ରାଞ୍ଚୀ: ଜୁନ 5 ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଆରମ୍ଭ କରିବ ତାର ବିଶ୍ବକପ ଅଭିଯାନ । ଅଭ୍ୟାସ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ପରେ ବିଶ୍ବକପ୍ରେ ଜିତ ପାଇଁ ମାହି କରୁଛନ୍ତି ଜୋରଦାର ପ୍ରାକ୍ଟିସ । ଏପଟେ ମା ଦେବକୀ ମଧ୍ୟ ପୁଅ ପାଇଁ ମନ୍ଦିରରେ କରୁଛନ୍ତି ପ୍ରାର୍ଥନା ।
ଧୋନିଙ୍କ ମାଁ ରାଞ୍ଚୀ ସ୍ଥିତ ଦିଉଡି ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିଛନ୍ତି ଓ ବିଶ୍ବକପ୍ରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି । ଏହାସହ ସେ କହିଛନ୍ତି ଯେ ପୁଅ ମାହି ନିଶ୍ଚିତ ବିଶ୍ବକପ ଜିତିବ। ଦେବକୀଙ୍କ ସହ ସାକ୍ଷୀ ଧୋନିଙ୍କ ମା ମଧ୍ୟ ପୂଜାର୍ଚ୍ଚନା କରିବା ପାଇଁ ଯାଇଥିଲେ ।
ଏହା ହେଉଛି ସେଇ ମନ୍ଦିର ଯେଉଁଠି 2011 ବିଶ୍ବକପ ପୂର୍ବରୁ ଧୋନି ପୂଜାର୍ଚ୍ଚନା କରି ବିଶ୍ବକପ୍ରେ ବିଜୟ ପାଇଁ କାମନା କରିଥିଲେ । ଏହାପରେ ଟିମ 2011 ବିଶ୍ବକପ୍ରେ ବିଜୟୀ ହୋଇଥିଲା ।