ETV Bharat / sports

ପରାଜୟର ପୋଷ୍ଟମର୍ଟମ: ବିସିସିଆଇ ଟାର୍ଗେଟରେ ବ୍ୟାଟିଂ କୋଚ-ମ୍ୟାନେଜର

author img

By

Published : Jul 12, 2019, 10:27 PM IST

ଭାରତୀୟ କ୍ରିକେଟ ଦଳ ସେମିଫାଇନାଲରେ ହାରିବାକୁ ସହଜରେ ହଜମ କରିପାରୁନି ବିସିସିଆଇ । ବିସିସିଆଇ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କ ଉପରରେ କ୍ଷୁବ୍ଧ ଥିବା ଜଣାପଡିଛି ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ସେମିଫାଇନାଲରେ ହାରିବାକୁ ସହଜରେ ହଜମ କରିପାରୁନି ବିସିସିଆଇ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଦଳ ହୋଇ ଗୁରୁତ୍ବପୂର୍ଣ୍ଣ ସେମି ମୁକାବିଲାରେ କାହିଁକି ଫେଲମାରିଲା ଦଳ ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ।

ମଧ୍ୟକ୍ରମରେ ବ୍ୟାଟିଂ ଦୁର୍ବଳତାକୁ ଦୂର କରିବାକୁ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କୁ ଦାୟିତ୍ବ ମିଳିଥିଲା । ମଧ୍ୟ କ୍ରମର ବିଫଳତା ପାଇଁ ଭାରତ ଏହି ବିଶ୍ବକପ ଟ୍ରଫି ଜିତିବାରୁ ବଞ୍ଚିତ ହେଲା ବୋଲି ବିଚାର କରୁଛି ବିସିସିଆଇ । ସେଥିପାଇଁ ବିସିସିଆଇ, ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କ ଉପରରେ କ୍ଷୁବ୍ଧ ଥିବା ଜଣାପଡିଛି । ଭାରତୀୟ ଦଳ ସ୍ବଦେଶ ଫେରିବା ପରେ ବିସିସିଆଇ ବାଙ୍ଗରଙ୍କୁ ନେଇ କିଛି ବଡ ନିଷ୍ପତ୍ତି ନେଇପାରେ । ଏମିତି କି ବ୍ୟାଟିଂ କୋଚ ପଦରୁ ତାଙ୍କୁ ଅବ୍ୟାହାତ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଟିମ ଇଣ୍ଡିଆ ମ୍ୟାନେଜର ସୁନିଲ ସୁବ୍ରମଣ୍ୟମଙ୍କ କାର୍ଯ୍ୟରେ ବିସିସିଆଇ ଖୁସିନଥିବା ଜଣାପଡିଛି । ଖେଳାଳିଙ୍କ ସହ ମ୍ୟାନେଜର ସଫଳ ଯୋଗାଯୋଗ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଏପରିକି କିଛି ଖେଳାଳି ମ୍ୟାନେଜରଙ୍କ ବଦଳରେ ପୂର୍ବତନ ଖେଳାଳିଙ୍କ ଉପଦେଶ ଗ୍ରହଣ କରିବାକୁ ଶ୍ରେୟ ମଣୁଛନ୍ତି ।

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.