ETV Bharat / sports

ବିଶ୍ବକପ: ଜୁଲାଇ 14ରେ ଲର୍ଡ୍ସ ନୁହେଁ ମୁମ୍ବାଇ ମୁହାଁ ଟିମ୍‌ ଇଣ୍ଡିଆ

ଜୁଲାଇ 14 (ରବିବାର) ମୁମ୍ବାଇ ଅଭିମୁଖେ ଯାତ୍ର କରିବ ଟେବୁଲ ଟ୍ପପ୍ପର ବିରାଟ ବାହିନୀ ।

ଡିଜାଇନ ଫଟୋ
author img

By

Published : Jul 12, 2019, 8:14 PM IST

Updated : Jul 12, 2019, 8:31 PM IST

ଲଣ୍ଡନ: ଜୁନ 5ରେ ଆରମ୍ଭ ହୋଇଥିଲା । ଜୁଲାଇ 11ରେ ହୋଇଗଲା ଶେଷ । ଜୁଲାଇ 14 ଲର୍ଡ୍ସ ଗ୍ରାଉଣ୍ଡ ରହିଗଲା ସ୍ବପ୍ନ । ତେବେ ଏତିକି ଥିଲା ଟିମ୍‌ ଇଣ୍ଡିଆର ବିଶ୍ବକପ ଯାତ୍ରା । ବିଶ୍ବକପରୁ ସେମିରେ ବିଦାୟ ନେଇ ଆଗାମୀ ଜୁଲାଇ 14 (ରବିବାର) ମୁମ୍ବାଇ ଅଭିମୁଖେ ଯାତ୍ର କରିବ ଟେବୁଲ ଟ୍ପପ୍ପର ବିରାଟ ବାହିନୀ । ଯେଉଁ ଦିନ ପାଇଁ ଦିନେ 133କୋଟି ଦେଶବାସୀ ସ୍ବପ୍ନ ଦେଖିଥିଲେ । ସେହି ଦିନରେ ହିଁ ଇଂଲଣ୍ଡରୁ ବିଦାୟ ନେଇ ଭାରତ ଫେରୁଛି ଭାରତୀୟ ଦଳ । ଏନେଇ ବିସିସିଆଇ ସୁତ୍ରରୁ ଖବର ମିଳିଛି ।

World Cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହତାଶ କ୍ରିକେଟ ପ୍ରେମୀ । ନିସ୍ତବ୍ଧ କ୍ରିକେଟର । ରିଜର୍ଭ ଡେ'ରେ ନ୍ୟୁଜିଲାଣ୍ଡଠାରୁ 18ରନରେ ପରାସ୍ତ ପରେ ଭାରତୀୟ ଦଳ ଉପରେ ଉଠିଛି ଗୁଡାଏ ପ୍ରଶ୍ନ । ତେବେ ଏହା ମଧ୍ୟରେ ସମସ୍ତଙ୍କ ନଜର ମହେନ୍ଦ୍ର ସିଂ ଧୋନିଙ୍କ ଉପରେ । ଅବସର ନେବାର ଯୋଜନା କରୁଥିବା ଧୋନି ଭାରତ ଫେରିଲା ପରେ କଣ ନିଷ୍ପତି ନେବେ, ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଖବର ମିଳୁଛି ଯେ, ଏହି 38 ବର୍ଷିୟ କ୍ରିକେଟର ମୁମ୍ଭାଇ ପହଁଚି ନିଜ ହୋମ ଟାଉନ ରାଞ୍ଚି ଅଭିମୁଖେ ଯାତ୍ରା କରିପାରନ୍ତି । ଏଥି ସହିତ ଆଗାମୀ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜରେ ଧୋନି ଉପସ୍ଥିତ ରହି ନପାରନ୍ତି ବୋଲି ଖବର ମିଳୁଛି ।

ତେବେ ସେହିଦିନ ଅର୍ଥାତ ଜୁଲାଇ 14(ରବିବାର) ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବା ।

Intro:Body:

BLANK  FOR STORY

Conclusion:
Last Updated : Jul 12, 2019, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.