ETV Bharat / sports

ବିଶ୍ୱକପ: ଦେଖନ୍ତୁ, ଟିମ୍ ଇଣ୍ଡିଆର ନ୍ୟୁ ଜର୍ସି

ଟିମ ଇଣ୍ଡିଆର ନୂଆ ଜର୍ସିକୁ ନେଇ ଏବେ ଚାଲିଛି ଚର୍ଚ୍ଚା । କେମିତି ରହିବ ଭାରତୀୟ ଦଳର ନାରଙ୍ଗୀ ରଙ୍ଗ ଜର୍ସି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ଘୁରି ବୁଲୁଛି । ଯାହା ଟିମର ନୂତନ ଜର୍ସି ବୋଲି କହୁଛନ୍ତି ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର @tejasbhatiaa
author img

By

Published : Jun 23, 2019, 12:00 AM IST

ଲଣ୍ଡନ: ଆଇସିସିର ‘ହୋମ’ ଆଣ୍ଡ ‘ଆୱେ’ ନିୟମ ଅନୁସାରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନାରଙ୍ଗୀ ରଙ୍ଗର ଜର୍ସିରେ ନଜର ଆସିବ ଭାରତୀୟ ଟିମ । ଆଇସିସିର ଏହି ନିୟମ ଅନୁସାରେ ଆୟୋଜକ ଟିମକୁ ବାଦ ଦେଇ ଅନ୍ୟ ସମସ୍ତ ଟିମ ନିଜ ଜର୍ସି ସହ ଆଉ ଏକ ଭିନ୍ନ ରଙ୍ଗର ବିକଳ୍ପ ଜର୍ସି ରଖିବେ । ତେବେ ଭାରତୀୟ ଟିମର ଜର୍ସି କିଭଳି ଦେଖାଯିବ ତେକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ।

ସୋସିଆଲ ମିଡିଆରେ ଭାରତୀୟ ଟିମର ସୁପର ଫ୍ୟାନ ସୁଧୀର ଗୌତମ ଟିମ ଇଣ୍ଡିଆର ନାରଙ୍ଗୀ ଜର୍ସିର ଏକ ଫଟୋ ସେୟାର କରିଛନ୍ତି । ତେବେ ପ୍ରକୃତରେ ଏହା ଭାରତ ଟିମର ନୂଆ ଜର୍ସି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ବର୍ତ୍ତମାନ ଏହି ନୂଆ ଜର୍ସିର ଫଟୋ ଘୁରି ବୁଲୁଛି ସୋସିଆଲ ମିଡିଆରେ ।

team india, new jersey, ଜର୍ସି, world cup, ଭାରତ, ବିଶ୍ୱକପ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ @sudhir10dulkar

ଯେଉଁ ଦଳ ଗୁଡିକର ଜର୍ସି ରଙ୍ଗ ନୀଳ ସେମାନଙ୍କୁ ଭିନ୍ନ ରଙ୍ଗର ଜର୍ସି ପାଇଁ କୁହାଯାଇଛି । ଯେଉଁଥିରେ ଭାରତ, ଇଂଲଣ୍ଡ, ଆଫଗାନିସ୍ତାନ, ଶ୍ରୀଲଙ୍କା ଆଦି ଟିମ ରହିଛନ୍ତି । କିନ୍ତୁ ‘ହୋମ’ ଆଣ୍ଡ ‘ଆୱେ’ ନିୟମ ଯୋଗୁଁ ଇଂଲଣ୍ଡ ଘରୋଇ ଦଳ ହୋଇଥିବାରୁ ସେ ନିଜ ଜର୍ସି ବଦଳାଇବ ନାହିଁ ।

ତେଣୁ ଅନ୍ୟଦଳ ସବୁ ଭିନ୍ନ ରଙ୍ଗର ଜର୍ସି ପିନ୍ଧିବେ । ତେବେ ସମାନ ରଙ୍ଗ ଥିବା ଦୁଇଟି ଦଳ ଖେଳିବା ବେଳେ ମଧ୍ୟ ଜର୍ସି ରଙ୍ଗ ପରିବର୍ତ୍ତିତ ହୋଇଛି । ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଜର୍ସି ରଙ୍ଗ ସବୁଜ ହୋଇଥିବାରୁ ସେମାନେ ନିଜ ଜର୍ସିରେ ମଧ୍ୟ ପରିବର୍ତ୍ତନ କରିଛନ୍ତି ।

ତେବେ ଭାରତୀୟ ଟିମର ଜର୍ସିକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । କିନ୍ତୁ ସତରେ କେମିତି ରହିବ ଭାରତର ନିଉ ଜର୍ସି ତାହା ମ୍ୟାଚ ଦିନ ହିଁ ଜଣା ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.