ETV Bharat / sports

ଯୁବରାଜ କହିଲେ 2019 ବିଶ୍ବକପ ସେମିଫାଇନାଲରେ କାହିଁକି ହାରିଲା ଭାରତ - ବିଶ୍ବକପ ସେମିଫାଇନାଲରେ କାହିଁକି ହାରିଲା ଭାରତ

2019 ବିଶ୍ବକପ ସେମିଫାଇନାଲରେ ଭାରତର ହାରିବାର କାରଣ କହିଲେ ଯୁବରାଜ ସିଂହ । ଋଷଭ ପନ୍ତଙ୍କ ସପକ୍ଷରେ ଦେଲେ ମତ । ଅଧିକ ପଢ଼ନ୍ତୁ...

yuvraj singh explains, what went wrong for Team India, 2019 World-cup semi-final, 2019 ବିଶ୍ବକପ ସେମିଫାଇନାଲ, ବିଶ୍ବକପ ସେମିଫାଇନାଲରେ କାହିଁକି ହାରିଲା ଭାରତ, ଯୁବରାଜ ସିଂହ
ଯୁବରାଜ କହିଲେ 2019 ବିଶ୍ବକପ ସେମିଫାଇନାଲରେ କାହିଁକି ହାରିଲା ଭାରତ
author img

By

Published : May 18, 2020, 10:02 PM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ 2019 ସେମି ଫାଇନାଲରେ ଯେଉଁ ଷ୍ଟ୍ରୋକ ଖେଳି ଋଷଭ ପନ୍ତ ଆଉଟ ହୋଇଥିଲେ ତାକୁ ଡିଫେଣ୍ଡ କରିଛନ୍ତି । ଯେତେବେଳେ ଭାରତ 24 ରନ କରି 4 ୱିକେଟ ହରାଇଥିଲା ସେତେବେଳେ ପନ୍ତ ଆସି ​32 ରନ ସ୍କୋର କରିଥିଲେ ​ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପଞ୍ଚମ ୱିକେଟ ପାଇଁ 47 ରନ ଯୋଡିଥିଲେ।

ସଟ ଚୟନ ଅଧିନାୟକ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କୁ ପ୍ରଭାବିତ କରିନଥିଲା । ପନ୍ତଙ୍କ ଆଉଟ ହେବା ପରେ କୋହଲି ପନ୍ତଙ୍କୁ ସୂଚାଇ ଶାସ୍ତ୍ରୀଙ୍କୁ କିଛି କହୁ ଥିବାର ଦେଖା ଯାଇଥିଲା । ଯୁବରାଜ ପନ୍ତଙ୍କ ସପକ୍ଷରେ ଆସି କହିଥିଲେ ଯେ ଯୁବ ପନ୍ତ ଭାରତ ପାଇଁ ତାଙ୍କର ମାତ୍ର ପଞ୍ଚମ ଦିନିକିଆ ଖେଳୁଥିଲେ ଏବଂ ବିଶ୍ବକପ ପାଇଁ ଯୋଜନା ଅଭାବରୁ ଭାରତ ମ୍ୟାଚ ହାରିଛି।

ଆହତ ଶିଖର ଧୱନଙ୍କ ସ୍ଥାନରେ ଖେଳୁଥିବା ବିଜୟ ଶଙ୍କରଙ୍କ ଆଙ୍ଗୁଠି ଭାଙ୍ଗିବା ପରେ ତାଙ୍କ ସ୍ଥାନରେ ପନ୍ତ ଆସିଥିଲେ । ପନ୍ତଙ୍କ ଆଉଟ ହେବା ନେଇ ଯୁବରାଜ ସ୍ପଷ୍ଟ କରିଛନ୍ତି ଯେ ପନ୍ତଙ୍କ ଆଇପିଏଲ ପ୍ରଦର୍ଶନ ଦେଖି ତାଙ୍କୁ ଦଳରେ ନିଆଯାଇଥିଲା, ଯାହା ବିଶ୍ବକପ ପରି ଏକ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେବାର ଆଦର୍ଶ ଉପାୟ ନୁହେଁ ।

‘‘ଋଷଭ ପନ୍ତ ତାଙ୍କର ମାତ୍ର ପଞ୍ଚମ ମ୍ୟାଚ ଖେଳୁଥିଲେ । ମୁଁ ଜାଣେ ସେହି ସଟରେ ସମସ୍ତେ ଦୁଃଖିତ ଥିଲେ, କିନ୍ତୁ ଆପଣ ବୁଝିବା ଆବଶ୍ୟକ ଯେ ସେ ଭାରତ ପାଇଁ ନିଜର ପଞ୍ଚମ ମ୍ୟାଚ ହିଁ ଖେଳୁଥିଲେ । ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଆପଣଙ୍କୁ ଅଭିଜ୍ଞତାର ଆବଶ୍ୟକତା ରହିଥାଏ,’’ ବୋଲି ଯୁବରାଜ ଇନଷ୍ଟାଗ୍ରାମ ଲାଇଭରେ କେଭିନ ପିଟରସେନଙ୍କୁ କହିଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, “2019 ବିଶ୍ବକପ ପାଇଁ ଆମେ ଭଲ ଯୋଜନା କରିନଥିଲୁ । ଯେତେବେଳେ ଆପଣ 20 ଓଭରର ଏକ ଆଇପିଏଲ ମ୍ୟାଚ୍ ଖେଳନ୍ତି, ଆପଣଙ୍କ ପାଖରେ ଯେକୌଣସି ସମୟରେ ବଡ ସଟ୍ ଖେଳିବାର ସ୍ବାଧୀନତା ଥାଏ, କିନ୍ତୁ 50 ଓଭର ମ୍ୟାଚରେ ଆପଣ ପ୍ରତ୍ୟେକ ବଲକୁ ପ୍ରହାର କରି ପାରିବେ ନାହିଁ । ଯଦି ଆଇପିଏଲ ଏକ ପଚାଶ ଓଭର ଟୁର୍ଣ୍ଣାମେଣ୍ଟ ହୋଇଥାନ୍ତା, ଏବଂ ଯଦି ପନ୍ତ ସେହି ଫର୍ମାଟରେ ତିନୋଟି ଆଇପିଏଲର ଅଭିଜ୍ଞତା ପାଇଥାନ୍ତେ, ତେବେ ସ୍ଥିତି ଅଲଗା ହୋଇଥାନ୍ତା । ଯେତେବେଳେ ଆପଣଙ୍କର 50 ଓଭର ମ୍ୟାଚ ଖେଳିବାର ଅଭିଜ୍ଞତା ଥାଏ ଆପଣଙ୍କ ମାନସିକତା ଅଲଗା ରହିଥାଏ ବୋଲି ମୁଁ କହୁଛି ।”

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.