ETV Bharat / sports

ବିଶ୍ବକପ: ବ୍ଲାକକ୍ୟାପର ବିଜୟ ଧାରା ଅଟକାଇବାକୁ ଆଫଗାନ ତୟାର

ବିଶ୍ବକପ ମହାଲଢେଇରେ ଶନିବାର ଦୁଇଟି ମୁକାବିଲା ଖେଳାଯାଉଛି । 2ୟ ମ୍ୟାଚରେ ଯୁବ ଆଫଗାନିସ୍ତାନ ଦଳକୁ ଭେଟୁଛି ବ୍ଲାକକ୍ୟାପ ଦଳ ।

author img

By

Published : Jun 8, 2019, 5:49 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଲଣ୍ଡନ: ବିଶ୍ବକପ ମହାଲଢେଇରେ ଆଜି (ଶନିବାର) ଦୁଇଟି ମୁକାବିଲା ଖେଳାଯାଉଛି । ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ବାଲାଂଦେଶକୁ ଭେଟୁଛି । ସେହିପରି 2ୟ ମ୍ୟାଚରେ ଯୁବ ଆଫଗାନିସ୍ତାନ ଦଳକୁ ଭେଟୁଛି ବ୍ଲାକକ୍ୟାପ ଦଳ । ଦୁଇଟି ମ୍ୟାଚ ଖେଳି ଦୁଇଟିରେ ବିଜୟ ପାଇଥିବା କିୱି ଦଳ ଆଜି ମ୍ୟାଚର ଫେଭରେଟ ରହିଛି ।

ସେପଟେ ଆଫଗାନିସ୍ତାନ ଦଳ ନିଜର ଦୁଇଟି ଯାକ ମ୍ୟାଚ ହାରିସାରିଛି । ତେଣୁ ବିଶ୍ବକପରେ ପ୍ରଥମ ବିଜୟ ଲକ୍ଷ୍ୟରେ ଆଜି ପଡିଆକୁ ଓହ୍ଲାଉଛି ଆଫଗାନ ଦଳ । ଅନ୍ୟପଟେ ଦୁଇଟି ମ୍ୟାଚ ଖେଳି ଟେବୁଲ ଟପ୍ପର ଥିବା ବ୍ଲାକକ୍ୟାପ ଦଳ ମଧ୍ୟ ଫୁଲ ଜୋଶରେ ରହିଛି । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ 10ୱିକେଟରେ ଓ 2ୟ ମ୍ୟାଚରେ ବାଲାଂଦେଶକୁ 2ୱିକେଟରେ ପରାସ୍ତ କରିସାରିଛି କିୱି ଦଳ ।

ଅନ୍ୟପଟେ ଆଫଗାନ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ମହମ୍ମଦ ଶାହାଜାଦଙ୍କ ଆଣ୍ଠୁରେ ଆଘାତ ଲାଗିବା ଫଳରେ ସେ ବିଶ୍ବକପରୁ ଓହରି ଯାଇଛନ୍ତି । ମାତ୍ର କିୱି ଦଳର ଅଭିଜ୍ଞ ରସ୍‌ ଟେଲରଙ୍କ ଫର୍ମ ଏବେ ବିପକ୍ଷ ଦଳର ମୁଣ୍ଡ ବିନ୍ଧା କାରଣ ପାଲଟି ଯାଇଛି । ତେଣୁ ଆଜି ମ୍ୟାଚ ପାଇଁ ପ୍ରବଳ ଦାବିଦାର ରହିଛି ନ୍ୟୁଜିଲାଣ୍ଡ ଦଳ ।

  • ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଏକାଦଶ: ମାର୍ଟିନ୍ ଗପ୍ଟିଲ୍, କଲିନ୍ ମୁନରୋ, କେନ୍ ୱିଲିୟମସନ୍ (ଅଧିନାୟକ), ରସ୍ ଟେଲର, ଟମ୍ ଲାଥାମ (ୱିକେଟକିପର), ଜେମ୍ସ ନିଶାମ, କଲିନ୍ ଡି’ଗ୍ରାଣ୍ଡହୋମ୍, ମିଚେଲ୍ ସାଣ୍ଟନର, ମ୍ୟାଟ୍ ହେନରୀ, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ।
  • ଆଫଗାନିସ୍ତାନ ସମ୍ଭାବ୍ୟ ଏକାଦଶ: ଇକରାମ ଅଲ୍ଲୀ ଖିଲ(ୱିକେଟକିପର), ହଜ୍ରାତୁଲ୍ଲା ଜାଜାଇ, ରାହମତ ସାହା, ହସମୁତୁଲଲ୍ଲା ସାହିଦି, ମହମ୍ମଦ ନବୀ, ଗୁଲବାଦିନ ନୈବ(କ୍ୟାପଟେନ), ନଜିବୁଲ୍ଲା ଜର୍ଡନ, ରସିଦ ଖାନ, ଦୱଲାତ ଜର୍ଡାନ, ମୁଜିବ ଅର ରେହମାନ, ହିମିଦ ହସନ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.