ETV Bharat / sports

ପୁଣି ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିବାକୁ ଯୁବରାଜ ସିଂକୁ ଅନୁରୋଧ କଲେ ପିସିଏ ସଚିବ - bcci

ପିସିଏ ସଚିବ ପୁନୀତ ବାଲି ଶୁକ୍ରବାର କହିଛନ୍ତି ଯେ, ସେ ଯୁବରାଜଙ୍କୁ ପୁଣି କ୍ରିକେଟକୁ ଫେରିବାକୁ ଅନୁରୋଧ କରିଛନ୍ତି । ତାଙ୍କର ଉତ୍ତର ଅପେକ୍ଷାରେ ଆମେ ଅଛୁ । ଯଦି ସେ ମାନି ଯାଆନ୍ତି ପଞ୍ଜାମ କ୍ରିକେଟ ପାଇଁ ବେଶ ଲାଭଦାୟକ ହେବ ।

ୟୁବରାଜ
ୟୁବରାଜ
author img

By

Published : Aug 15, 2020, 2:07 PM IST

ନୂଆଦିଲ୍ଲୀ: ପଞ୍ଜାବ କ୍ରିକେଟ ଆସୋସିଏସନ ସିକ୍ସର କିଙ୍ଗ ଯୁବରାଜ ସିଂଙ୍କୁ ସନ୍ନ୍ୟାସକୁ ନେଇ ପୁର୍ନବିଚାର କରିବାକୁ ନିବେଦନ କରିଛି । କିନ୍ତୁ ଏଯାଏଁ ଅଲରାଉଣ୍ଡର ଯୁବରାଜ ସିଂ କୌଣସି ଉତ୍ତର ରଖି ନାହାନ୍ତି । ପିସିଏର ଇଚ୍ଛା ୟୁବି ପ୍ରଦେଶ କ୍ରିକେଟ ଟିମର ଖେଳାଳି ଓ ମେଣ୍ଟର ଭାବେ ଗ୍ରାଉଣ୍ଡକୁ ଫେରନ୍ତୁ । ପିସିଏ ସଚିବ ପୁନୀତ ବାଲି ଶୁକ୍ରବାର କହିଛନ୍ତି ଯେ, ସେ ଯୁବରାଜଙ୍କୁ ପୁଣି କ୍ରିକେଟକୁ ଫେରିବାକୁ ଅନୁରୋଧ କରିଛନ୍ତି । ତାଙ୍କର ଉତ୍ତର ଅପେକ୍ଷାରେ ଆମେ ଅଛୁ । ଯଦି ସେ ମାନି ଯାଆନ୍ତି ପଞ୍ଜାବ କ୍ରିକେଟ ପାଇଁ ବେଶ ଲାଭଦାୟକ ହେବ ।

ସୂଚନାଥାଉକି, ଯୁବରାଜ ପୂର୍ବରୁ ହିଁ ଶୁଭମନ ଗିଲଙ୍କ ସମେତ କିଛି ଯୁବ ଖେଳାଳିଙ୍କ ମାଗଦର୍ଶନ କରୁଛନ୍ତି । ଯୁବରାଜ ଗତବର୍ଷ କ୍ରିକେଟର ସମସ୍ତ ଫର୍ମାଟରୁ ଅଲବିଦା କହି ସାରିଛନ୍ତି । ଏହାପରେ ସେ ବିଦେଶରେ ଲିଗ ମ୍ୟାଚ ଖେଳୁଛନ୍ତି । ଯୁବରାଜ ସିଂ ଭାରତ ପାଇଁ 40ଟି ଟେଷ୍ଟ, 304ଟି ଦିନିକିଆ ଓ 58ଟି-20 ମ୍ୟାଚ ଖେଳିଛନ୍ତି । ଏହି କ୍ରମରେ ସେ 1900,8701 ଓ 1177ରନ ସଂଗ୍ରହ କରିଛନ୍ତି ।

ୟୁବି ଟେଷ୍ଟରେ 9ଟି, ଦିନିକିଆରେ 111ଟି ଓ ଟି-20ରେ 28ଟି ଓ୍ବିକେଟ ନିଜ ନାଁରେ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.