ETV Bharat / sports

ଚହଲଙ୍କ ଖୁଲାସା, କୋରିଓଗ୍ରାଫର ଧନଶ୍ରୀ ହେବେ ଜୀବନସାଥୀ

author img

By

Published : Aug 8, 2020, 6:34 PM IST

ଖୁବଶୀଘ୍ର ବିବାହ ବନ୍ଧନରେ ଆବନ୍ଧ ହୋଇପାରନ୍ତି ଟିମ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲ । ଶନିବାର ରୋକା ସେରିମନି(ପରିବାର ସହିତ ବର-କନ୍ୟାଙ୍କ ସହମତି) କାର୍ଯ୍ୟକ୍ରମରେ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ସଂପର୍କର ଖୁଲାସା କରିଛନ୍ତି ଚହଲ ।

Yuzvendra Chahal, Dhanashree Verma officiate their relationship with roka ceremony
ଚହଲଙ୍କ ଖୁଲାସା, କୋରିଓଗ୍ରାଫର ଧନଶ୍ରୀ ହେବେ ଜୀବନସାଥୀ

ନୂଆଦିଲ୍ଲୀ: ଖୁବଶୀଘ୍ର ବିବାହ ବନ୍ଧନରେ ଆବନ୍ଧ ହୋଇପାରନ୍ତି ଟିମ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲ । ଶନିବାର ରୋକା ସେରିମନି(ପରିବାର ସହିତ ବର-କନ୍ୟାଙ୍କ ସହମତି) କାର୍ଯ୍ୟକ୍ରମରେ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ସଂପର୍କର ଖୁଲାସା କରିଛନ୍ତି ଚହଲ । ଉଭୟ ଚହଲ ଓ ଧନଶ୍ରୀ ଦୁଇ ପରିବାରର ଉପସ୍ଥିତିରେ ପରସ୍ପରକୁ ମହମତି ପ୍ରକାଶ କରିଛନ୍ତି । ଏନେଇ ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ନିଜେ ଚହଲ ।

ନିଜ ମଜାଦାର ଅନ୍ଦାଜ ପାଇଁ ଜଣାଶୁଣା ଚହଲ, ନୂଆ ଇଂନିସ ନେଇ ମଧ୍ୟ ନିଆରା ଢଙ୍ଗରେ ଖୁଲାସା କରିଛନ୍ତି । ଟ୍ବିଟରେ ଚହଲ ଲେଖିଛନ୍ତି, "ପରିବାର ସହ ଆମେ କହିଲୁ "ହଁ" ।"

ୟୁଏଇରେ ଖେଳାଯିବାକୁ ଥିବା ଆଗାମୀ ଆଇପିଏଲରେ ଚହଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ନଜର ଆସିବେ । ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର 19ରୁ 10 ନଭେମ୍ବର ପର୍ଯ୍ୟନ୍ତ 53 ଦିନ ଖେଳାଯିବ । ଏଥିସହିତ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲ ମଙ୍ଗଳବାର ଖେଳାଯିବ ।

ଚହଲ ଶେଷ ଥର ପାଇଁ ପେବୃଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଟିମ ଇଣ୍ଡିଆରେ ନଜର ଆସିଥିଲେ ।

30ବର୍ଷୀୟ ଚହଲ, ମେନ ଇନ୍ ବ୍ଳୁ ପକ୍ଷରୁ ଏଯାବତ 52ଟି ଦିନିକିଆ ଓ 42ଟି ଟି-20 ମ୍ୟାଚ ଖେଳି ଉଭୟ ଫର୍ମାଟରେ ମୋଟ 146 ୱିକେଟ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.