ETV Bharat / sports

‘83 ବିଶ୍ବକପରେ ବିଶ୍ବାସ ଥିଲା ମୂଳମନ୍ତ୍ର’

author img

By

Published : Jun 25, 2019, 9:39 PM IST

1983 ମସିହା ଜୁନ 25ତାରିଖ ଭାରତ ପାଇଁ ଖାସ୍ ଏବଂ ସ୍ବତନ୍ତ୍ର । ଏହି ଦିନ ଭାରତ କ୍ରିକେଟରେ ବିଶ୍ବ ବିଜୟୀ ହୋଇଥିଲା । ତତ୍କାଳୀନ ଦୁର୍ଦ୍ଧର୍ଷ ଦଳ ୱେଷ୍ଟଇଣ୍ଡିଜକୁ ହରାଇ ଚମ୍ପିଆନ ହୋଇଥିଲା କପିଲ ଦେବଙ୍କ ଟିମ ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ଲଣ୍ଡନ: 1983 ମସିହା ଜୁନ 25 ତାରିଖ ଭାରତ ପାଇଁ ଏକ ସ୍ମରଣୀୟ ଦିବସ । ଆଜିଠୁ ଠିକ 36 ବର୍ଷ ତଳେ ଭାରତ ପ୍ରଥମ ଥର ପାଇଁ ବିଶ୍ବକପ ଟ୍ରଫି ତୋଳି ଧରିଥିଲା । ତତ୍କାଳୀନ ଶ୍ରେଷ୍ଠ ଦଳ ୱେଷ୍ଟଇଣ୍ଡିଜକୁ ହରାଇ ଚମ୍ପିଆନ ହୋଇଥିଲା କପିଲ ଦେବଙ୍କ ଟିମ । 1893ର ସେ ସ୍ବର୍ଣ୍ଣିମ ସ୍ମୃତିକୁ ମନେପକାଇଛନ୍ତି ଟିମ୍ ଇଣ୍ଡିଆର ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଥିଲେ ବିଶ୍ବବିଜେତା ଦଳର ସଦସ୍ୟ । ମାଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜ ସହ 1983 ବିଶ୍ବକପର ପ୍ରଥମ ମ୍ୟାଚ ଖେଳିଥିଲା ଭାରତ । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ହରାଇଥିଲା ଟିମ ଇଣ୍ଡିଆ । ଜୁନ 9 ତାରିଖ 1983ରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି 60 ଓଭରରେ 262 ରନ କରିଥିଲା ।

ୟଶପାଲ ଶର୍ମା ଖେଳିଥିଲେ 120 ବଲରୁ 89 ରନର ମ୍ୟାଚ ବିଜୟୀ ଇନିଂସ । ପରେ ଭାରତୀୟ ବୋଲରଙ୍କ କମାଲ ଯୋଗୁଁ 228 ରନରେ ଅଲଆଉଟ ହୋଇଥିଲା ୱେଷ୍ଟଇଣ୍ଡିଜ । ରୋଜର ବିନ୍ନି ଓ ଶାସ୍ତ୍ରୀ 3ଟି ଲେଖାଏଁ ୱିକେଟ ନେଇଥିଲେ । ଏହି ବିଜୟ ପରେ ବିଶ୍ବକପରେ ଖେଳୁଥିବା ସବୁ ଟିମକୁ ଭାରତ ହରାଇପାରିବ ବୋଲି ଆତ୍ମବିଶ୍ବାସ ଆସିଥିଲା ବୋଲି କହିଛନ୍ତି ଶାସ୍ତ୍ରୀ ।

ତେବେ ସମୟ ବଦଳିଛି । ଚଳିତ ବିଶ୍ବକପର ଅନ୍ୟତମ ଦାବିଦାର ହେଲା ଭାରତ । ବିଶ୍ବକପରେ ଏଯାବତ ଅପରାଜୟ ରହିଛି ଟିମ ଇଣ୍ଡିଆ । 2019 ବିଶ୍ବକପରେ ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ଗୁରୁବାର ପୁଣି ଭାରତ ୱେଷ୍ଟଇଣ୍ଡିଜ ଲଢେଇ ହେବ । ଚଳିତ ବିଶ୍ବକପରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.