ETV Bharat / sports

ମନେ ପଡେ ଡେବ୍ୟୁ ଦିନ - ହାର୍ଦ୍ଦିକ ପାଣ୍ଡ୍ୟା

26 ବର୍ଷୀୟ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଦିନିକିଆ ଡେବ୍ୟୁ କ୍ୟାରିଅରକୁ ମନେପକାଇଛନ୍ତି । ଏନେଇ ଗତକାଲି ଏକ ଭାବୁକ ପୋଷ୍ଟ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ମହାନ୍‌ କ୍ରିକେଟର କପିଳ ଦେବଙ୍କ ସହ ଦେଖିବାକୁ ମିଳିଛି । 2016 ମସିହା ଅକ୍ଟୋବର 16ରେ  ନ୍ୟୁଜଲାଣ୍ଡ ବିପକ୍ଷରେ ନିଜର ଦିନିକିଆ ଡେବ୍ୟୁ କରିଥିଲେ ହାର୍ଦ୍ଦିକ ।

hardik pandya
author img

By

Published : Oct 17, 2019, 5:23 PM IST

ଭୁବନେଶ୍ବର: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେ ନିଜର ଦିନିକିଆ ଡେବ୍ୟୁ କ୍ୟାରିଅରକୁ ମନେପକାଇ ଏକ ଭାବୁକ ପୋଷ୍ଟ ସେୟାର କରିଛନ୍ତି । 3ବର୍ଷ ପୂର୍ବେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଅନ୍ତର୍ଜାତୀୟ ଦିନିକିଆ କ୍ୟାରିଅର ଆରମ୍ଭ କରିଥିଲେ । 2016 ମସିହା ଅକ୍ଟୋବର 16ରେ ହାର୍ଦ୍ଦିକ ଧର୍ମଶାଳା ଠାରେ ନ୍ୟୁଜଲାଣ୍ଡ ବିପକ୍ଷରେ ନିଜର ଦିନିକିଆ ଡେବ୍ୟୁ କରିଥିଲେ । ସେହି ମ୍ୟାଚରେ ସେ 3ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

hardik
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@hardikpandya7

ତେବେ 26 ବର୍ଷୀୟ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପୁରୁଣା ଫଟୋ ସେୟାର କରି ଏକ ଭାବୁକ ବାର୍ତ୍ତା ପୋଷ୍ଟ କରିଥିଲେ । ଫଟୋରେ ସେ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଠାରୁ କ୍ୟାପ ନେଉଥିବାର ଦେଖିବାକୁ ମିଳୁଛି ।

ତେବେ ସେ ଟ୍ବିଟରେ ଉଲ୍ଲେଖ କରିଥିଲେ ଯେ, ଆଜିର ଦିନରେ ହିଁ 3ବର୍ଷ ପୂର୍ବେ ଦିନିକିଆ ଡେବ୍ୟୁ କରିଥିଲି । ଯାହାକୁ ମନେ ପକାଇ ଫଟୋ ସେୟାର କରୁଛି । ଭାରତୀୟ ଟିମ ସହ ଏଯାଏଁ ମୋର ଯାତ୍ରା ସାନଦାର ରହିଛି । ଯେତେବେଳେ ମୈଦାନକୁ ଓହ୍ଲାଏ ସେତେବେଳେ ଭାବେ ପିଲାବେଳେ ଦେଶ ପାଇଁ ଖେଳିବାର ସ୍ବପ୍ନ ଦେଖିଥିଲି ,ତାହା ସତ ହୋଇଛି । ଏହା ମୋ ପାଇଁ ସବୁଠାରୁ ବଡ ଗର୍ବର କଥା ।

ସୂଚନାମୁତାବକ, ହାର୍ଦ୍ଦିକ ଦେଶ ପାଇଁ ଏଯାଏଁ 11ଟେଷ୍ଟ, 54 ଦିନିକିଆ ଓ40 ଟି-20 ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ 532ରନ ସହ 17ଟି ଓ୍ବିକେଟ ହାସଲ କରିଛନ୍ତି । ସେହିପରି ଦିନିକିଆ କ୍ୟାରିଅରରେ 975ରନ ସହ 54 ଓ୍ବିକେଟର ହକଦାର ହୋଇଛନ୍ତି । କିଛିଦିନ ତଳେ ଅକ୍ଟୋବର 2ତାରିଖ ଦିନ ହାର୍ଦ୍ଦିକଙ୍କ ଏକ ସର୍ଜରୀ ହୋଇଥିଲା । ସେଥିପାଇଁ ଏବେ ଖେଳ ଠାରୁ ଦୂରରେ ଅଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.