ETV Bharat / sports

ଲର୍ଡ୍ସ ଟେଷ୍ଟ,(ଲଞ୍ଚ୍‌): ପୁଣି ଭାରତ ରାସ୍ତାରେ ରୁଟ୍‌ କଣ୍ଟା, ଇଂଲଣ୍ଡ ୨୧୬/୩

author img

By

Published : Aug 14, 2021, 6:14 PM IST

Updated : Aug 14, 2021, 6:40 PM IST

ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ ଜୋ ରୁଟ୍‌ ଓ ଜନ୍ନି ବେୟାରଷ୍ଟୋଙ୍କ ମଧ୍ୟରେ ଚତୁର୍ଥ ୱିକେଟ ଯୋଡିରେ ଦମଦାର ପାର୍ଟନରସିପ୍‌ । ଅଧିକ ପଢନ୍ତୁ...

England reach 216/3 at lunch on Day 3
ଲର୍ଡ୍ସ ଟେଷ୍ଟ,(ଲଞ୍ଚ୍‌): ପୁଣି ଭାରତ ରାସ୍ତାରେ ରୁଟ୍‌ କଣ୍ଟା, ଇଂଲଣ୍ଡ ୨୧୬/3

ଲଣ୍ଡନ: ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଓ ଜନ୍ନି ବେୟାରଷ୍ଟୋ ଅସୀମ ଧୈର୍ଯ୍ୟ ଓ ଚମତ୍କାର କୌଶଳ ଆପଣାଇ ଭାରତୀୟ ବୋଲରଙ୍କୁ ନିରାଶ କରିଛନ୍ତି । ତୃତୀୟ ଦିନର ପ୍ରଥମ ସେସନ ଖେଳ ସଂପୂର୍ଣ୍ଣ ଭାବେ ଇଂଲଣ୍ଡ ନାମରେ ହୋଇଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ ଦୁଇ ଇଂଲିସ ବ୍ୟାଟ୍ସମ୍ୟାନ ରୁଟ୍‌ ଓ ବେୟାରଷ୍ଟୋ ଚତୁର୍ଥ ୱିକେଟ ଯୋଡିରେ ୯୭ ରନର ପାର୍ଟନରସିପ ହୋଇଛି ।

ଲଞ୍ଚ୍‌ ବ୍ରେକ ସୁଦ୍ଧା ଘରୋଇ ଦଳ ୨୧୬/୩ ରନ ସହ ସୁବିଧା ସ୍ଥିତିରେ ରହିଛି । କ୍ୟାପଟେନ ଜୋ ରୁଟ୍‌ ଅପରାଜିତ ୮୯ ଓ ଜନ୍ନି ବେୟାରଷ୍ଟୋ ଅପରାଜିତ ୫୧ ରନ କରିଛନ୍ତି । ଫଳରେ ପ୍ରଥମ ଟେଷ୍ଟରେ ଶତକୀୟ ଇଂନିସ ଖେଳିଥିବା ରୁଟ୍‌ ଆଉ ଏକ ଶତକ ଦ୍ବାରଦେଶରେ ରହିଛନ୍ତି । ଅନ୍ୟପଟେ ସମସ୍ତ ପ୍ରୟାସ ସତ୍ତ୍ବେ ଭାରତୀୟ ବୋଲର ପ୍ରଥମ ସେସନରେ ୱିକେଟ ହାସଲ କରିପାରିନାହାନ୍ତି ।

ତୃତୀୟ ଦିନ ୧୧୧/୩ରୁ ଖେଳ ଆରମ୍ଭ କରିଥିଲା ଇଂଲଣ୍ଡ । ଉଭୟ ରୁଟ୍‌ ଓ ବେୟାରଷ୍ଟୋ ଧୈର୍ଯ୍ୟର ସହିତ ଖେଳି ଇଂଲଣ୍ଡକୁ କୌଣସି କ୍ଷତି ପହଞ୍ଚାଇନଥିଲେ । ଉଭୟ ପ୍ରଥମ ସେସନରେ ୨୮ ଓଭରରୁ ୯୭ ରନ୍‌ ଉଠାଇଛନ୍ତି ।

ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୬୪ ରନ୍‌ରେ ଶେଷ ହୋଇଥିଲା । କେଏଲ ରାହୁଲ ୧୨୯ ରନର ଇଂନିସ ସହ ଭାରତ ପକ୍ଷରୁ ସର୍ବାଧିକ ରନ ସଂଗ୍ରହକାରୀ ରହିଥିଲେ । ଇଂଲଣ୍ଡ ପକ୍ଷରୁ ଭେଟେରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ୩୧ତମ ୫ ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2021, 6:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.