ମୁମ୍ବାଇ: ପୂର୍ବତନ ଭାରତୀୟ କୋଚ ଗ୍ରେଗ ଚାପେଲଙ୍କୁ ଟରବୋନେଟର ହରଭଜନଙ୍କ କଡା ଜବାବ । ଟିମ ଇଣ୍ଡିଆର ଅନ୍ୟତମ ସଫଳ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ କଟାକ୍ଷ କରିଥିଲେ ଚାପେଲ । ଏହାର ପ୍ରତିଜବାବ ରଖିଛନ୍ତି ଭେଟେରାନ ସ୍ପିନର ହରଭଜନ ସିଂହ ।
ଚାପେଲ କୋଚ ଥିବା ସମୟକୁ ଭାରତୀୟ କ୍ରିକେଟର ସବୁଠୁ ଖରାପ ସମୟ ବୋଲି ହରଭଜନ କହିଛନ୍ତି । ଚାପେଲ କହିଥିଲେ ବଟସଟ ଖେଳି ମ୍ୟାଚ ଶେଷ କରିବା ପାଇଁ ପ୍ରୟାସ କରିଥାନ୍ତି । ମାତ୍ର ଧୋନି ରକ୍ଷଣାତ୍ମକ କ୍ରିକେଟର ରଣନୀତି କାହିଁକି ଆପଣାନ୍ତି ବୋଲି ଚାପେଲ କଟାକ୍ଷ କରିଛନ୍ତି । ଏଥିସହିତ ଧୋନିଙ୍କ ମ୍ୟାଚ ଫିନିସ କୌଶଳକୁ କଟାକ୍ଷ କରିଛନ୍ତି ପୂର୍ବତନ କୋଚ ଗ୍ରେଗ ଚାପେଲ ।
ବର୍ଛ 2005ରୁ 2007 ପର୍ଯ୍ୟନ୍ତ ଟିମ ଇଣ୍ଡିଆର ମୁଖ୍ୟ କୋଚ ରହିଛନ୍ତି ଚାପେଲ । କୋଚ ଥିବା ସମୟରେ କ୍ୟାପଟେନ ତତ୍କାଳୀନ ଟିମ ଇଣ୍ଡିଆ କ୍ୟାପଟେନ ସୌରଭ ଗାଙ୍ଗୁଲି ଓ ଦଳର ଅନ୍ୟ ବରିଷ୍ଠ ଖେଳାଳିଙ୍କ ସହ ଚାପେଲଙ୍କ ବିବାଦ ଦେଖାଦେଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ