ETV Bharat / sports

ବିଶ୍ବକପ୍‌: ‘ଭାରତ ସଫଳତାର ଚାବିକାଠି ବୁମରା’

ବୁମରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ । ସେ କହିଛନ୍ତି ‘‘ବୁମରାଙ୍କ ପାଖରେ ସବୁକିଛି ଅଛି, ସେ ଫିଟ ଓ ସୁସ୍ଥ ଅଛନ୍ତି । ବିଶ୍ବକପରେ ସେ ଭାରତ ସଫଳତାର ଚାବିକାଠି ହୋଇ ପାରିବେ ।’’

author img

By

Published : Jun 24, 2019, 8:32 PM IST

ଡିଜାଇନ ଫଟୋ

ଲଣ୍ଡନ: ଅଷ୍ଟ୍ରେଲିଆର ପୂର୍ବତନ ବିଶ୍ବକପ ବିଜୟୀ ଅଧିନାୟକ ମାଇକେଲ କ୍ଲାର୍କ କହିଛନ୍ତି ଯେ ବୁମରାଙ୍କ ଚମତ୍କାର ବୋଲିଂ ବଳରେ ଭାରତ ବିଶ୍ବକପ ଜିତିପାରିବ । ସେପଟେ ଅଷ୍ଟ୍ରେଲିଆର ସଫଳତା ଡେଭିଡ ୱାର୍ନରଙ୍କ ବ୍ୟାଟରେ ରହିଛି ବୋଲି କହିଛନ୍ତି କ୍ଲାର୍କ । ଏକ ସାକ୍ଷାତକାରରେ କ୍ଲାର୍କ କହିଛନ୍ତି ଯେ ଭାରତ ଓ ଅଷ୍ଟ୍ରେଲିଆ ଟପ ଥ୍ରୀ ସ୍ଥାନରେ ରହିବେ । ଏହାସହ କ୍ଲାର୍କ କହିଛନ୍ତି ଯେ କେଭିନ ପିଟରସନ ଓ ମାଇକେଲ ୱାନ ଯାହା ବି କୁହନ୍ତୁ ବିଶ୍ବକପ ଇଂଲଣ୍ଡ ଜିତିବ ନାହିଁ । ‘‘ବୁମରାଙ୍କ ପାଖରେ ସବୁକିଛି ଅଛି, ସେ ଫିଟ ଓ ସୁସ୍ଥ ଅଛନ୍ତି । ବିଶ୍ବକପରେ ଭାରତର ସଫଳତାର ଚାବିକାଠି ହୋଇ ପାରିବେ ’’ ବୋଲି କହିଛନ୍ତି କ୍ଲାର୍କ ।

ସେ କହିଛନ୍ତି ଯେ, ‘‘ବୁମରାଙ୍କୁ ୱାର୍ନର ଚ୍ୟାଲେଞ୍ଜ କରିବେ କାରଣ ଏପର୍ଯ୍ୟନ୍ତ ଛଅଟି ମ୍ୟାଚରେ ୱାର୍ନର 447 ରନ କରିସାରିଛନ୍ତି । ମୁଁ ୱାର୍ନରଙ୍କ ଠାରୁ ଠିକ ଏଭଳି ପ୍ରଦର୍ଶନର ଆଶା କରିଥିଲି । ସେ ଜଣେ ଅସାଧାରଣ ଖେଳାଳି, ଓ ଟିମର ଏକ୍ସ ଫ୍ୟାକ୍ଟର । ଯଦି ଅଷ୍ଟ୍ରେଲିଆ ବିଶ୍ବକପ ଜିତେ ତେବେ ୱାର୍ନର ସବୁଠାରୁ ଅଧିକ ରନ କରିବେ ।’’

ବୁମରା ଏତେ ଖତରାନକ ବୋଲର କାହିଁକି ବୋଲି ପ୍ରଶ୍ନର ଉତ୍ତରରେ କ୍ଲାର୍କ କହିଥିଲେ, ‘‘ନୂଆ ବଲରେ ସେ ସ୍ୱିଙ୍ଗ ଓ ସୀମ ଉଭୟ କରି ପାରିବେ । ମିଡିଲ ଓଭରରେ ୱିକେଟ ନମିଳିଲେ ମଧ୍ୟ ବୁମରା ତାଙ୍କ ଦୃତଗତିର ବୋଲିଂରେ ବ୍ୟାଟ୍ସମ୍ୟାନଙ୍କୁ ହଇରାଣ କରିଦିଅନ୍ତି । ସେ 150 ଗତିରେ ବୋଲିଂ କରି ପାରନ୍ତି । ତାଙ୍କ ୟର୍କର ସବୁ ଚମତ୍କାର, ଏହାସହ ରିଭର୍ସ ସ୍ବିଙ୍ଗ ମିଳିଲେ ସେ ସେଥିରେ ଜିନିୟସ ’’ ବୋଲି କହିଛନ୍ତି କ୍ଲାର୍କ ।

ଏହା ସହ କ୍ଲାର୍କ କହିଛନ୍ତି, ‘‘ଜଣେ ଅଧିନାୟକଙ୍କୁ ବୁମରା ପରି ହିଁ ବୋଲର ଦରକାର ଯିଏ ଠିକ ସମୟରେ ୱିକେଟ ନେବ । ଯିଏ ବୋଲିଂ ଆରମ୍ଭ କରି ପାରିବ, 35ତମ ଓଭର ଓ ଡେଥ ଓଭରରେରେ ବୋଲିଂ କରିପାରିବ । ଯିଏ ଭାରତକୁ ଫାଇନାଲରେ ବିଜୟ ଦେଇ ପାରିବ ।’’

ଭାରତୀୟ ଅଧିନାୟକ କୋହଲିଙ୍କୁ ପ୍ରଶଂସା କରି କ୍ଲାର୍କ କହିଛନ୍ତି କୋହଲି ଜଣେ ବହୁତ ଭଲ ଅଧିନାୟକ । ସେ ଅସାଧାରଣ କ୍ରିକେଟ ଖେଳୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.