ETV Bharat / sports

ଘୁଞ୍ଚିଲା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ତାରିଖ - World Test Championship

ଜୁନ୍‌ 10ରୁ 14 ପରିବର୍ତ୍ତେ ଜୁନ 18 ରୁ22 ପର୍ଯ୍ୟନ୍ତ ବିଶ୍ବ ଟେଷ୍ଟଚମ୍ପିଆନସିପ୍‌(WTC) ଫାଇନାଲ ମୁକାବିଲା ଖେଳାଯିବ । ଅଧିକ ପଢନ୍ତୁ...

World Test Championship final postponed, to be played from June 18-22
ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ତାରିଖ ଘୁଞ୍ଚିଲା
author img

By

Published : Jan 25, 2021, 5:44 PM IST

ନୂଆଦିଲ୍ଲୀ: ଘୁଞ୍ଚିଲା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌(WTC) ଉଦ୍‌ଘାଟନୀ ସଂସ୍କରଣର ଫାଇନାଲ ମୁକାବିଲା । ଚଳିତ ବର୍ଷ ଜୁନ 18 ରୁ 22 ପର୍ଯ୍ୟନ୍ତ ଏହା ଖେଳାଯିବା ନେଇ ପରିବର୍ତ୍ତିତ ସୂଚୀ ପ୍ରକାଶ ପାଇଛି । ଜୁନ 23କୁ ରିଜର୍ଭ ଦିନ ଭାବେ ରଖାଯାଇଛି । କ୍ରିକେଟର ଲମ୍ବା ଫର୍ମାଟରେ ଏହି ମେଗା ନିର୍ଣ୍ଣାୟକ ମ୍ୟାଚ ପୂର୍ବରୁ ଜୁନ୍‌ 10ରୁ 14 ପର୍ଯ୍ୟନ୍ତ ଇଂଲଣ୍ଡର ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବା ନେଇ ସ୍ଥିର ହୋଇଛି ।

ତେବେ ଇଣ୍ଡିଆନ ପ୍ରିମିୟର ଲିଗ 2021 ସଂସ୍କରଣର ଫାଇନାଲ ମୁକାବିଲା ଓ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ତାରିଖ ମଧ୍ୟରେ ଆସୁଥିବାରୁ ଏହାକୁ ନଜର ରଖି ସୂଚୀ ପରିବର୍ତ୍ତନ ହୋଇଛି । ତେବେ ଏନେଇ ଔପଚାରିକ ଭାବେ ଘୋଷଣାକୁ ଅପେକ୍ଷା ରହିଛି ।

କୋରୋନା ଭାଇରସ ଯୋଗୁଁ ଖେଳାଳି ହୁଏତ କ୍ବାରେଣ୍ଟିନରେ ରହିପାରନ୍ତି । ଏଥିସହ ଭାରତ ମଧ୍ୟ କିଛି ବଡ ଧରଣର ଓଲଟପାଲଟ ନହେଲେ ଫାଇନାଲକୁ ଉନ୍ନୀତ ହେବା ସୁନିଶ୍ଚିନ୍ତ ।

ବର୍ତ୍ତମାନ ଭାରତ ଓ ନ୍ୟୁଜିଲାଣ୍ଡ 430 ଓ 420 ପଏଣ୍ଟ ସହ ଯଥାକ୍ରମେ ତାଲିକାର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଭାରତର ପରବର୍ତ୍ତୀ ଟେଷ୍ଟ ସିରିଜ ଇଂଲଣ୍ଡ ସହ ଓ ତାଲିକାର ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ସହ ଖେଳିବ । ଟିମ ପେନଙ୍କ ଟିମ ପାଇଁ ଫାଇନାଲରେ ପହଞ୍ଚିବାକୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ କର ବା ମର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.