ନାଗପୁର: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ଜିତିବ ବିଶ୍ବକପ । ଏମିତି କିଛି ଗଣନା କରିଛନ୍ତି ଜଣାଶୁଣା ଜ୍ୟୋତିଷ ନରେନ୍ଦ୍ର ବୁନ୍ଦେ । ଏହା ସହ 9ଟି ଲିଗ ମ୍ୟାଚରୁ 7ଟିରେ ବିରାଟ ବାହିନୀ ଅପରାଜୟ ରହିବ ବୋଲି ସେ କହିଛନ୍ତି । ଲର୍ଡ୍ସର ଗ୍ରହଯୋଗ ଅବସ୍ଥିତି ଭାରତ ଜିତିଥିବା 1983 ବିଶ୍ବକପ ସହ ସମାନ ରହିଛି ।
ଟିମ ଇଣ୍ଡିଆର ଲକି ନଂ 3 । 12ତମ ସଂସ୍କରଣ ବିଶ୍ବକପ 1+2=3 । ମେ 30ରୁ ଆରମ୍ଭ ହୋଇଛି ବିଶ୍ବକପ । ସେହିପରି 1983 ପ୍ରଥମ କରି ବିଶ୍ବକପ ହାତେଇଥିଲା ଟିମ ଇଣ୍ଡିଆ । ଫଳରେ 1983 ସହିତ 3ର ସଂଯୋଗ ରହିଛି । ଯେପରି 1+9+8+3=21=2+1=3 ।
ଆହୁରି ମଧ୍ୟ ବୁନ୍ଦେ କହିଛନ୍ତି ଯେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ହରାଇବାକୁ କଷ୍ଟ ହୋଇପାରେ । କୋହଲି ବିଶ୍ବକପରେ ବଡ ଇଂନିସ ଖେଳିବେ । ଶିଖର ଧାୱନ, ରୋହିତ ଶର୍ମା, କେ ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂରେ ସଫଳ ରହିବେ । ଟିମ ଇଣ୍ଡିଆର ବୋଲର ମଧ୍ୟ କମାଲ କରିବେ ।
ସାମ୍ବାଦିକ ସମ୍ମିଳନୀ କରି ବୁନ୍ଦେ ଏପରି ଦୃଢୋକ୍ତି କରିଛନ୍ତି । କୋହଲିଙ୍କ କୁଣ୍ଡଳୀ ହିଁ ଏହି ଆକଳନ ପାଇଁ ଶକ୍ତିଯୋଗାଉଛି ବୋଲି ବୁନ୍ଦେ କହିଛନ୍ତି । ଏହା ସହିତ ଟିମ ଇଣ୍ଡିଆର ରାଶି ନକ୍ଷତ୍ର ସବୁ ଜୁଲାଇ 14ରେ ବିଶ୍ବକପରେ ଭାରତର ନାଁ ରହିବ ବୋଲି ଇସାରା ଦେଉଛି ।
ଏହା ପୁର୍ବରୁ ବୁନ୍ଦେ କ୍ରିକେଟକୁ ନେଇ ଅନେକ ଭବିଷ୍ୟବାଣୀ କରିଛନ୍ତି । ସେଥିରୁ ଅନେକ ସତ ମଧ୍ୟ ହୋଇଛି । ବିରାଟ ଅନୁଷ୍କାଙ୍କ ବିଭାଘର, ବିରାଟ ଟିମ ଇଣ୍ଡିଆର ନଂ1 ଆମ୍ବାସଡର ଖେଳାଳି, ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଚମ୍ପିଆନ୍ସ ହେବା, ନରେନ୍ଦ୍ର ମୋଦି 2ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଭଳି ପୂର୍ବାନୁମାନ ନରେନ୍ଦ୍ରଙ୍କର ସଂଯୋଗବଶତଃ ସତ ହୋଇଛି ।