନ ରସ ଟେଲର 2 ପଏଣ୍ଟ ତଳକୁ ଖସିଛନ୍ତି । 813 ପଏଣ୍ଟ ସହ ମାନ୍ୟତାର 5ମ ସ୍ଥାନରେ ପହଞ୍ଚିଛନ୍ତି ଟେଲର । ସେହିପରି 803 ପଏଣ୍ଟ ସହ ଅଷ୍ଟ୍ରେଲିଆର ୱାର୍ଣ୍ଣର ଷଷ୍ଠ, ଇଂଲଣ୍ଡର ଜୋ ରୁଟ 7ମ, ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ 8ମ, ଦକ୍ଷିଣ ଆଫ୍ରିକାର ଓପନର କ୍ବିଣ୍ଟନ ଡି କକ 9ମ ଓ ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ 10ମ ସ୍ଥାନରେ ରହିଛନ୍ତି ।

ଶ୍ରେଷ୍ଠ 10 ବୋଲର ତାଲିକାରେ ଭାରତର ଜସପ୍ରିତ ବୁମ୍ରା 814 ପଏଣ୍ଟ ସହ 1ମ ସ୍ଥାନରେ ଅଛନ୍ତି । ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ 758 ପଏଣ୍ଟ ପାଇ ମାନ୍ୟତାର 2ୟ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ପାଟ କମିନ୍ସ 698 ପଏଣ୍ଟରେ 3ୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର କାସିଗୋ ରବାଡା 4ର୍ଥ, ଇମ୍ରାନ ତାହିର 5ମ ସ୍ଥାନରେ ରହିଛନ୍ତି । ଆଫଗାନିସ୍ତାନର ବୋଲର ମୁଜିବ-ଅର-ରେହମାନ 4ପଏଣ୍ଟ ଉପରକୁ ଉଠି, ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ 7ମ, ଆଫଗାନିସ୍ତାନର ସ୍ପିନର ରସିଦ ଖାନ ଓ ଭାରତୀୟ ସ୍ପିନର କୁଲଦିପ ଯାଦବ ମିଳିତ ଯୁଗ୍ମଭାବେ 8ମ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡର ଲୋକି ଫରଗୁସନ 10ମ ସ୍ଥାନରେ ରହିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ପାକିସ୍ତାନର କୌଣସି ବୋଲର ଶ୍ରେଷ୍ଠ 10 ମଧ୍ୟରେ ନାହାଁନ୍ତି ।

Intro:Body:

asfa

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.