ଲଣ୍ଡନ: ଇଂଲଣ୍ଡ ଟିମରେ ଧୋନି ଅଛନ୍ତି । ହଠାତ ଶୁଣିବା ଲୋକ ହୁଏତ ବିଶ୍ବାସ କରିନପାରନ୍ତି । ତେବେ ଏହା କହିଛନ୍ତି ଗତଥରର ବିଶ୍ବକପ ଚମ୍ପିଆନ ଅଷ୍ଟେଲିଆ ଦଳର କୋଚ ଜଷ୍ଟିନ ଲାଙ୍ଗର । ବିଶ୍ବକପରେ ଅନ୍ୟତମ ହାଇଭୋଲଟେଜ ଲଢେଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ । ତେବେ ଏହି ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳକୁ ନେଇ ଏମିତି କିଛି ମତ ରଖିଛନ୍ତି କଙ୍ଗାରୁ କୋଚ ।
ଜଷ୍ଟିନ ଲାଙ୍ଗର କହିଛନ୍ତି ଇଂଲଣ୍ଡର ୱିକେଟକିପର ବ୍ୟାଟ୍ସମ୍ୟାନ ଜସ ବଟଲର ହିଁ ନୂଆ ଧୋନି । ବିଶ୍ବ କ୍ରିକେଟରେ ବଟଲର ଧୋନିଙ୍କ ପରି ଯେ କୌଣସି ସ୍ଥାନରେ ବ୍ୟାଟିଂ କରି ବିସ୍ପୋରକ ଇନିଂସ ଖେଳିପାରନ୍ତି । ଧୋନୀଙ୍କୁ ବିଶ୍ବକ୍ରିକେଟର ସବୁଠୁ ଭଲ ମ୍ୟାଚ ଫିନିସର ବୋଲି କୁହାଯାଏ । ତେବେ ଠିକ ସାମାନ କାମ ଇଂଲଣ୍ଡ ପାଇଁ ବଟଲର କରୁଛନ୍ତି ।
ଜଷ୍ଟିନ ଲାଙ୍ଗର ଆହୁରି କହିଛନ୍ତି ବଟଲର ଜଣେ ଅବିଶ୍ବସନୀୟ ଖେଳାଳି । ତାଙ୍କର ବ୍ୟାଟିଂ କରୁଥିବାର ଦେଖିବାକୁ ବହୁତ ପସନ୍ଦ । ବଟଲର ହିଁ ବର୍ତ୍ତମାନ କ୍ରିକେଟର ନୂଆ ଧୋନି ।
ସୋମବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ଶୂନରେ ଆଉଟ ହୋଇପାରନ୍ତି । ସେ ଧୋନୀଙ୍କ ଭଳି ଜଣେ ଭଲ ମ୍ୟାଚ ଫିନିସର । ବଟଲର 137ଟି ମ୍ୟାଚରୁ 120.25 ଷ୍ଟ୍ରାଇକରେଟ ସହ 41.42 ଆଭେରେଜରେ 3728 ରନ କରିସାରିଲେଣି ।